ବିସିସିଆଇ ନେଲା କଠୋର ପଦକ୍ଷେପ, ଏବେ ଖେଳାଳିଙ୍କୁ ପାସ୍ କରିବାକୁ ହେବ ନୂଆ ଫିଟନେସ୍ ଟେଷ୍ଟ

ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆ ସିରିଜ ୨-୧ରେ ଜିତି କଙ୍ଗାରୁ ଦଳକୁ ଘରୋଇ କ୍ରିକେଟ ଗ୍ରାଉଣ୍ଡରେ ହରାଇବା ପରେ ସମସ୍ତଙ୍କ ମନୋବଳ ବଢିଯାଇଛି। ଏଥିପାଇଁ ଦିନକୁ ଦିନ ସାରା ବିଶ୍ବରେ କ୍ରିକେଟର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ଏହି ସମୟରେ ଅଶ୍ବିନ, ବୁମରାହ, ପୂଜାରାଙ୍କ ଭଳି ଷ୍ଟାର ଖେଳାଳି ଆହତ ହୋଇଥିଲେ। ଯେଉଁଥି ପାଇଁ ଟିମ୍ ଇଣ୍ଡିଆକୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥିଲା। ଖାସ୍ ଏଥିପାଇଁ ବିସିସିଆଇ ଟିମ୍ ଇଣ୍ଡିଆ ଖେଳାଳିଙ୍କ ପ୍ରଦର୍ଶନ ସହିତ ଫିଟନେସ୍କୁ ବେଶି ଗରୁତ୍ବ ଦେଉଛି।

ଟିମ୍ ଇଣ୍ଡିଆରେ ସାମିଲ ହେବା ପାଇଁ ହେଲେ ପ୍ରତ୍ୟେକ ଖେଳାଳିଙ୍କୁ ୟୋ ୟୋ ଟେଷ୍ଟ ପାସ୍ କରିବାକୁ ପଡ଼ିଥାଏ। ଏଥିରେ ଫେଲ୍ ହେଲେ ଭଲ ଫର୍ମରେ ଥିଲେ ମଧ୍ୟ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳେ ନାହିଁ। ଯିଏ ୟୋ ୟୋ ଟେଷ୍ଟରେ ଉତ୍ତୀର୍ଣ୍ଣ ହୁଅନ୍ତି ତାଙ୍କୁ ଦଳରେ ସାମିଲ କରାଯାଏ। ହେଲେ ବିସିଆଇ ଏବେ ବଡ ନିଷ୍ପତ୍ତି ନେଇ ନୂତନ ଫିଟନେସ୍ ଟେଷ୍ଟକୁ ମଞ୍ଜୁରୀ ଦେଇଛି। ଖେଳାଳିଙ୍କୁ ଏବେ ୟୋ-ୟୋ ଟେଷ୍ଟ ବ୍ୟତୀତ ନୂତନ ଫିଟନେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡିବ।

bcci

ଖବର ଅନୁଯାୟୀ, ଏଣିକି ଫିଟନେସ୍ ଟେଷ୍ଟରେ ବୋଲରମାନେ ୮ ମିନିଟ୍ ୧୫ ସେକେଣ୍ଡରେ ୨ କିମି ଦୌଡ଼ିବାକୁ ପଡ଼ିବ। ଅନ୍ୟପଟେ ସମାନ ଦୂରତାକୁ ବ୍ୟାଟସମ୍ୟାନ ମାନେ ୮ ମିନିଟ୍ ୩୦ ସେକେଣ୍ଡରେ ପୂରା କରିବାକୁ ପଡ଼ିବ।

ଅଷ୍ଟ୍ରେଲିଆ ସିରିଜ ଜିତି ଫେରିବା ପରେ ଇଂଲଣ୍ଡ ସିଜି ପାଇଁ ପ୍ରଥମେ ଟାଇମ ଟ୍ରାଏଲ ଟେଷ୍ଟ ଦେବାକୁ ହେବ ନାହିଁ। କିନ୍ତୁ ଯେଉଁ ଖେଳାଳିଙ୍କ ଚୟନ ଲିମିଡେଟ ଓଭର ସିରିଜ ପାଇଁ ହେବ ସେମାନେ ଟାଇମ ଟ୍ରାଭେଲ ଟେଷ୍ଟ ପାସ୍ କରିବା ବେଶ ଜରୁରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.