ବିସିସିଆଇ ଆରମ୍ଭ କଲା IPL 2023ର ପ୍ରସ୍ତୁତି: ବଦଳିବ ମ୍ୟାଚ୍‌ର ସମୟ; କମ୍‌ ହେବ ଡବଲ୍‌ ହେଡର୍‌ ସଂଖ୍ୟା

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୨ ଶେଷ ହେବାକୁ ଯାଉଛି। ଏହାରି ଭିତରେ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ପରବର୍ତ୍ତୀ ସିଜନ ଅର୍ଥାତ୍‌ IPL 2023 ପାଇଁ ନିଜ ପ୍ରସ୍ତୁତିକୁ ଜୋରଦାର କରି ଦେଇଛି। ୨୦୨୩-୨୦୨୭ ପାଇଁ ଆଇପିଏଲର ମିଡିଆ ରାଇଟ୍ସ କାହାକୁ ମିଳିବ, ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ସେପଟେ ବିସିସିଆଇ ଆସନ୍ତା ବର୍ଷଠାରୁ ଆଇପିଏଲ୍ ମ୍ୟାଚ୍ ଆରମ୍ଭ କରାଯିବାର ନିଜ ପସନ୍ଦର ସମୟ ରାତି ୮ ବୋଲି କହିଛି। ଏ ନେଇ ସେ ନିଲାମୀରେ ଭାଗ ନେବା ପାଇଁ ଜରୁରୀ ଡକ୍ୟୁମେଣ୍ଟ (ITT) କ୍ରୟ କରୁଥିବା କମ୍ପାନୀମାନଙ୍କୁ ସୂଚିତ କରାଇଛି।

ଖବର ମୁତାବକ, ବିସିସିଆଇ ଏହା ମଧ୍ୟ କହିଛି ଯେ IPL 2023ରେ ଅଧିକ ଡବଲ୍ ହେଡର୍ ନ ରଖିବାକୁ ଚେଷ୍ଟା କରାଯିବ। କେବଳ ଏତିକି ନୁହେଁ, ଦ୍ୱିପ୍ରହର ଖେଳ ଆରମ୍ଭ ପାଇଁ ତା’ ପସନ୍ଦର ସମୟ ଅପରାହ୍ନ ୪ଟା ବୋଲି ଜଣାଇଛି। ବର୍ତ୍ତମାନ ସନ୍ଧ୍ୟା ମ୍ୟାଚ୍ ରାତି ୭ଟା ୩୦ ଏବଂ ଦ୍ୱିପ୍ରହର ମ୍ୟାଚ୍ ଅପରାହ୍ନ ସାଢ଼େ ୩ଟାରେ ଆରମ୍ଭ ହେଉଛି। ବିସିସିଆଇ ଇଚ୍ଛୁକ ପାର୍ଟିମାନଙ୍କ ପାଇଁ ଜାରି ବୟାନରେ କହିଛି, ବିସିସିଆଇର ପସନ୍ଦର ସମୟ ଡବଲ୍ ହେଡର୍ ପାଇଁ ଅପରାହ୍ନ ୪ଟା ଏବଂ ରାତି ୮ଟା (ଭାରତୀୟ ସମୟ ଅନୁସାରେ) ରହିଛି।

ଏହାରି ଭିତରେ ବିସିସିଆଇ ଆଇଟିଟି ଡକ୍ୟୁମେଣ୍ଟ କ୍ରୟ ପାଇଁ ଶେଷ ତାରିଖକୁ ୧୦ ଦିନ ବଢ଼ାଇ ଦେଇଛି। ବିସିସିଆଇ କହିଛି ଯେ ବିଭିନ୍ନ ଆଗ୍ରହୀ ଦଳର ଅନୁରୋଧକୁ ଦୃଷ୍ଟିରେ ରଖି ଏବେ ଆଇଟିଟି ଡକ୍ୟୁମେଣ୍ଟ କିଣିବାର ତାରିଖ ମେ’ ୨୦, ୨୦୨୨ ପର୍ଯ୍ୟନ୍ତ ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.