ମୁଖ୍ୟ କୋଚ ସହ ଅନ୍ୟାନ ପଦବୀ ପାଇଁ ବିସିସିଆଇ ପକ୍ଷରୁ ଆବେଦନ ପ୍ରକ୍ରିୟା ଜାରି

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ନ୍ୟାସନାଲ ଟିମର କୋଚ ପଦବୀ ପାଇଁ ଆବେଦନ ଜାରି କରିଛି  । ପୁରୁଷ କ୍ରିକେଟ ଟିମର ପ୍ରମୁଖ କୋଚ ପଦବୀ ବ୍ୟତୀତ ବ୍ୟାଟିଂ, ବୋଲିଙ୍ଗ, ଫିଲ୍ଡିଂଗ କୋଚପଦବୀ ପାଇଁ ଆବେଦନ ପ୍ରକ୍ରିୟା ଜାରି ହୋଇଛି  । ଏସବୁ ବ୍ୟତୀତ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀର ସ୍ପୋର୍ଟ୍ସ ସାଇନ୍ସ/ ମେଡ଼ିସିନ ପ୍ରମୁଖ ପଦବୀ ପାଇଁ ବି ଭେକେନସି ପାଇଁ ଆବେଦନ ଜାରି ହୋଇଛି  ।

ସୂଚନା ଦେବା ଉଚିତ ହେବକି, ଟିମ ଇଣ୍ଡିଆର ବର୍ତ୍ତମାନର କୋଚ ରବି ଶାସ୍ତ୍ରୀ ଓ ସପୋର୍ଟିଂ ଷ୍ଟାଫ ମାନଙ୍କ କାର୍ଯ୍ୟକାଳ ଟି-20 ବିଶ୍ୱକପ ପରେ ସରିଯାଉଛି  । ଏଣୁ ଏହି ଖାଲି ଥିବା ପଦବୀ ଗୁଡିକୁ ଭରିବା ପାଇଁ ହିଁ ବିସିସିଆଇ ପକ୍ଷରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି  । ପ୍ରମୁଖ କୋଚ ପଦବୀ ପାଇଁ ଆସନ୍ତା ଅକ୍ଟୋବର ୨୬ ତାରିଖ ପର୍ଯ୍ୟନ୍ତ ଆବେଦନର ସମୟ ରଖାଯାଇଛି  । ଆଉ ଅନ୍ୟ ପଦପଦବୀ ପାଇଁ ଆବେଦନ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ରଖାଯାଇଛି  । ମୁଖ୍ୟ କୋଚ ପଦବୀ ପାଇଁ ଆଶାୟୀଙ୍କ କାର୍ଯ୍ୟକାଳ ୨ ବର୍ଷ ଯାଏଁ ରହିବ  । ଏହା ସହ ତାଙ୍କର ଅତି କମରେ ୩୦ ଟେଷ୍ଟ କିମ୍ବା ୫୦ଟି ଏକଦିବଶିୟ ମ୍ୟାଚର ଅନୁଭବ ଥିବା ଆବଶ୍ୟକ  । ଏହା ସହ ତାଙ୍କ ପାଖରେ ବିସିସିଆଇର ତୃତୀୟ ସ୍ତରର ସାର୍ଟିଫିକେଟ ବି ନିହାତି ଥିବା ଆବଶ୍ୟକ  । ତାଙ୍କ ବୟସ ୬୦ ବର୍ଷରୁ କମ ହୋଇଥିବ  ।

ଅନ୍ୟପକ୍ଷରେ ଶନିବାର ଜାରି ହୋଇଥିବା ଏକ ରିପୋର୍ଟ ମୁତାବକ ପୂର୍ବ କ୍ରିକେଟର ରାହୁଲ ଦ୍ରାଭିଡ ମୁଖ୍ୟ କୋଚ ପଦବୀ ପାଇଁ ରାଜି ହୋଇଥିବା ବେଳେ ଟି-20 ପରେ ସେ ଏହି ପଦବୀରେ ଯୋଗ ଦେବେ  । ଅବଶ୍ୟ ଏନେଇ କୌଣସି ପ୍ରକାର ଅଫିସିଆଲ ଘୋଷଣା କରାଯାଇ ନାହିଁ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.