ବିସିସିଆଇର ୧୦ ନୂଆ ନିୟମ, ନ ମାନିଲେ ଗ୍ରହଣ କରାଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ବର୍ଡର ଗାଭାସ୍କର ଟ୍ରଫିରେ ଭାରତର ଖରାପ ପ୍ରଦର୍ଶନ ପରେ ଖେଳାଳିଙ୍କ ପାଇଁ ୧୦ଟି ଗାଇଡ ଲାଇନ ଜାରି କରିଛି ବିସିସିଆଇ । ପରାଜୟ ପରେ ବିସିସିଆଇ କଡ଼ା ନିୟମ ଜାରି କରିଛି । ଯଦି କୌଣସି ଖେଳାଳି ଏହି ନିୟମକୁ ପାଳନ ନ କରନ୍ତି, ତେବେ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ।

ବିସିସିଆଇର ୧୦ଟି ନିୟମ :

୧ – ଜାତୀୟ ଦଳରେ ସ୍ଥାନ ପାଇବାକୁ ହେଲେ ଘରୋଇ କ୍ରିକେଟ ଖେଳିବା ବାଧ୍ୟତାମୂଳକ । ଏହି ଆଧାରରେ ଭାରତୀୟ ଟିମର ଖେଳାଳି ଚୟନ ମଧ୍ୟ ହେବ । ସିନିଅର ଏବଂ ଜୁନିଅର ଖେଳାଳିଙ୍କ ମଧ୍ୟରେ ଭଲ ସଂପର୍କ ରହିବା ଏବଂ ଟିମ୍ ଓ କ୍ରିକେଟ ମଧ୍ୟରେ ବାତାବରଣ ଭଲ ରହିବ ବୋଲି ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି । ଯଦି କୌଣସି ଖେଳାଳି ଘରୋଇ କ୍ରିକେଟ ନ ଖେଳନ୍ତି, ତେବେ ବିସିସିଆଇ ସୂଚନା ଦେବାକୁ ହେବ । ଏହାଛଡା ଚେୟାରମ୍ୟାନ ଅଫ ସିଲେକ୍ସନ କମିଟି ଠାରୁ ଅନୁମତି ଦେବାକୁ ହେବ । ଘରୋଇ କ୍ରିକେଟ ଖେଳିବା ପାଇଁ ଖେଳାଳି ନିଜ ଫିଟନେସ ରଖିବାକୁ ହେବ ।

୨ – ମ୍ୟାଚ ଓ ଅଭ୍ୟାସ କରିବାକୁ ଯିବା ବେଳେ କେହି ପରିବାର ସଦସ୍ୟଙ୍କ ସହ ନ ଯାଇ ଦଳ ସହ ଏକାଠି ଯିବେ । ଘରୋଇ କିମ୍ବା ବିଦେଶ ଗସ୍ତରେ ଖେଳାଳି ଅଧିକ ଲଗେଜ ନେଇପାରିବେ ନାହିଁ । ଖେଳାଳି ସାଙ୍ଗରେ ବ୍ୟକ୍ତିଗତ ସହାୟକ ରଖିପାରିବେ ନାହିଁ । ନିୟମ ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

୩ – ଖେଳାଳି ଯାତ୍ରା କରିବା ସମୟରେ କୌଣସି ଖେଳାଳି ଅଧିକ ଜିନିଷ ନେଇପାରିବେ ନାହିଁ । ଯଦି ଅଧିନ ନିଅନ୍ତି, ତେବେ ଏନସିଏରେ ଖେଳାଳି ତାଙ୍କ ଅତିରିକ୍ତ ନିଜେ ଖର୍ଚ୍ଚ ବହନ କରିବେ । ବିସିସିଆଇ ଓଜନ ଏବଂ ଜିନିଷକୁ ନେଇ ଅଲଗା ଗାଇଡଲାଇନ ଜାରି କରିଛି ।

୪ – ଟୁର୍ଣ୍ଣାମେଣ୍ଟ ସମୟରେ ଖେଳାଳିଙ୍କ ବିଜ୍ଞାପନ ସୁଟିଂ କରିପାରିବେ ନାହିଁ । କୌଣସି ଖେଳାଳି ପର୍ସନାଲ ସୁଟ୍ କରିପାରିବେ ନାହିଁ ।

୫- ପର୍ସନାଲ ଷ୍ଟାଫ ମଧ୍ୟ କୌଣସି ଟୁର କିମ୍ବା ସିରିଜରେ ଯାଇପାରିବେ ନାହିଁ । ଏଥିପାଇଁ ବିସିସିଆଇ ଠାରୁ ଅନୁମତି ନେବାକୁ ପଡିବ ।

୬- ଅଭ୍ୟାସରୁ କୌଣସି ଖେଳାଳି ଜଲଦି ନ ଫେରି ଦଳ ସହ ଫେରିବେ । ଖେଳାଳି ଜଲଦି ନ ଫେରି ମ୍ୟାଚ କିମ୍ବା ଗସ୍ତ ସରିବା ପର୍ଯ୍ୟନ୍ତ ଅପେକ୍ଷା କରିବେ ।

