ବିସିସିଆଇ ନମନ ଆୱାର୍ଡ ୨୦୨୫: ସଚିନ ତେନ୍ଦୁଲକରଙ୍କୁ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ, ବୁମରା ଏବଂ ମନ୍ଧାନାଙ୍କୁ ମିଳିଲା ଶ୍ରେଷ୍ଠ ଆନ୍ତର୍ଜାତୀୟ କ୍ରିକେଟର ଆୱାର୍ଡ

ବିସିସିଆଇ ତରଫରୁ ନମନ ଆୱାର୍ଡ ଘୋଷଣା କରାଯାଇଛି । ଘରୋଇ କ୍ରିକେଟରେ ହ୍ବାଇଟ ବଲ୍ ଟୁର୍ଣ୍ଣାମେଣ୍ଟ ଏବଂ ରଣଜୀ ଟ୍ରଫିରେ ଦମଦାର ପ୍ରଦର୍ଶନ କରିଥିଲେ, ସେମାନଙ୍କୁ ପୁରସ୍କୃତ କରାଯାଇଛି । ବିସିସିଆଇ ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଏହି ଆୱାର୍ଡ ପ୍ରଦାନ କରିଛି । ସଚିନ ତେନ୍ଦୁଲକରଙ୍କୁ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି । ଗତବର୍ଷ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ଖେଳାଳିମାନଙ୍କୁ ପୁରସ୍କୃତ କରିବା ପାଇଁ ବିସିସିଆଇ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲା ଏବଂ ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲା ।
ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ, ଅର୍ଶଦୀପ ସିଂ, ଅକ୍ଷର ପଟେଲ, ସଞ୍ଜୁ ସାମସନଙ୍କୁ ମଧ୍ୟ ଆୱାର୍ଡ ମିଳିଛି । ଏହି ଆୱାର୍ଡ ଶୋ’ରେ ରବି ଶାସ୍ତ୍ରୀ, ସୁନୀଲ ଗାଭାସ୍କର, ସଚିନ ତେନ୍ଦୁଲକର, ଅଶ୍ୱିନ ଏବଂ ଅନେକ ପୂର୍ବତନ ଖେଳାଳି ଉପସ୍ଥିତ ଥିଲେ । ଏମାନଙ୍କ ବ୍ୟତୀତ ବିସିସିଆଇ ଅଧିକାରୀମାନେ ଉପସ୍ଥିତ ଥିଲେ । ହର୍ଷା ଭୋଗଲେ କାର୍ଯ୍ୟକ୍ରମକୁ ହୋଷ୍ଟ କରିଥିଲେ ।
ଜସପ୍ରୀତ ବୁମରାଙ୍କୁ ଶ୍ରେଷ୍ଠ ଆନ୍ତର୍ଜାତୀୟ କ୍ରିକେଟର ପୁରସ୍କାର ମିଳିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ବିସିସିଆଇ ସ୍ୱତନ୍ତ୍ର ପୁରସ୍କାର ଦିଆଯାଇଥିଲା । ଅନ୍ତର୍ଜାତୀୟ ଡେବ୍ୟୁ ପାଇଁ ସରଫରାଜ ଖାନଙ୍କୁ ପୁରସ୍କାର ମିଳିଛି । ବୋର୍ଡ ଅଧ୍ୟକ୍ଷ ରୋଜର ବିନି, ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଇତ୍ୟାଦି ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ମହିଳା ବର୍ଗରେ ଶ୍ରେଷ୍ଠ ଅନ୍ତର୍ଜାତୀୟ କ୍ରିକେଟର ପୁରସ୍କାର ସ୍ମୃତି ମନ୍ଧାନାଙ୍କୁ ଦିଆଯାଇଥିଲା । ସେହିପରି ଶ୍ରେଷ୍ଠ ଅନ୍ତର୍ଜାତୀୟ ଡେବ୍ୟୁ ପୁରସ୍କାର ଆଶା ଶୋଭନାଙ୍କୁ ଦିଆଯାଇଥିଲା । ସ୍ମୃତି ମନ୍ଧାନା ସର୍ବାଧିକ ୱାନଡେ ରନ ପାଇଁ ସମ୍ମାନିତ ହୋଇଥିଲେ । ସର୍ବାଧିକ ୱିକେଟ୍ ନେବା ପାଇଁ ଦୀପ୍ତି ଶର୍ମାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।
Rewarding the 🔝 performers in Ranji Trophy 🏆👌
Here are the proud winners of the Madhavrao Scindia Award 💪💪#NamanAwards pic.twitter.com/0OITNU7WbX
— BCCI (@BCCI) February 1, 2025
କର୍ଣ୍ଣେଲ ସିକେ ନାଇଡୁ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ – ସଚିନ ତେନ୍ଦୁଲକର
ଶ୍ରେଷ୍ଠ ଆନ୍ତର୍ଜାତୀୟ କ୍ରିକେଟର – ଜସପ୍ରୀତ ବୁମରା
ବିସିସିଆଇ ସ୍ୱତନ୍ତ୍ର ପୁରସ୍କାର – ରବିଚନ୍ଦ୍ରନ ଅଶ୍ୱିନ
ଶ୍ରେଷ୍ଠ ଆନ୍ତର୍ଜାତୀୟ ଡେବ୍ୟୁ ପୁରୁଷ – ସରଫରାଜ ଖାନ
ଶ୍ରେଷ୍ଠ ଆନ୍ତର୍ଜାତୀୟ ମହିଳା କ୍ରିକେଟର – ସ୍ମୃତି ମନ୍ଧାନା
ଶ୍ରେଷ୍ଠ ଆନ୍ତର୍ଜାତୀୟ ଡେବ୍ୟୁ ମହିଳା – ଆଶା ଶୋଭନା
ଶ୍ରେଷ୍ଠ ରନଗେଟର ଦିନିକିଆ– ସ୍ମୃତି ମନ୍ଧାନା
ୱାନଡେରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର(ମହିଳା) – ଦୀପ୍ତି ଶର୍ମା
Also Read : ଇଂଲଣ୍ଡ ବିପକ୍ଷରେ କନକସନ୍ ସବଷ୍ଟିଚ୍ୟୁଟ୍ ରୁଲ୍ ବ୍ୟବହାର କଲା ଟିମ୍ ଇଣ୍ଡିଆ, ଜାଣନ୍ତୁ କ’ଣ ଏହି ନିୟମ