BCCI ର ନୂଆ ଗାଇଡଲାଇନ୍ସ ଆରମ୍ଭ, କୋଲକତା ଷ୍ଟାଡିୟମକୁ ଏକାସାଙ୍ଗରେ ପହଞ୍ଚିଲେ ସମସ୍ତ ଖେଳାଳି

ଟିମ୍ ଇଣ୍ଡିଆ ୨୨ ଜାନୁଆରୀରୁ କୋଲକତାର ଇଡେନ ଗାର୍ଡେନ୍ସରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟି୨୦ ସିରିଜ ଖେଳାଯିବ । ଏଥିପାଇଁ ଟିମ୍ ଖେଳାଳି ଅଭ୍ୟାସ ପାଇଁ କୋଲକତାରେ ପହଞ୍ଚିଛି । ତେବେ ବିସିସିଆଇର ନୂଆ ଗାଇଡଲାଇନ୍ସ ମୁତାବକ, ସମସ୍ତ ଖେଳାଳି ଏକାଠି ହୋଇ କୋଲକତା ଗ୍ରାଉଣ୍ଡରେ ପହଞ୍ଚିଛନ୍ତି । ଅଭ୍ୟାସ ମ୍ୟାଚ ପାଇଁ କୌଣସି ଖେଳାଳି କିମ୍ବା ସହଯୋଗୀଙ୍କ ପାଇଁ ଅଲଗା କିଛି ଗାଡିର ବ୍ୟବସ୍ଥା କରାଯାଇନାହିଁ । ଟିମର ସମସ୍ତ ଖେଳାଳି ଏବଂ ସହଯୋଗୀ ହୋଟେଲରୁ ଗୋଟିଏ ବସରେ ଷ୍ଟାଡିୟମରେ ପହଞ୍ଚିଛନ୍ତି ।
ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଏବଂ ଅଷ୍ଟ୍ରେଲିଆ ଟୁର ଟେଷ୍ଟ ସିରିଜ ହାରିବା ପରେ ବିସିସିଆଇ ଟିମ୍ ଇଣ୍ଡିଆ ପାଇଁ ୧୦ଟି ଗାଇଡଲାଇନ୍ସ ଜାରି କରିଛି । ଏହି ନିର୍ଦ୍ଦେଶ ଅନୁସାରେ, ସମସ୍ତ ଖେଳାଳି ନିର୍ଦ୍ଧାରିତ ସ୍ଥଳକୁ ଅଭ୍ୟାସ ପାଇଁ ଏକାଠି ଆସିବାକୁ ହେବ । ଏହି ନିୟମ ଦ୍ବାରା ଟିମ ଖେଳାଳିଙ୍କ ମଧ୍ୟରେ ଏକ ଟିମ୍ ସ୍ପିରିଟ କାର୍ଯ୍ୟ କରିବ ।
ନୂଆ ଗାଇଡଲାଇନ୍ସକୁ ପଶ୍ଚିମବଙ୍ଗ କ୍ରିକେଟ ସଂଘ ସହିତ ଅନ୍ୟ ସମସ୍ତ ରାଜ୍ୟର କ୍ରିକେଟ ବୋର୍ଡକୁ ନିଦ୍ଦେର୍ଶ ଦିଆଯାଇଛି । ସିଏଇର ଅଧ୍ୟକ୍ଷ ସ୍ନେହାଶିଷ ଗାଙ୍ଗୁଲି ନୂଆ ଗାଉଡଲାଇନ୍ସକୁ ପାଳନ କରିବା ପାଇଁ ସଂଘ ପ୍ରତିବଦ୍ଧତା ବୋଲି କହିଛନ୍ତି ।
ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଟିମ୍ ରେ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଦାୟିତ୍ବ ମିଳିଥିବା ବେଳେ ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକ ଦାୟିତ୍ବ ମିଳିଛି । ସେହିପରି ଟିମକୁ ଫେରିଛନ୍ତି ମହମ୍ମଦ ଶାମି ।
ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଟିମ୍ :
ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ସଞ୍ଜୁ ସାମସନ, ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ (ଉପ-ଅଧିନାୟକ), ହର୍ଷିତ ରାଣା, ଅର୍ଶଦୀପ ସିଂ, ମହମ୍ମଦ ଶାମି, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ୱାଶିଂଟନ ସୁନ୍ଦର, ଧ୍ରୁବ ଜୁରେଲ
Also Read : ବିସିସିଆଇର ୧୦ ନୂଆ ନିୟମ, ନ ମାନିଲେ ଗ୍ରହଣ କରାଯିବ କଡ଼ା କାର୍ଯ୍ୟାନୁଷ୍ଠାନ