କ୍ରୀଡା

ଭାରତୀୟ ଟିମର କୋଚ ପାଇଁ ବିସିସିଆଇ ପାଖରେ ପହଞ୍ଚିଲା ୩୦୦୦ ଆବେଦନ; ମୋଦି, ଶାହ, ସଚିନ…ଙ୍କ ନାମ ବି ସାମିଲ

ଭାରତୀୟ କ୍ରିକେଟ ଟିମର କୋଚ ପାଇଁ ବିସିସିଆଇକୁ ୩୦୦୦ରୁ ଅଧିକ ଆବେଦନ ମିଳିଛି । ଆବେଦନ କରିଥିବା ଲୋକଙ୍କ ମଧ୍ୟରେ ସଚିନ ତେନ୍ଦୁଲକର, ଧୋନି, ମୋଦି, ଶାହାଙ୍କ ଭଳି ନାମ ଆସିଛି । ତେବେ ଏଭଳି ବଡ ସେଲିବ୍ରିଟିଙ୍କ ନାମରେ ଆବେଦନ କରିଥିବା ଲୋକ ନକଲି ବୋଲି ରିପୋର୍ଟରେ ଜଣାପଡିଛି ।

ଭାରତୀୟ ଟିମ୍‌ର ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଟି୨୦ ବିଶ୍ୱକପ ପର୍ଯ୍ୟନ୍ତ ରହିଛି । ବିସିସିଆଇ ଦ୍ରାବିଡଙ୍କ ସ୍ଥାନରେ ନୂଆ କୋଚ ସନ୍ଧାନରେ ରହିଛି । ତେଣୁ ଆବେଦନ ଗ୍ରହଣ କରୁଛି ବିସିସିଆଇ । ବୋର୍ଡ ଏଥିପାଇଁ ନିଜ େଓ୍ଵବସାଇଟରେ ଗୁଗଲ ଫର୍ମ ଲିଙ୍କ ଦେଇଥିଲା । ଯାହାଦ୍ୱାରା ଆବେଦନ କରାଯିବାର ଥିଲା ।

ତେବେ ଖବର ମୁତାବକ, ୨୭ ମଇରେ ଭାରତୀୟ କୋଚ ହେବା ପାଇଁ ୩୦୦୦ରୁ ଅଧିକ ଆବେଦନ ଆସିଛି । ଏଥିରେ ଅନେକ ନାମ ଏମିତି ରହିଛି, ଯାହା ନକଲି ରହିଛି । ବଡ ବଡ ସେଲିବ୍ରିଟଙ୍କ ନାମରେ ଆବେଦନ ହୋଇଛି । ସଚିନ ତେନ୍ଦୁଲକର, ନରେନ୍ଦ୍ର ମୋଦି, ମହେନ୍ଦ୍ର ସିଂ ଧୋନି, ଅମିତ ଶାହାଙ୍କ ନାମକୁ ବ୍ୟବହାର କରି ଆବେଦନ କରାଯାଇଛି । ଏହି ଆବେଦନ ଗୁଡିକ ଦେଖିବା ପରେ ବିସିସିଆଇ ହତବାକ ହୋଇଯାଇଛି ।

ସୂଚନାଯୋଗ୍ୟ, ଆଇପିଏଲ ସରିବା ପରେ ବିସିସିଆଇ ସଚିବ ଜୟନ ଶାହ ଗମ୍ଭୀରଙ୍କ ସହିତ ସାକ୍ଷାତ କରିଥିବାର ନଜର ଆସିଛନ୍ତି । ତେବେ ଗମ୍ଭୀର କୋଚ ପାଇଁ ସମସ୍ତଙ୍କ ପ୍ରଥମ ପସନ୍ଦ ରହିଛନ୍ତି ବୋଲି ଖବର ମିଳୁଛି । ଗତଥର ବିସିସିଆଇକୁ ୫୦୦୦ ହଜାର ଆବେଦନ ଫର୍ମ ମିଳିଥିଲା । ଏମାନଙ୍କ ମଧ୍ୟରୁ ପ୍ରକୃତ ନାମ ବାହାର କରିବା ପାଇଁ ଅନେକ ସମୟ ଲାଗିଥିଲା । ଟି୨୦ ବିଶ୍ୱକପ ୨୦୨୪ ପରେ ଭାରତୀୟ ଟିମ ଜିମ୍ବାେଓ୍ଵ ଗସ୍ତରେ ରହିବ । ସେହି ସମୟରେ ଟିମ୍‌ ଇଣ୍ଡିଆର କିଛି ଖେଳାଳି ବିଶ୍ରାମ ନେଇପାରନ୍ତି । ଏହି ସମୟରେ ଭାରତୀୟ ଟିମକୁ ମୁଖ୍ୟ କୋଚ ମିଳିପାରନ୍ତି । ତେବେ ରାହୁଲ ଦ୍ରାବିଡ ପୁଣିଥରେ କୋଚ ହେବା ପାଇଁ ଇଚ୍ଛା ପ୍ରକାଶ କରିନାହାନ୍ତି ।

ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ :

ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜୟସଓ୍ଵାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ଅର୍ଶଦୀପ ସିଂ ସାମିଲ ରହିଛନ୍ତି ।

ଷ୍ଟାଣ୍ଡବାଏ : ଶବମନ ଗିଲ, ରିଙ୍କୁ ସିଂ, ଖଲୀଲ ଅହମଦ, ଆବେଶ ଖାନ ।

 

Swagatika

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

32 seconds ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

26 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

30 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

32 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

38 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

50 mins ago