ଟିମ୍ ଇଣ୍ଡିଆ ଖେଳାଳିଙ୍କ ପାଇଁ ନୂଆ ନିୟମ ଆଣିବ ବିସିସିଆଇ, ଟୁର୍ଣ୍ଣାମେଣ୍ଟ ସମୟରେ ସାଙ୍ଗରେ ରହିପାରିବେନି ସ୍ତ୍ରୀ

ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ଟିମ୍ ଇଣ୍ଡିଆ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେଇପାରେ ବିସିସିଆଇ । ବର୍ଡର-ଗାଭାସ୍କର ଟ୍ରଫି ହାରିବା ପରେ ଟିମ ଇଣ୍ଡିଆର ରିଭ୍ୟୁ ମିଟିଂ କରାଯାଇଛି । ଏହି ମିଟିଂରେ ରୋହିତ ଶର୍ମା, ଗୌତମ ଗମ୍ଭୀର, ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଉପସ୍ଥିତି ରହିଥିଲେ । କ୍ରିକେଟର ପରିବାର ପାଇଁ କଡ଼ା ନିୟମ ଆଣିପାରେ ବିସିସିଆଇ ।

ନୂଆ ନିୟମ ଅନୁଯାୟୀ, ଯଦି କୌଣସି ଟୁର୍ଣ୍ଣାମେଣ୍ଟ ୪୫ ଦିନ କିମ୍ବା ତା’ ଠାରୁ ଅଧିକ ଦିନ ଯାଏଁ ହୁଏ, ତେବେ ପରିବାର ଲୋକ ଖେଳାଳି ସହିତ ମାତ୍ର ୧୪ ଦିନ ରହିବାର ଅନୁମତି ମିଳିବ । ଯଦି ଟୁର୍ ୪୫ ଦିନରୁ କମ୍ ହୁଏ, ଏହି ସମୟ ମାତ୍ର ୭ ଦିନ ଯାଏଁ ମିଳିବ ।

ନିୟମ ଅନୁଯାୟୀ, ଟୁର୍ଣ୍ଣାମେଣ୍ଟ ସମୟରେ ପତ୍ନୀମାନେ ଖେଳାଳିଙ୍କ ସହିତ ରହିପାରିବେ ନାହିଁ । ପରିବାର କେବଳ ୨ ସପ୍ତାହ ପର୍ଯ୍ୟନ୍ତ ଖେଳାଳିଙ୍କ ସାଥିରେ ରହିପାରିବେ । ସମସ୍ତ ଖେଳାଳିଙ୍କୁ ଟିମ୍ ବସରେ ହିଁ ଯାତ୍ରା କରିବାକୁ ହେବ ।

ଟିମର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ମ୍ୟାନେଜରଙ୍କୁ ମଧ୍ୟ ଭିଆଇପି ବକ୍ସ କିମ୍ବା ଟିମ୍ ବସରେ ବସିବାକୁ ଅନୁମତି ମିଳିବ ନାହିଁ । ତାଙ୍କୁ ମଧ୍ୟ ଅନ୍ୟ କୌଣସି ହୋଟେଲରେ ରହିବାକୁ ହେବ ।

ଯଦି ଖେଳାଳିଙ୍କ ଜିନିଷର ଓଜନ ୧୫୦ କିଲୋରୁ ଅଧିକ ହୁଏ, ତେବେ ଏହାର ଅତିରିକ୍ତ ଶୁଳ୍କ ବିସିସିଆଇ ଦେବ ନାହିଁ ।

ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ସହିତ ଟେଷ୍ଟ ସିରିଜରେ ଖରାପ ପ୍ରଦର୍ଶନ କରିବା ପରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟି୨୦ ମ୍ୟାଚ ଏବଂ ଦିନିକିଆ ସିରିଜ ଖେଳିବ । ଏହାପରେ ଚାମ୍ପିଅନ୍ସ ଟ୍ରଫି ଖେଳିବ ।

ସୂଚନାଯୋଗ୍ୟ, ନିକଟରେ ବର୍ଡର-ଗାଭାସ୍କର ଟ୍ରଫିରେ ଟିମ ଇଣ୍ଡିଆ ୩-୧ରେ ହାରିବା ପରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପରୁ ବାଦ୍ ପଡିଛି । ତେବେ ରେଡ ବଲ୍ ଖେଳିବାରେ ଭଲ ପ୍ରଦର୍ଶନ କରିନାହିଁ ।

ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ସଂପୂର୍ଣ୍ଣ ଖେଳସୂଚୀ ଜାରି ହୋଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ ୨୩ ଫେବୃଆରୀରେ ଦୁବାଇରେ ମ୍ୟାଚ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରଥମ ମ୍ୟାଚ ବାଂଲାଦେଶ ସହିତ ଦୁବାଇରେ ଖେଳାଯିବ । ଭାରତ ନିଜର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ । ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫାଇନାଲ ମ୍ୟାଚ୍ ଲାହୋରରେ ଖେଳାଯିବ । ଯଦି ଭାରତ ଫାଇନାଲରେ ପହଞ୍ଚେ ତେବେ ଫାଇନାଲ ଦୁବାଇରେ ଖେଳାଯିବ ।

ଆଇସିସି ପୁରୁଷ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଭାରତର ଖେଳସୂଚୀ :

୨୦ ଫେବୃଆରୀ : ବାଂଲାଦେଶ ବନାମ ଭାରତ, ଦୁବାଇ

୨୩ ଫେବୃଆରୀ : ଭାରତ ବନାମ ପାକିସ୍ତାନ, ଦୁବାଇ

୨ ମାର୍ଚ୍ଚ : ନ୍ୟୁଜିଲାଣ୍ଡ ବନାମ ଭାରତ, ଦୁବାଇ

୪ ମାର୍ଚ୍ଚ : ସେମିଫାଇନାଲ ୧, ଦୁବାଇ

୫ ମାର୍ଚ୍ଚ : ସେମିଫାଇନାଲ ୨, ଲାହୋର

୯ ମାର୍ଚ୍ଚ : ଫାଇନାଲ, ଲାହୋର/ଭାରତ ଫାଇନାଲକୁ ଗଲେ ଦୁବାଇରେ ହେବ ଖେଳ

Also Read : BCCI ର ନୂଆ ସମ୍ପାଦକ ହେଲେ ଦେବଜିତ ସାଇକିଆ, ଜୟ ଶାହଙ୍କ ପରେ ମିଳିଲା ଦାୟିତ୍ବ

You might also like