ରିଷଭ ପନ୍ତଙ୍କ ଉପରେ ୨୪ ଲକ୍ଷର ଫାଇନ ଲଗାଇଲା ବିସିସିଆଇ, ଟିମ ଉପରେ ମଧ୍ୟ ଜରିମାନା

ଇଣ୍ଡିଆନ୍ ପ୍ରିମିୟଲ ଲିଗ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଜବରଦସ୍ତ ବିଜୟ ହାସଲ କରିଛି ମୁମ୍ୱାଇ ଇଣ୍ଡିଆନ୍ସ । ହେଲେ ଲକ୍ଷ୍ନୌ ମ୍ୟାଚ ହାରିବା ସହ ଫାଇନ୍ ଗଣିଛି । ଅଧିନାୟକ ରିଷଭ ପନ୍ତଙ୍କୁ ୨୪ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ବିସିସିଆଇ । ସ୍ଲୋ ଓଭର ବୋଲିଂ ପାଇଁ ଦଳକୁ ଅଧିନାୟକ ରିଷଭ ପନ୍ତଙ୍କୁ ଫାଇନ୍ ହୋଇଛି । ଏହା ଚଳିତ ସିଜନରେ ଦଳକୁ ଦ୍ୱିତୀୟ ଜରିମାନା ।
ଆଇପିଏଲ ପ୍ରେସ୍ ବିଜ୍ଞପ୍ତି ଜାରି କରି କହିଛି କି, ଲକ୍ଷ୍ନୌ ସୁପରଜାଏଣ୍ଟସ ଓଭର-ରେଟ୍ ସମ୍ପର୍କିତ ନିୟମ ଉଲ୍ଲଘଂନ କରିଛି । ଏ ନେଇ ଅଧିନାୟକ ରିଷଭ ପନ୍ତଙ୍କ ଆଇପିଏଲ ନିୟମ ସହିଂତା ଅନୁଚ୍ଛେଦ ୨.୨୨ ଅଧୀନରେ ୨୪ ଲକ୍ଷ ଟଙ୍କାର ଜରିମାନା ଲାଗୁ ହୋଇଛି । ଏହା ସହିତ ଦଳର ଇମ୍ପାକ୍ଟ ପ୍ଲେୟାରଙ୍କ ଉପରେ ୬ ଲକ୍ଷ ଟଙ୍କା ଲେଖାଏଁ କିମ୍ୱା ସେମାନଙ୍କ ମ୍ୟାଚ ଫିସ୍ରୁ ୨୫% ଫାଇନ୍ ହୋଇଛି ।
ୱାଙ୍ଖଡେ ଷ୍ଟା଼ଡିୟମରେ ପୁଣି ଏକ ଚମକପ୍ରଦ ବିଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଉଠିଛି । ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ, ଯଶପ୍ରୀତ ବୁମରାଙ୍କ ବୋଲିଂ ବଳରେ ଲକ୍ଷ୍ନୌକୁ ୫୪ରନରେ ପରାସ୍ତ କରିଛି ମୁମ୍ବାଇ । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ଆଗରେ ୨୧୫ରନ୍ କରିଥିଲା । ସୂର୍ଯ୍ୟକୁମାର ଯାଦବ ସିଜିନର ୪୫ତମ ମ୍ୟାଚରେ ଲକ୍ଷ୍ନୌ ଟିମ୍ ବିପକ୍ଷରେ ୨୮ ବଲ୍ରେ ୫୪ ରନର ଇନିଂସ ଖେଳିଥିଲେ । ଏହି ସମୟରେ ସେ ୪ଟି ଚୌକା ଏବଂ ୪ଟି ଛକା ମାରିଥିଲେ।
ଜବାବରେ ଲକ୍ଷ୍ନୌ କେବଳ ୧୬୧ ରନ ସଂଗ୍ରହ କରି ଅଲଆଉଟ ହୋଇଯାଇଛି । ଦଳର କୌଣସି ବ୍ୟାଟର ଅର୍ଦ୍ଧଶତକ ହାସଲ କରି ପାରି ନାହାନ୍ତି। ଯଶପ୍ରୀତ ବୁମରା ଘାତକ ବୋଲିଂ କରି ୨୨ ରନ ଦେଇ ୪ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ଟେଣ୍ଟ ବୋଲ୍ଟଙ୍କୁ ୩ ଓ୍ଵିକେଟ୍ ମିଳିଛି। ଆଇପିଏଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଲଗାତାର ପଞ୍ଚମ ବିଜୟ ହାସଲ କରି ଆଇପିଏଲ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନ ହାସଲ କରିଛି ।
Also Read : ICC କୁ ଚିଠି ଲେଖିଲା ବିସିସିଆଇ, ‘HOLD’ରେ ରହିଲା ଏସିଆ କପ୍