୧୫ ଫେବୃଆରୀରେ କଟକରେ ହେବ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ T-20 ମ୍ଯାଚ, ବିସିସିଆଇ ଜାରି କଲା ତାଲିକା

ଭାରତୀୟ କ୍ରିକେଟ ଟିମର ଜୁନ ୨୦୨୨ ପର୍ଯ୍ଯନ୍ତ ସିଡ୍ଯୁଲ ଜାରି ହୋଇଛି। ବିସିସିଆଇ ଟିମ ଇଣ୍ଡିଆର କାର୍ଯ୍ଯକ୍ରମ ସୂଚୀ ଜାରି କରିଛି। ଟିମ ନଭେମ୍ବର ୨୦୨୧ ଠାରୁ ଜୁନ୍ ୨୦୨୨ ପର୍ଯ୍ଯନ୍ତ ଘରୋଇ ମାଟିରେ ୪ଟି ଟେଷ୍ଟ, ୧୪ ଟି-୨୦ ଇଣ୍ଟରନ୍ଯାସନାଲ ଏବଂ ୩ଟି ଦିନିକିଆ ମ୍ଯାଚ ଖେଳିବ।

BCCI ଦ୍ବାରା ଘୋଷିତ କାର୍ଯ୍ଯକ୍ରମ ମୁତାବକ, ୮ ମାସର ଏହି ଅବଧି ମଧ୍ୟରେ ନ୍ଯୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଦକ୍ଷିଣ ଆଫ୍ରିକା ଟିମ୍ ଭାରତକୁ ଆସିବେ। ଏହାମଧ୍ୟରେ ଭାରତୀୟ ଟିମ ଡିସେମ୍ବର ୨୦୨୧ରୁ ଜାନୁଆରୀ ୨୦୨୨ ମଧ୍ୟରେ ଦକ୍ଷିଣ ଆଫି୍ରକା ଗସ୍ତ କରିବ ଏବଂ ଏପ୍ରିଲ ଏବଂ ମଇରେ ଆଇପିଏଲ ଆୟୋଜନ ହେବ। ଏହିସବୁ ମ୍ଯାଚ ଜୟପୁର, ରାଞ୍ଚି, ଲକ୍ଷ୍ମୌ, ବିଶାଖାପାଟନମ, କଲିକତା, ଅହମଦାବାଦ, କଟକ, ତ୍ରିଭେନ୍ଦମ, ଚେନ୍ନାଇ, ରାଜକୋଟ, ଦିଲ୍ଲୀରେ ଆୟୋଜିତ ହେବ।

ଭାରତ-ନ୍ଯୁଜିଲାଣ୍ଡ: ୩ଟି T-୨୦ ମ୍ଯାଚ, ୨ଟି ଟେଷ୍ଟ ମ୍ଯାଚ ( ୧୭ ନଭେମ୍ବରରୁ ୭ ଡିସେମ୍ବର)

ଭାରତ- ୱେଷ୍ଟଇଣ୍ଡିଜ: ୩ଟି ଦିନିକିଆ, ୩ଟି T-୨୦ ମ୍ଯାଚ ( ୬ ଫେବୃଆରୀରୁ ୨୦ ଫେବୃଆରୀ)

ଭାରତ- ଶ୍ରୀଲଙ୍କା: ୨ଟି ଟେଷ୍ଟ, ୩ଟି T-୨୦ ମ୍ଯାଚ ( ୨୫ ଫେବୃଆରୀରୁ ୧୮ ମାର୍ଚ୍ଚ)

ଭାରତ- ସାଉଥ ଆଫ୍ରିକା: ୫ଟି T-୨୦ ମ୍ଯାଚ (୯ ଜୁନରୁ ୧୯ ଜୁନ୍ )

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.