ଭାରତ ଟି୨୦ ବିଶ୍ୱକପରୁ ହାରିବା ପରେ ଆକ୍ସନରେ ବିସିସିଆଇ, ଟିମରୁ ବିଦା ଦେଲେ ପେଡି ଆପ୍ଟନ

ଟି-୨୦ ବିଶ୍ୱକପରେ ଭାରତୀୟ ଟିମର ଶୋଚନୀୟ ପରାଜୟ ପରେ ଆକ୍ସନ ମୋଡରେ ବିସିସିଆଇ । ଏହି ଟୁର୍ଣ୍ଣାମେଣ୍ଟର ଟିମ୍‌ ଇଣ୍ଡିଆ ସେମିଫାଇନାଲରେ ଇଂଲଣ୍ଡ ଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଥିଲା। ଆଉ ଏହି ପରାଜୟ ପରେ ବିସିସିଆଇ ଚେତନ ଶର୍ମାଙ୍କ ଚୟନ କମିଟିକୁ ବରଖାସ୍ତ କରିବା ପରେ ପୁଣି ଆଉ ଜଣେ ସଦସ୍ୟଙ୍କୁ ଟିମରୁ ବିଦା କରିଛି ।

ବିସିସିଆଇ ଟି୨୦ ବିଶ୍ୱକପ ୨୦୨୨ରୁ ପରାଜୟ ବରଣ କରିବା ପରେ ମେଣ୍ଟାଲ କଣ୍ଡିସନିଂ କୋଚ ପେଡି ଆପ୍ଟନଙ୍କୁ ବିଦା କରିଛି। ରିପୋର୍ଟ ମୁତାବକ, ବିସିସିଆଇ ଟିମର ମେଣ୍ଟାଲ କଣ୍ଡିସନିଂ କୋଚ୍ ପେଡି ଆପ୍ଟନଙ୍କ ଚୁକ୍ତିକୁ ରିନ୍ୟୁ କରିନାହିଁ । ତେଣୁ ଟିମ୍ ଇଣ୍ଡିଆର ଆଗାମୀ ବାଂଲାଦେଶ ଗସ୍ତରେ ଆପ୍ଟନ ଯିବେ ନାହିଁ । ଟି-୨୦ ବିଶ୍ୱକପ୍ ଶେଷ ହେବା ସହିତ ପେଡି ଆପ୍ଟନଙ୍କ କଣ୍ଟ୍ରାକ୍ଟ ଶେଷ ହୋଇଯାଇଛି ।

ସାଉଥ ଆଫ୍ରିକାର ଆପ୍ଟନଙ୍କୁ କୋଚ୍ ଦ୍ରାବିଡ ବହୁତ ପସନ୍ଦ କରନ୍ତି । ଦ୍ରାବିଡ଼ଙ୍କ ପରାମର୍ଶ ହିଁ ବୋର୍ଡ ୫୩ ବର୍ଷୀୟ ଆପ୍ଟନଙ୍କୁ ମେଣ୍ଟାଲ୍ କଣ୍ଟିସନିଂ କୋଚ୍ ଭାବେ ନିଯୁକ୍ତି କରିଥିଲେ । ଆପ୍ଟନ ଏହି ବର୍ଷ ଜୁଲାଇ ମାସରୁ ଓ୍ୱେଷ୍ଟଇଣ୍ଡିଜ୍ ଗସ୍ତଠାରୁ ହିଁ ବିସିସିଆଇ ସହିତ ଜଡିତ ହୋଇଥିଲେ ।

ଏହାପୂର୍ବରୁ ସେ ୨୦୦୮-୧୧ ସମୟରେ ଟିମ୍ ସହିତ ଯୋଡି ହୋଇଥିଲେ ଆପ୍ଟନ । ଏହି କୋଚ ଗ୍ୟାରି କଷ୍ଟର୍ନ ଥିଲେ । ରାହୁଲ ଦ୍ରାବିଡଙ୍କ ସମେତ ଅନ୍ୟ ଖେଳାଳି ସହ ଆପ୍ଟନଙ୍କ ସଂପର୍କ ଖୁବ୍ ଭଲ ଥିଲା । ଏହି ସମୟରେ ଭାରତ ୨୦୧୧ ବିଶ୍ୱକପ୍ ବିଜୟୀ ହୋଇଥିଲା । ଆଇପିଏଲରେ ରାହୁଲ୍ ଦ୍ରାବିଡଙ୍କ ସହ ରାଜସ୍ଥାନ ରୟାର୍ଲସରେ ଏକାଠି କାମ କରୁଥିଲେ ଆପ୍ଟନ । ଏହାଛଡା ପୁନେ ଓ୍ଵାରିୟର୍ସ, ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ ଡେୟାରଡେଭିଲର କୋଚ୍‌ ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି। ଏହାଛଡା ପାକିସ୍ତାନ ସୁପର ଲିଗରେ ଲାହୋର କଲନ୍ଦର୍ସ ଏବଂ ବିଗ ବାଶ ଲିଗରେ ସିଡନୀ ଥଣ୍ଡରକୁ ମଧ୍ୟ କୋଚିଂ ଦେଇସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.