ବିସିସିଆଇ ଜାରି କଲା ପ୍ଲେ ଅଫ୍‌ କାର୍ଯ୍ୟକ୍ରମ ଲିଷ୍ଟ, ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ

ଆଇପିଏଲ ପ୍ରିମିଅର ଲିଗ୍‌(ଆଇପିଏଲ୍‌ର)ର ପ୍ରଥମ କ୍ୱାଲିଫାୟାର ଏବଂ ଫାଇନାଲ ମ୍ୟାଚ ଦୁବାଇରେ ହେବ। କିନ୍ତୁ ବାକି ଦୁଇଟି ପ୍ଲେ ଅଫ ମ୍ୟାଚ ଆବୁଧାବିରେ ଖେଳାଯିବ। ବିସିସିଆଇ ଏହା ଘୋଷଣା କରିଛି।

ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଚଳିତବର୍ଷ ଆଇପିଏଲ ପ୍ଲେଅଫ୍ କାର୍ଯ୍ୟକ୍ରମ ଜାରି କରିଛି। ଆଇପିଏଲ ୨୦୨୦ର ଫାଇନାଲ ମୁକାବିଲା ନଭେମ୍ବର ୧୦ ତାରିଖରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ। ଏଥିସହିତ ନଭେମ୍ବର ୫ ତାରିଖରେ ଦୁବାଇରେ ହିଁ ପ୍ରଥମ କ୍ବାଲିଫାଏର ମ୍ୟାଚ୍ ଖେଳାଯିବ।


ଏଲିମିନେଟର ଓ ଦ୍ବୀତିୟ କ୍ବାଲିଫାଏର ମ୍ୟାଚ୍ ଆବୁଧାବି ଷ୍ଟାଡିୟମରେ ନଭେମ୍ବର ୬ ଓ ୮ରେ ଖେଳାଯିବ। ଏହି ସମସ୍ତ ମ୍ୟାଚ୍ ଗୁଡ଼ିକ ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ। ଅପରପକ୍ଷେ ମହିଳା ଟି-୨୦ ଚ୍ୟାଲେଞ୍ଜ ନଭେମ୍ବର ୪ରୁ ୯ ପର୍ଯ୍ୟନ୍ତ ଶାରଜାହ ଷ୍ଟାଡିୟମରେ ଖେଳାଯିବ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.