ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କିଣିଲେ ନୂଆ ଘର, ଛାଡିଲେ ୪୮ ବର୍ଷର ପୁରୁଣା ପୈତୃକ ଘର

ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବେ କୋଲକାତାରେ ଏକ ନୂଆ ବଙ୍ଗଳା କିଣିଛନ୍ତି । ସୌରଭ ଗାଙ୍ଗୁଲି ଓ ତାଙ୍କ ପରିବାର ନିଜ ୪୮ ବର୍ଷର ପୁରୁଣା ପୈତୃକ ଘର ଛାଡ଼ି କୋଲକାତାରେ ଏକ ନୂଆ ବଙ୍ଗଳାକୁ ସିଫ୍ଟ ହେବେ। ଆଉ ଏହି ନୂଆ ଘରର ଦାମ୍‌ ପାଖାପାଖି ୪୦ କୋଟି ଟଙ୍କା ରହିଛି। ସୌରଭ ଗାଙ୍ଗୁଲି ଏବେ ନୂଆ ଘରକୁ କେବେ ସିଫ୍ଟ ହେବେ ତାହା ଜଣାପଡିନାହିଁ।

ସୌରଭ ଗାଙ୍ଗୁଲିଙ୍କୁ କୋଲକତାର ରାଜୁକମାର ବା ମହାରାଜା କୁହାଯାଏ। ଲଣ୍ଡନର ନର୍ଥ ହେରାରେ ଏକ ୨ ବିଏଚକେ ଆପାର୍ଟମେଣ୍ଟର ମାଲିକ ଅଟନ୍ତି ଗାଙ୍ଗୁଲି। କିନ୍ତୁ ପ୍ରଥମ ଥର ପାଇଁ କୋଲକତାରେ ଏକ ଘର କିଣିଛନ୍ତି ସୌରଭ। ସୌରଭ ଗାଙ୍ଗୁଲିଙ୍କ ନୂଆ ଠିକଣା ୮/୧ ଏ ଲୋୟର ରୋଡେନ ଷ୍ଟ୍ରିଟର ରହିଛି।

ସୌରଭଙ୍କ ଭବ୍ୟ ଓ ନୂଆ ଘର ରାସ୍ତା ପାଶ୍ୱର୍ରେ ରହିଛି । ଘର ବଦଳାଇ ସୌରଭ ୨ଟି ସୁବିଧା ପାଇପାରିବେ । ପ୍ରଥମେ, ତାଙ୍କ ନୂଆ ଘର ସହରର ମଝିରେ ରହିଛି । ଫଳରେ ସୌରଭ ନିଜ ଘରକୁ କେବେ ବି ଯାଇ ଆସି ପାରିବେ । ଏହା ବ୍ୟତୀତ ରୋଡେନ ଷ୍ଟ୍ରିଟ ଅଞ୍ଚଳ ବହୁତ ଶାନ୍ତ ଓ ସୁସଜ୍ଜିତ । ସୌରଭ ନିଜ ନୂଆ ଘରକୁ ନେଇ ଖୁସି ଥିବା ବେଳେ ପୈତୃକ ଘରକୁ ଛାଡ଼ିବାକୁ ନେଇ ଭାବୁକ ହୋଇଛନ୍ତି । ଗାଙ୍ଗୁଲି କହିଛନ୍ତି ଯେ, ‘ମୁଁ ନିଜ ନୂଆ ଘରକୁ ନେଇ ବହୁତ ଖୁସି । ପରିବାର ସହ ରହିବା ଖୁବ୍ ମଜାଦାର । କିନ୍ତୁ ସବୁଠାରୁ କଷ୍ଟଦାୟକ କାମ ସେହି ସ୍ଥାନକୁ ଛାଡ଼ିବା, ଯେଉଁଠାରେ ମୁଁ ୪୮ ବର୍ଷରୁ ରହୁଆସୁଛି ।’

GANGULY

ସୂଚନାଯୋଗ୍ୟ, ସୌରଭ ଗାଙ୍ଗୁଲି ଏବେ ଆଇପିଏଲ୍‌ ୨୦୨୨ରେ ବ୍ୟସ୍ତ ରହିଛନ୍ତି। ଆଉ ଯେଉଁ ଘରେ ଏବେ ଗାଙ୍ଗୁଲି ରହୁଛନ୍ତି, ସେହି ଘରେ ବହୁତ ସ୍ମୃତି ରହିଛି। ତେବେ ଖୁବଶୀଘ୍ର ଗାଙ୍ଗୁଲି ସେହି ଘର ଛାଡିବେ ବୋଲି ସୂଚନା ରହିଛି।  ଆଇପିଏଲରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳିଙ୍କୁ ଦିନିକିଆ ଟିମ୍‌ରେ ସ୍ଥାନ ମିଳିବ ବୋଲି ସଂକେତ ଦେଇଛନ୍ତି ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି। ଆଇପିଏଲ ସରିବା ପରେ ଟିମ୍‌ ଇଣ୍ଡିଆରେ ଦୁଇଜଣ ବିସ୍ଫୋରଣ ବୋଲରଙ୍କ ଏଣ୍ଟ୍ରି ହେବାକୁ ଯାଉଛି। ଖୁବଶୀଘ୍ର ଦୁହିଁଙ୍କୁ ବୋଲିଂ ପାଇଁ ଟିମ୍‌ ଇଣ୍ଡିଆରେ ସୁଯୋଗ ମିଳିପାରେ।

ଆଇପିଏଲ ସରିବା ୧୦ ଦିନ ପରେ ଟିମ୍‌ ଇଣ୍ଡିଆ ସାଉଥ ଆଫ୍ରିକା ବିପକ୍ଷରେ ମ୍ୟାଚ ଖେଳିବ। ୫ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ। ସାଉଥ ଆଫ୍ରିକାରେ ୯ ଜୁନରୁ ୧୯ ଜୁନ୍‌ ପର୍ଯ୍ୟନ୍ତ ଏହି ମ୍ୟାଚ ଚାଲିବ। ଏହା ପରେ ଟିମ୍‌ ଇଣ୍ଡିଆ ବ୍ରିଟେନ ଟୁରରେ ଯିବ। ୨୬ ଜୁନରୁ ୨୮ ଜୁନ ପର୍ଯ୍ୟନ୍ତ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇଟି ଟି-୨୦ ସିରିଜ ଖେଳିବ। ଏହା ପରେ ଜୁଲାଇରେ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ, ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ ଖେଳିବ।
Leave A Reply

Your email address will not be published.