ଆଇପିଏଲ୍‌ ପିଚ୍‌ କ୍ୟୁରେଟର ଏବଂ ଗ୍ରାଉଣ୍ଡସମ୍ୟାନ ପାଇଁ ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ, ଜଣକୁ ମିଳିବ ୨୫ ଲକ୍ଷ

IPL 2022 ଶେଷ ହୋଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ୭ ଓ୍ଵିକେଟରେ ହରାଇଛି। ଏବେ ବିସିସଆଇ ଆଇପିଏଲ୍‌ ୨୦୨୨ର ପିଚ୍‌ କ୍ୟୁରେଟର ଏବଂ ଗ୍ରାଉଣ୍ଡସମ୍ୟାନ ପାଇଁ ପୁରସ୍କାର ରାଶି ବର୍ଷା କରିଛନ୍ତି। ଏହାର ଘୋଷଣା ବିସିସିଆଇ ସଚିବ ଜୟ ଶାହ କରିଛନ୍ତି।

ବିସିସିଆଇ ଆଇପିଏଲ୍‌ ଚାଲିଥିବା ବେଳେ ପିଚ୍‌ ପ୍ରସ୍ତୁତ କରିଥିବା କ୍ୟୁରେଟର ଏବଂ ଗ୍ରାଉଣ୍ଡସମ୍ୟାନ ପାଇଁ ୧ କୋଟି ୨୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଜଣକୁ ୨୫ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ଜଣାପଡିଛି। ବିସିସିଆଇ ସଚିବ ଜୟ ଶାହା ଟ୍ଵିଟ୍‌ କରି କହିଛନ୍ତି, ମୁଁ ଏମାନଙ୍କ ପାଇଁ ୧ କୋଟି ୨୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରି ବହୁତ ଖୁସି ରହିଛି। ଟାଟା ଆଇପିଏଲ୍‌ ୨୦୨୨ ସମୟରେ ସର୍ବଶ୍ରେଷ୍ଠ ମୁକାବିଲା ଖେଳାଯାଇଛି।

ଆଇପିଏଲ୍‌ ୨୦୨୨ରେ ୭୦ଟି ଲିଗ୍‌ ମ୍ୟାଚ ମହାରାଷ୍ଟ୍ରର ଚାରିଟି ଷ୍ଟାଡିୟମରେ ଖେଳାଯାଇଥିଲା। ଓ୍ଵାଙ୍ଖଡେ ଷ୍ଟାଡିୟମ, ବ୍ରେବୋନ୍‌ ଷ୍ଟାଡିୟମ, ଡିଓ୍ଵାଇ ପାଟିଲ ଷ୍ଟାଡିୟମ ଏପଂ ପୁନେର ମହାରାଷ୍ଟ୍ର କ୍ରିକେଟ ଗ୍ରାଉଣ୍ଟରେ ଖେଳାଯାଇଥିଲା ସମସ୍ତ ଆଇପିଏଲ ମ୍ୟାଚ। ପ୍ଲେଅଫ ମ୍ୟାଚ କୋଲକତାର ଇଡେନ ଗାର୍ଡେନ ଏବଂ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିଲା। ଅହମଦାବାଦ ଏବଂ ପୁନେ ବ୍ୟତୀତ ଅନ୍ୟ ସ୍ଥାନରେ ୧୩୦ରୁ ଅଧିକ କର୍ମୀ କାମ କରିଥିଲେ।

ସୂଚନା ମୁତାବକ, ଡିଓ୍ଵାଇ ପାଟିଲ ଷ୍ଟାଡିୟମରେ ପାଖାପାଖି ୩୦ ଗ୍ରାଉଣ୍ଡସମ୍ୟାନ କାମ କରିଥିଲେ। ଓ୍ଵାଙ୍ଖଡେ ଷ୍ଟାଡିୟମରେ ୧୭, ବ୍ରେବୋନ୍‌ରେ ୫୦ କର୍ମୀ କାମ କରିଥିଲେ। ସେହିପରି ଇଡେନ ଗାର୍ଡେନର ମୁଖ୍ୟ କ୍ୟୁରେଟର ସୁଜାନ ମୁଖାର୍ଜୀ କହିଛନ୍ତି, ଷ୍ଟାଡିୟମରେ ଦୁଇଟି ପ୍ଲେ ଅଫ ମ୍ୟାଚ ସମୟରେ ୭୦ରୁ ଅଧିକ କର୍ମୀ କାମ କରିଛନ୍ତି।

ସୂଚନାଯୋଗ୍ୟ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୁନ ୯ ତାରିଖରୁ ଟି-୨୦ ସିରିଜ ଖେଳାଯିବ। ଏହାର ପ୍ରଥମ ମ୍ୟାଚ ଦିଲ୍ଲୀରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ ୧୨ ଜୁନରେ କଟକରେ ଖେଳାଯିବ। ସେହିପରି ତୃତୀୟ ମ୍ୟାଚ ୧୪ ଜୁନ ଏବଂ ୪ର୍ଥ ମ୍ୟାଚ ୧୭ ଜୁନକୁ ଖେଳାଯିବ। ଏହି ସିରିଜର ଶେଷ ମ୍ୟାଚ ଜୁନ ୧୯ ତାରିଖ ବାଙ୍ଗାଲୋରରେ ଆୟୋଜିତ ହେବ। ଏହାପରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ସିରିଜ ଖେଳିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.