ଆଇପିଏଲର ବାକି ମ୍ୟାଚଗୁଡ଼ିକୁ ଏହି ମାସରେ କରିବାକୁ ଯୋଜନା କରୁଛି BCCI, ଖୁବଶୀଘ୍ର ହେବ ଘୋଷଣା

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆଇପିଏଲର ୧୪ ତମ ସିଜନର ବାକି ମ୍ୟାଚକୁ ସେପ୍ଟେମ୍ବରରେ ଆୟୋଜନ କରିବାକୁ ବିଚାର କରୁଛି। ମାତ୍ର ଏନେଇ ବିସିସିଆଇ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ। ରିପୋର୍ଟ ମୁତାବକ, ଜଣେ ଅଧିକାରୀ କହିଛନ୍ତି ବିସିସିଆଇ ଚଳିତ ସିଜନର ବଳକା ମ୍ୟାଚଗୁଡ଼ିକୁ ସେପ୍ଟେମ୍ବରରେ କରିବାକୁ ଯୋଜନା କରୁଛି। କାରଣ ସେହି ସମୟରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ ବି ସରିଯାଇଥିବ।

ଆଇପିଏଲର ଚେୟାରମ୍ୟାନ ବୃଜେଶ ପଟେଲ ମଧ୍ୟ ଏହି ସମ୍ଭାବନାକୁ ମନା କରିନାହାନ୍ତି। ପଟେଲ କହିଛନ୍ତି, ଏବେ ଆମେ ଏକ ଉଇଣ୍ଡୋ ଖୋଜୁଛୁ। ଯଦି ଆମକୁ ଏହା ମିଳିବ ତେବେ ଏହାକୁ ବ୍ୟବହାର କରିବୁ। ମାତ୍ର ତାହା ଡିସେମ୍ବରରେ ସମ୍ଭବ କି ନାହିଁ ତାହା ମଧ୍ୟ ଦେଖିବା ଜରୁରୀ। ଆମେ ଆଇସିସି ଓ ଅନ୍ୟ ବୋର୍ଡର ଯୋଜନା ଦେଖିବା ପରେ ହିଁ କିଛି ନିଷ୍ପତ୍ତି ନେବୁ।

ସୂଚନାଯୋଗ୍ୟ ଯେ ଚଳିତବର୍ଷ ଆଇପିଏଲର ଏକାଧିକ ଖେଳାଳି କରୋନା ପଜିଟିଭ ଚିହ୍ନଟ ହେବା ପରେ BCCI ପକ୍ଷରୁ ଆଇପିଏଲକୁ ସ୍ଥଗିତ କରାଯାଇଛି। ସ୍ଥିତି ସୁଧୁରିଲେ ପୁଣି ମ୍ୟାଚ୍ ହୋଇପାରେ ବୋଲି ଆଶା ପ୍ରକାଶ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.