କ୍ରୀଡା

ବିସିସିଆଇର ଘୋଷଣା : ଟେଷ୍ଟ ଖେଳାଳିଙ୍କୁ ମ୍ୟାଚ ଫି ସହିତ ମିଳିବ ଜବରଦସ୍ତ ଇନସେଣ୍ଟିଭ

ଟେଷ୍ଟ କ୍ରିକେଟ ଖେଳୁଥିବା ଖେଳାଳିଙ୍କ ପାଇଁ ବିସିସିଆଇ ବଡ ଘୋଷଣା କରିଛି । ଭାରତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜକୁ ୪-୧ରେ ବିଜୟୀ ହୋଇଛି । ଭାରତୀୟ ଟିମ୍‌ ଧର୍ମଶାଳାରେ ଏହି ମ୍ୟାଚ ଜିତିବା ପରେ ବିସିସିଆଇ ସଚିବ ଜୟ ଶାହ ଏକ ପୋଷ୍ଟ ଜାରି କରିଛି । ଭାରତୀୟ ଟିମର କ୍ରିକେଟରଙ୍କ ପାଇଁ ‘ଟେଷ୍ଟ କ୍ରିକେଟ ପ୍ରୋତ୍ସାହନ ଯୋଜନା’ ଭାରତୀୟ କ୍ରିକେଟ ବୋର୍ଡ ସଚିବ ଜୟ ଶାହ ଘୋଷଣା କରିଛନ୍ତି । ଏହାଦ୍ୱାରା ଟେଷ୍ଟ ମ୍ୟାଚ ଖେଳୁଥିବା ଖେଳାଳିଙ୍କୁ ମ୍ୟାଚ୍‌ ଫିର ଅତିରିକ୍ତ ପଇସା ମଧ୍ୟ ମିଳିବ ।

ବିସିସିଆଇ ସଚିବ ଜୟ ଶାହ X ରେ କହିଛନ୍ତି ‘ପୁରୁଷ ଟିମ୍‌ ପାଇଁ ‘ଟେଷ୍ଟ କ୍ରିକେଟ ଇନସେଣ୍ଟିଭ ଯୋଜନା’ ଘୋଷଣା କରି ବହୁତ ଖୁସି । ଏହାର ମୂଳ ଉଦ୍ଦେଶ୍ୟ ଆମ ଖେଳାଳିଙ୍କୁ ଆର୍ଥିକ ବିକାଶ ଏବଂ ସ୍ଥିରତା ପ୍ରଦାନ କରିବା । ୨୦୨୨-୨୩ ସିଜନରୁ ଆରମ୍ଭ ହୋଇ ‘ଟେଷ୍ଟ କ୍ରିକେଟ ପ୍ରୋତ୍ସାହନ ଯୋଜନା’ ଟେଷ୍ଟ ମ୍ୟାଚ୍ ଫି’ ପରେ ଅତିରିକ୍ତ ପୁରସ୍କାର ଭାବରେ ପାଇବେ ଭାରତୀୟ ଟିମର ଷ୍ଟାର କ୍ରିକେଟର । ଏହି ମୂଲ୍ୟ ପାଇଁ ପୁରସ୍କାର ରାଶି ୧୫ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି ।

କୌଣସି ସିଜନରେ ୭ କିମ୍ବା ୭ରୁ ଅଧିକ ଟେଷ୍ଟ ମ୍ୟାଚରେ ସାମିଲ ହୋଇଥିବା ଖେଳାଳିଙ୍କ ପାଇଁ ଏହି ଘୋଷଣା କରାଯାଇଛି । ପ୍ରତ୍ୟେକ ମ୍ୟାଚ ପାଇଁ ଖେଳାଳିମାନଙ୍କୁ ୧୫ ଲକ୍ଷ ଟଙ୍କାର ଫି’କୁ ବୃଦ୍ଧି କରି ୪୫ ଲକ୍ଷ ଟଙ୍କା କରିଛି ବିସିସିଆଇ । ସେହିପରି ୫୦% ମ୍ୟାଚରେ ପ୍ଲେଇଂ -୧୧ରେ ସ୍ଥାନ ପାଇଥିବା ଖେଳାଳିମାନଙ୍କୁ ମୋଟ ୩୦ ଲକ୍ଷ ପ୍ରତି ମ୍ୟାଚ୍ ମିଳିପାରିବ ।

ତେବେ ଅନ୍ୟ ଖେଳାଳିମାନଙ୍କ ମ୍ୟାଚ ପିଛା ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ତେବେ ଯଦି କୌଣସି ଖେଳାଳି ୫୦% ମ୍ୟାଚରୁ କମ୍ ଖେଳିଛନ୍ତି, ତେବେ ତାଙ୍କୁ କୌଣସି ଇନସେଣ୍ଟିଭ ମିଳିପାରିବ ନାହିଁ । ଏ ନେଇ ବିସିସିଆଇ ସଚିବ ଜୟ ଶାହ ସୂଚନା ଦେଇଛନ୍ତି ।

ନିକଟ ଅତୀତରେ କିଛି ଖେଳାଳି ଟେଷ୍ଟ କ୍ରିକେଟ ଏବଂ ଘରୋଇ କ୍ରିକେଟ ଖେଳିବାକୁ ପସନ୍ଦ କରୁନାହାନ୍ତି । ଖେଳାଳି ଆଇପିଏଲ୍‌ ଖେଳିବାକୁ ପସନ୍ଦ କରୁଛନ୍ତି । ତେଣୁ ବିସିସିଆଇ ଟେଷ୍ଟ କ୍ରିକେଟ ପାଇଁ ଏଭଳି ଯୋଜନା ଘୋଷଣା କରିଛି ।

Swagatika

Recent Posts

ଓଏସଆରଟିସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

3 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

10 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

11 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

29 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

54 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

58 mins ago