ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ଆଞ୍ଜିଓପ୍ଲାଷ୍ଟ ପରେ ଘରକୁ ଫେରିଲେ

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଜି ହସ୍ପିଟାଲରୁ ହିସଚାର୍ଜ ହୋଇଛନ୍ତି। ଜାନୁଆରୀ ୨୭ରେ ତାଙ୍କୁ କଲିକତାର ଆପୋଲୋ ହସ୍ପିଟାଲରେ ଆଡମିଟ୍‌ କରାଯାଇଥିଲା। ୨୯ ତାରିଖରେ ତାଙ୍କର ଦ୍ୱିତୀୟ ଆଞ୍ଜିଓପ୍ଲାଷ୍ଟ ହୋଇଛି।

ଏହାକୁ ମିଶାଇ ଗାଙ୍ଗୁଲିଙ୍କର ଦୁଇଥର ଆଞ୍ଜିଓପ୍ଲାଷ୍ଟ ହୋଇସାରିଲାଣି। ଜଣାଶୁଣା ହୃଦ୍‌ରୋଗ ବିଶେଷଜ୍ଞ ଡା.ଦେବୀ ସେଟ୍ଟୀ ଓ ଡା. ଅଶ୍ୱିନ୍‌ ମେହେତାଙ୍କ ସମେତ ଡାକ୍ତରଙ୍କର ଏକ ଟିମ୍‌ ଗୁରୁବାର ଗାଙ୍ଗୁଲିଙ୍କର ଆଞ୍ଜିଓପ୍ଲାଷ୍ଟ କରିଛନ୍ତି।

ଆଜି ହସ୍ପିଟାଲରୁ ବାହାରକୁ ବାହାରିବା ବେଳେ ସୌରଭ ଗାଙ୍ଗୁଲିଙ୍କ ଫଟୋ ସାମ୍ନାକୁ ଆସିଛି।

Leave A Reply

Your email address will not be published.