ଅଷ୍ଟ୍ରେଲିଆ ମହିଳା କ୍ରିକେଟରଙ୍କୁ ଅସଦାଚରଣ କରିବା ମାମଲା: ବିସିସିଆଇ ଘଟଣାକୁ କଲା ନିନ୍ଦା, ଖେଳାଳିଙ୍କୁ ଦିଆଯିବ କଡ଼ା ସୁରକ୍ଷା
ଇନ୍ଦୋର : ଇନ୍ଦୋରରେ ଦୁଇ ଜଣ ଅଷ୍ଟ୍ରେଲୀୟ ମହିଳା କ୍ରିକେଟରଙ୍କୁ ଅସଦାଚରଣ କରାଯିବା ଘଟଣାରେ ବିସିସିଆଇ କଡ଼ା ନିନ୍ଦା କରିଛି । ଏହାଛଡା ବିସିସିଆଇ ବିଶ୍ବକପ ନକ୍ ଆଉଟ ପର୍ଯ୍ୟାୟ ପୂର୍ବରୁ ସୁରକ୍ଷା ପ୍ରୋଟୋକଲକୁ ପୁଣିଥରେ ବିଚାର କରି କକ୍ଷା ସୁରକ୍ଷା କରିବାକୁ କଥା ଦେଇଛି । ଇନ୍ଦୋରରେ ଦୁଇ ଜଣ ଅଷ୍ଟ୍ରେଲୀୟ ମହିଳା କ୍ରିକେଟର ରିଙ୍ଗ ରୋଡ୍ରେ ଥିବା ଏକ କାଫେରୁ ନିଜ ହୋଟେଲକୁ ଫେରୁଥିବା ସମୟରେ ଜଣେ ଯୁବକ ସେମାନଙ୍କୁ ପିଛା କରି ଅସଦାଚରଣ କରିଥିଲେ । ପୋଲିସ ଅଭିଯୁକ୍ତ ଅକିଲ ଖାନକୁ ଚିହ୍ନଟ କରିବା ପରେ ଗିରଫ କରିଛି ।
ବିସିସିଆଇ ସଚିବ ଦେବଜିତ ସାଇକିଆ ଏକ ବୟାନରେ କହିଛନ୍ତି, ଏହା ବହୁତ ନୀନ୍ଦନୀୟ ଘଟଣା । ଭାରତର ଆତିଥ୍ୟକୁ ନେଇ ଚାରିଆଡ଼େ ଚର୍ଚ୍ଚା । ଏମିତି ଘଟଣାକୁ ବିଲକୁଲ ବରଦାସ୍ତ କରାଯିବ ନାହିଁ । ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବାରୁ ମଧ୍ୟପ୍ରଦେଶ ପୋଲିସକୁ ପ୍ରଶଂସା କରିଛନ୍ତି ।
ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଅଭିଯୁକ୍ତ ଅକିଲ ମହିଳା କ୍ରିକେଟର ଦ୍ଵୟଙ୍କୁ ଅସଦାଚରଣ କରି ଫେରାର ହେଉଥିବା ସମୟରେ ଜଣେ ବ୍ୟକ୍ତି ତାଙ୍କ ବାଇକ ନମ୍ବରକୁ ଲେଖି ରଖିଥିଲେ । ତାଙ୍କ ସୂଚନା ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇଛି ।
ଟଣା ସମ୍ପର୍କରେ ଅଷ୍ଟ୍ରେଲୀୟ କ୍ରିକେଟ ଦଳର ନିରାପତ୍ତା ଟିମ୍ ପକ୍ଷରୁ ଏ ସମ୍ପର୍କରେ ପୋଲିସ ଖବର ଦିଆଯାଇଥିଲା । ଏହା ପରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ଏହି ଘଟଣା ପରେ ଖେଳାଳିଙ୍କ ସୁରକ୍ଷାକୁ ବଢାଇଦିଆଯାଇଛି ।
Also Read : ବଦଳିଲେ କେକେଆର କୋଚ୍, ଚନ୍ଦ୍ରକାନ୍ତ ପଣ୍ଡିତଙ୍କ ସ୍ଥାନରେ ଅଭିଷେକ ନାୟର