ଶାସ୍ତ୍ରୀଙ୍କ ସ୍ଥାନ ନେବେ ରାହୁଲ ଡ୍ରାଭିଡ, ବିସିସିଆଇ ଦେଲା ଆଭାସ

ଖୁବଶୀଘ୍ର ଅଲଗା ହେବେ କୋହଲି-ଶାସ୍ତ୍ରୀ ଯୋଡ଼ି । ମୁଖ୍ୟ କୋଚ୍‌ ପଦରୁ ଯିବେ ରବି ଶାସ୍ତ୍ରୀ । ତାଙ୍କ ସ୍ଥାନ ନେବେ ରାହୁଲ ଦ୍ରାବିଡ । ଏଭଳି କିଛି ଆଭାସ ଦେଇଛି ବିସିସିଆଇ । ICC ଟି-୨୦ ଓ୍ଵାର୍ଲଡ କପ୍‌ ପରେ ମୁଖ୍ୟ କୋଚ୍‌ ପଦ ଛାଡିବେ ଶାସ୍ତ୍ରୀ । ଟି-୨୦ ବିଶ୍ୱ କପ ପରେ ମୁଖ୍ୟ କୋଚ ଭାବେ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏହାପରେ ତାଙ୍କ ସମୟ ବୃଦ୍ଧି କରିବା ସପକ୍ଷରେ ବିସିସିଆଇ ନଥିବା ଜଣାପଡିଛି । ରାହୁଲ ଦ୍ରାଭିଡଙ୍କ ନାଁ କୋଚ୍‌ ତାଲିକାର ଆଗରେ ରହିଛି ।

ଯେଉଁଥିପାଇଁ ଶ୍ରୀଲଙ୍କା ଟୁରରେ ରାହୁଲଙ୍କୁ କୋଚ୍‌ ଭାବେ ପଠାଯାଇଥିଲା । ଏବେ ଇଂଲଣ୍ଡ ଟୁରରେ ରହିଛି ଭାରତ । ରବି ଶାସ୍ତ୍ରୀ ମୁଖ୍ୟ କୋଚ୍‌ ଭାବେ ଏହି ପଦରେ ରହିବାକୁ ଚାହୁଁନଥିବା ଜଣାପଡିଛି । ଏନେଇ କିଛି ବିସିସିଆଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଶାସ୍ତ୍ରୀ ।

ଇଂଲଣ୍ଡ ଟୁର ପରେ ଅକ୍ଟୋବର ଓ ନଭେମ୍ବରରେ ଟି -୨୦ ବିଶ୍ପକପରେ ଖେଳିବ ଭାରତ । ଏହାପରେ ରବି ଶାସ୍ତ୍ରୀ ବିଦାୟ ନେବେ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ୨୦୧୪ରେ ଟିମ ଇଣ୍ଡିଆର ଡାଇରେକ୍ଟର ଭାବେ ଭାର ସମ୍ଭାଳିଥିଲେ । ୨୦୧୭ରେ ଅନିଲ କୁମ୍ବଲେ କୋଚ ପଦରୁ ଇସ୍ତଫା ଦେବା ପରେ ରବି ଶାସ୍ତ୍ରୀଙ୍କୁ କୋଚ୍‌ ଦାୟିତ୍ୱ ଦିଆଯାଇଥିଲା ।

Leave A Reply

Your email address will not be published.