ଆଇପିଏଲରେ ମଧ୍ୟ ଟିମ୍ ଇଣ୍ଡିଆ ଭଳି ନିୟମ ଲାଗୁ, ଦେଖିବାକୁ ମିଳିବ ଏସବୁ ପରିବର୍ତ୍ତନ

ବିସିସିଆଇ ଚଳିତବର୍ଷ ଆରମ୍ଭରୁ ଟିମ୍ ଇଣ୍ଡିଆ ପାଇଁ କିଛି କଡ଼ା ନିୟମ ଲାଗୁ କରିଥିଲା । ଯାହାକୁ ଏବେ ଆଇପିଏଲରେ ମଧ୍ୟ ପାଳନ କରାଯିବ । ଆଇପିଏଲ ପାଇଁ ଏସଓପି କିଛି ନିୟମରେ ଦେଖିବାକୁ ମିଳିଛି । ବିସିସିଆଇ ଏହି ନିୟମକୁ ସମସ୍ତ ୧୦ଟି ଟିମକୁ ପୂର୍ବରୁ ଦେଇସାରିଛି । ସମସ୍ତ ଟିମର ଟ୍ରେନିଂ କ୍ୟାମ୍ପରେ ଏହି ନିୟମର ପ୍ରଭାବ ଦେଖିବାକୁ ମିଳିଛି ।

ଚଳିତଥର ଆଇପିଏଲରେ କେବଳ ଅଧିକ୍ତ ବ୍ୟକ୍ତିଙ୍କୁ ମଇଦାନକୁ ଯିବା ଏବଂ ଡ୍ରେସିଂ ରୁମକୁ ପ୍ରବେଶ କରିବାର ଅନୁମତି ରହିଛି । ଅର୍ଥାତ୍ କୌଣସି ଖେଳାଳିଙ୍କ ପରିବାରର ସଦସ୍ୟ ମଇଦାନକୁ ଯାଇପାରିବେନି କି ଡ୍ରେସିଂ ରୁମକୁ ଯାଇପାରିବେନି । ପ୍ରାକ୍ଟିସ କରିବା ଦିନ ମଧ୍ୟ ପରିବାରକୁ ମଧ୍ୟ ଏଣ୍ଟ୍ରି ମିଳିବ ନାହିଁ ।

ଟିମ୍ ବସରେ ଯାତ୍ରା କରିବେ ସମସ୍ତ ଖେଳାଳି। କୌଣସି ଖେଳାଳି ନିଜ କାରରେ ଅଭ୍ୟାସ କିମ୍ବା ମ୍ୟାଚକୁ ଯିବେ ନାହିଁ । ଖେଳାଳିଙ୍କ ପରିବାର ଏବଂ ସାଙ୍ଗ ଅନ୍ୟ ଗାଡିରେ ଯାତ୍ରା କରିବେ । ପରିବାର ଲୋକ ହସପିଟାଲିଟି ଜୋନରୁ ହିଁ ଟିମର ଅଭ୍ୟାସ ଦେଖିପାରିବେ । ଏହାପୂର୍ବରୁ ଖେଳାଳିଙ୍କ ପରିବାର ସଦସ୍ୟ ଟିମ୍ ବସରେ ଯାତ୍ରା କରୁଥିଲେ ।

ନିୟମରେ ପରିବର୍ତ୍ତନ :

– ସ୍ଲୋ ଓଭର ରେଟିଂରେ ଅଧିନାୟକଙ୍କ ଉପରେ ବ୍ୟାନ ଲାଗିବ ନାହିଁ । ଚଳିତ ଆଇପିଏଲ ସିଜିନରେ ଫିଟ୍ ଥିଲେ ମଧ୍ୟ ଗତ ଥର ସ୍ଲୋ ଓଭରକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ମ୍ୟାଚରୁ ବ୍ୟାନ ହୋଇଛନ୍ତି । ନୂଆ ନିୟମରେ ବ୍ୟାନ ଲାଗିବ ନାହିଁ କିନ୍ତୁ କଟିବ ମ୍ୟାଚ ଫି । ଅର୍ଥାତ ଅଧିନାୟକଙ୍କ ଉପରେ ନିୟନ୍ତ୍ରଣ ରହିବ ।

– ବୋଲର ବଲରେ ବ୍ୟବହାର କରୁଥିବା ଲାଳକୁ ନେଇ ବ୍ୟାନ ଲାଗିଥିଲା ଯାହାକୁ ହଟିଛି । ବଲରେ ଲାଗିଥିବା ଧୂଳି ସଫା କରିବାକୁ ଫିଲଡର ଏହାକୁ ବ୍ୟବହାର କରିପାରିବେ । କୋଭିଡ ପରେ ପରେ ଲାଳକୁ ନେଇ ବ୍ୟାନ ଲଗିଥିଲା । ଆଇସିସି ଏହି ନିୟମକୁ ଏବେ ବି ବ୍ୟାନ କରିଛି ।

– ନୋ ବଲ ଓ ୱାଇଡ ବଲକୁ ନେଇ ରହୁଥିବା ବିବାଦକୁ ନେଇ ନୂଆ ନିୟମ ଆସିଛି ।

– ଆଇପିଏଲରେ ସେକେଣ୍ଡ ବଲ୍ ବ୍ୟବହାର କରାଯାଇପାରିବ । ତେବେ ଆଇପିଏଲରେ ୧୧ ଓଭର ପରେ ଏହା ବ୍ୟବହାର ହୋଇପାରିବ । କେବଳ ଟେଷ୍ଟରେ ସେକେଣ୍ଡ ବଲ୍ ବ୍ୟବହାର କରାଯାଉଥିଲା ।

Also Read : ଆଜିଠୁ ଆରମ୍ଭ ହେବ ଆଇପିଏଲ୍ ମହାସମର, ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ RCB-KKR