ଆଇପିଏଲ ଖେଳୁଥିବା ଭାରତୀୟ ଖେଳାଳିଙ୍କୁ ମିଳିବ ମ୍ୟାଚ୍‌ ଫି’, ବିସିସିଆଇ ନେଲା ନିଷ୍ପତ୍ତ

ଆଇପିଏଲ ୨୦୨୫ ପୂର୍ବରୁ ଐତିହାସିକ ନିଷ୍ପତ୍ତି ନେଇଛି ବିସିସିଆଇ । ପ୍ରଥମଥର ପାଇଁ ଆଇପିଏଲ ଖେଳୁଥିବା ଖେଳାଳିଙ୍କୁ ମିଳିବ ମ୍ୟାଚ୍ ଫି’ । ଏହି ମ୍ୟାଚ ଫି’ ବିସିସିଆଇ ତରଫରୁ ମିଳିବ । ଜଣେ ଖେଳାଳିକୁ ପ୍ରତି ମ୍ୟାଚ୍ ପିଛା ଅତିରିକ୍ତ ୭.୫ ଲକ୍ଷ ଟଙ୍କା ଫି’ ଆକାରରେ ପାଇବେ । ଯଦି ଜଣେ ଖେଳାଳି ଆଇପିଏଲର ସମସ୍ତ ଲିଗ ମ୍ୟାଚ୍ ଖେଳନ୍ତି, ତା’ହଲେେ ତାଙ୍କୁ ଚୁକ୍ତି ଛଡା ଆଉ ୧.୦୫ କୋଟି ଟଙ୍କା ଅତିରିକ୍ତ ମିଳିବ।

ବିସିସିଆଇର ସମ୍ପାଦକ ଜୟ ଶାହ ସୂଚନା ଦେଇଛନ୍ତି । ସେ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ “ଆଇପିଏଲରେ ନିରନ୍ତର ଓ ଚମତ୍କାର ପ୍ରଦର୍ଶନର ଉତ୍ସବ ପାଳନ କରିବା ପାଇଁ ଆମେ ଏକ ଐତିହାସିକ ପଦକ୍ଷେପ ନେଇଛୁ । ଆମ କ୍ରିକେଟରଙ୍କ ପାଇଁ ପ୍ରତି ମ୍ୟାଚ୍ ପିଛା ୭.୫ ଲକ୍ଷ ଟଙ୍କାର ଫି’ ଦେବାକୁ ଘୋଷଣା କରୁଛୁ । ଏହାର ଅର୍ଥ ଗୋଟିଏ ସିଜିନରେ ସମସ୍ତ ଲିଗ ମ୍ୟାଚ୍ ଭାରତୀୟ ଖେଳୁଥିବା ଖେଳାଳିଙ୍କୁ ତାଙ୍କର ଚୁକ୍ତି ଅର୍ଥ ବ୍ୟତୀତ ଆଉ ୧.୦୫ କୋଟି ଟଙ୍କା ମିଳିବ । ଏଥିପାଇଁ ସବୁ ପ୍ରାଞ୍ଚାଇଜକୁ ସିଜିନ ପାଇଁ ୧୨.୬୦ କୋଟି ଟଙ୍କା ଦିଆଯିବ ।” ଏହା ଆଇପିଏଲରେ ଖେଳାଳିଙ୍କ ପାଇଁ ଗୋଟିଏ ନୂଆ ଯୁଗ ହେବ।

ବର୍ତ୍ତମାନ ବିସିସିଆଇ ଭାରତୀୟ ଖେଳାଳିଙ୍କୁ ଟେଷ୍ଟ ମ୍ୟାଚ୍ ପିଛା ୧୫ ଲକ୍ଷ, ଦିନିକିଆ ପାଇଁ ୬ ଲକ୍ଷ ଓ ଟି-୨୦ ପାଇଁ ୩ ଲକ୍ଷ ଟଙ୍କା ଲେଖାଏ ଦେଉଛି । କିନ୍ତୁ ଆଇପିଏଲର ପ୍ରତିଟି ମ୍ୟାଚ୍ ଭାରତୀୟ ଖେଳାଳି ଦିନିକିଆ ଠାରୁ ମଧ୍ୟ ଅଧିକ ଟଙ୍କା ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like