୭- ବିଦେଶ ଗସ୍ତ ସମୟରେ କୌଣସି ଖେଳାଳି ୪୫ ଦିନ ପର୍ଯ୍ୟନ୍ତ ରହିଲେ, ପତ୍ନୀ କିମ୍ବା ୧୮ ବର୍ଷରୁ କମ୍ ପିଲାଙ୍କୁ ଗୋଟିଏ ସିରିଜରେ ମାତ୍ର ୧୪ ଦିନ ସାଥିରେ ରହିବାକୁ ଅନୁମତି । ଏହି ସମୟରେ ବିସିସିଆଇ କେବଳ ରହିବାର ଖର୍ଚ୍ଚ ଉଠାଇବ । ବାକି ଅନ୍ୟ ଖର୍ଚ୍ଚ ଖେଳାଳିଙ୍କୁ ଉଠାଇବାକୁ ପଡିବ । ପୂରା ଗସ୍ତରେ ଖେଳାଳିଙ୍କ ପରିବାର ସଦସ୍ୟ ରହିପାରିବେ ନାହିଁ ।

୮- ବିସିସିଆଇ ଫଟୋ ଉଠା ଓ ପ୍ରମୋସନ କିମ୍ବା ଅନ୍ୟ କାର୍ଯ୍ୟକ୍ରମରେ ସମସ୍ତ ଖେଳାଳି ରହିବା ବାଧ୍ୟ ।

୯- ପ୍ରତ୍ୟେକ ଖେଳାଳି ଟୁର ଶେଷ ହେବା ଯାଏଁ ଟିମ ସହିତ ରହିବ । ସବୁ ଖେଳାଳି ଧାର୍ଯ୍ୟ ତାରିଖରେ ଟିମ ସହିତ ଫେରିବ ।

୧୦ – ପ୍ରତ୍ୟେକ ଖେଳାଳିଙ୍କୁ ସେଣ୍ଟର ଅଫ ଏକ୍ସିଲେନ୍ସି ବେଙ୍ଗାଲୁରୁରେ ଜିନିଷ କିମ୍ବା ବ୍ୟକ୍ତିଗତ ଜିନିଷ ପଠାଇବା ପାଇଁ ଟିମ୍ ମ୍ୟାନେଜମେଣ୍ଟ ସହିତ ସଂପର୍କ କରିବାକୁ ହେବ । ଯଦି କୌଣସି ଅଲଗା ଉପାୟରେ ଜିନିଷ ପଠାଯାଏ, ତେବେ ଅତିରିକ୍ତ ଶୁଳ୍କ ଖେଳାଳି ବହନ କରିବେ ।

ବିସିସିଆଇ କହିଛି କି, ସମସ୍ତ ଖେଳାଳି ଏହି ଗାଇଡଲାଇନକୁ ପାଳନ କରିବାକୁ ବାଧ୍ୟ । ଯଦି କୌଣସି ଖେଳାଳି ଏହାକୁ ପାଳନ ନ କରନ୍ତି, ତେବେ ସିଲେକ୍ସନ କମିଟିର ଚେୟାରମ୍ୟାନ ଏବଂ ହେଡକୋଚଙ୍କ ଠାରୁ ଏହାର ଅନୁମତି ନେବାକୁ ପଡିବ । ଏହାଛଡା କୌଣସି ଖେଳାଳି ଏସବୁ ନିୟମ ଅବମାନନା କରୁଥିବା ବେଳେ ଧରାପଡେ, ତେବେ ତାଙ୍କ ଉପରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯିବ ।

କୌଣସି ଖେଳାଳି ଏହି ନିୟମ ଠିକ୍ ଢଙ୍ଗରେ ପାଳନ ନ କଲେ, ବୋର୍ଡ ତାଙ୍କୁ ଟୁର୍ଣ୍ଣାମେଣ୍ଟ, ସିରିଜ କିମ୍ବା ଆଇପିଏଲରେ ଖେଳିବାକୁ ସୁଯୋଗ ଦେବନାହିଁ । ଏହାଛଡା ଖେଳାଳିଙ୍କ ଦରମା ଏବଂ ତାଙ୍କ କଣ୍ଟ୍ରାକ୍ଟ ମଧ୍ୟ ଶେଷ ହୋଇପାରେ ।

Also Read : ଟିମ୍ ଇଣ୍ଡିଆ ଖେଳାଳିଙ୍କ ପାଇଁ ନୂଆ ନିୟମ ଆଣିବ ବିସିସିଆଇ, ଟୁର୍ଣ୍ଣାମେଣ୍ଟ ସମୟରେ ସାଙ୍ଗରେ ରହିପାରିବେନି ସ୍ତ୍ରୀ

You might also like