ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ପାଇଁ ବିସିସିଆଇ ଏହି ୬ଜଣଙ୍କୁ କଲା ଶର୍ଟ ଲିଷ୍ଟ୍‍

ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ), ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ପାଇଁ ସୋମବାର ୬ଜଣଙ୍କ ନାମକୁ ଶର୍ଟ ଲିଷ୍ଟ କରିଛି, ଯାହାଙ୍କ ମଧ୍ୟରେ ବର୍ତ୍ତମାନର କୋଚ୍‌ ରବି ଶାସ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି। ତାଙ୍କ ଛଡ଼ା ଆଉ ଦୁଇ ଭାରତୀୟ ତଥା ପୂର୍ବତନ କ୍ରିକେଟର ଲାଲାଚାନ୍ଦ ରାଜପୁତ ଓ ରବିନ୍‌ ସିଂଙ୍କ ନାମକୁ କ୍ଷୁଦ୍ର ତାଲିକାଭୁକ୍ତ କରାଯାଇଛି। ସେହିପରି ଅନ୍ୟ ୩ ଜଣଙ୍କ ମଧ୍ୟରେ ରହିଛନ୍ତି ମାଇକ୍‌ ହେସନ୍‌, ଟମ୍‌ ମୁଡି ଓ ଫିଲ୍‌ ସିମୋନ୍ସ। ଶର୍ଟ ଲିଷ୍ଟ ହୋଇଥିବା ଏହି ପ୍ରାର୍ଥୀଙ୍କର ଅଗଷ୍ଟ ୧୬ରେ ଇଣ୍ଟରଭ୍ୟୁ ହେବ ବୋଲି ବିସିସିଆଇ ସୂତ୍ରରୁ ପ୍ରକାଶ।

ମୁଖ୍ୟ କୋଚ୍‌ ପଦ ପାଇଁ ତିନି ସଦସ୍ୟ ବିଶିଷ୍ଟ କ୍ରିକେଟ ଆଡଭାଇଜରି କମିଟି ଇଣ୍ଟରଭ୍ୟୁ ନେବ। ଏହି ଇଣ୍ଟରଭ୍ୟୁ ଅଗଷ୍ଟ ୧୩ରୁ ୧୪ ତାରିଖ ମଧ୍ୟରେ ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଏକ ନ୍ୟୁଜ୍‌ ଏଜେନ୍ସି ଯେତେବେଳେ ବିସିସିଆଇକୁ ପ୍ରଶ୍ନ କରିଥିଲା ଯେ କୋଚ୍‌ ଚୟନ ପାଇଁ ବିରାଟ କୋହଲିଙ୍କଠାରୁ ଆଶା ରଖାଯାଇପାରିବ କି, ସେତେବେଳେ ବିସିସିଆଇ କହିଥିଲା, ଯେଉଁଭଳି ଭାବେ ମହିଳା ଟିମର କୋଚ୍‌ ଚୟନ ପ୍ରକ୍ରିୟାରେ କ୍ୟାପଟେନର ଭୂମିକା ନ ଥାଏ, ଠିକ୍‌ ସେହିଭଳି କ୍ୟାପଟେନ୍‌ ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ ହେବେ ନାହିଁ।

ଏହାସହ ପଢ଼ନ୍ତୁ: ହାର୍ଦ୍ଦିକ ଏବଂ କୄନାଲଙ୍କ ମସ୍ତି ଭିଡିଓ ଭାଇରାଲ, ଦୁହେଁ ହୋଟେଲ ରୁମ୍‌ରେ ଗାଉଛନ୍ତି ଗୀତ

କୋଚ୍‌ ପଦ ପାଇଁ ରହିଥିବା ଗାଇଡଲାଇନ୍‌ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ ଏଥିରେ କେଉଁ କେଉଁମାନେ ସାମିଲ ହେବେ ଏବଂ କେଉଁମାନେ ହେବେ ନାହିଁ। ଏବେ କମିଟି ଉପରେ ନିର୍ଭର କରୁଛି କି ଏହା କୋଚ୍‌ ରୂପେ କାହାକୁ ଚୟନ କରିବ। ଏଥିରେ ନା କ୍ୟାପଟେନ୍‌ ନା ସିଓଏର କୌଣସି ଭୂମିକା ରହିବ। ସେପଟେ କ୍ୟାପଟେନ୍‌ ବିରାଟ କୋହଲି ଯଦିଓ େଓ୍ଵଷ୍ଟଇଣ୍ଡିଜ୍‌ ଗସ୍ତ ପୂର୍ବରୁ ନିଜର ପସନ୍ଦ ବିଷୟରେ ଜଣାଇ ଦେଇଛନ୍ତି। ତେବେ ସେ ଏହା ମଧ୍ୟ କହିଛନ୍ତି କି, ଭାରତୀୟ ଦଳ ବର୍ତ୍ତମାନର କୋଚ୍‌ ରବି ଶାସ୍ତ୍ରୀଙ୍କ ସହ ଖୁସି ଅଛନ୍ତି।