ଓଡ଼ିଶା କ୍ରିକେଟ ଆସୋସିଏସନ୍‌କୁ ୧୦ କୋଟି ଟଙ୍କାର ଅନୁଦାନ ଦେଲା ବିସିସିଆଇ

ଓଡ଼ିଶା କ୍ରିକେଟ ଆସୋସିଏସନ୍‌କୁ ୧୦ କୋଟି ଟଙ୍କାର ଅନୁଦାନ ଦେଇଛି ବିସିସିଆଇ। ଏହି ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା। ଏଥିରୁ ଭାରତ-ୱେଷ୍ଟଇଣ୍ଡିଜ ବାରବାଟୀ ଦିନିକିଆ ମ୍ୟାଚ୍‌ ଆୟୋଜନରେ ଖର୍ଚ୍ଚ ହେବ ପାଖାପାଖି ୬ କୋଟି ଟଙ୍କା। ଆଜି ଓସିଏର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ଆଲୋଚନା ହୋଇଛି। ଆସନ୍ତା ଡିସେମ୍ବର ୨୨ ତାରିଖରେ ବାରବାଟୀ ଖେଳାଯିବ ଭାରତ-େଓ୍ଵଷ୍ଟଇଣ୍ଡିଜ ତୃତୀୟ ଦିନିକିଆ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଷ୍ଟାଡିୟମ ମରାମତି କାମ ବି ଚାଲିଛି। ତେବେ ସାତ ନମ୍ବର ଗ୍ୟାଲେରୀରେ ବସି ଦର୍ଶକ ଖେଳା ଦେଖିପାରିବେ କି ନାହିଁ ସେନେଇ ନିଷ୍ପତ୍ତି ହୋଇ ନାହିଁ ବୋଲି ଓସିଏ ସମ୍ପାଦକ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.