କଟକ ନାଁରେ ଆଇପିଏଲରେ ସାମିଲ ହୋଇପାରେ ଟିମ୍‌, ଆସନ୍ତା ୨୫ ତାରିଖରେ ନୂଆ ଦଳ ଘୋଷଣା କରିବ ବିସିସିଆଇ

ଆଇପିଏଲରେ ସାମିଲ ହୋଇପାରେ କଟକ ନାଁରେ ଟିମ୍‌ । ଆସନ୍ତା ୨୫ ତାରିଖରେ ଆଇପିଏଲ ପାଇଁ ନୂଆ ଦଳ ଘୋଷଣା କରିବ ବିସିସିଆଇ । ତା ପୂର୍ବରୁ ଓଡ଼ିଶାରୁ ଏକ ନୂଆ ଆଇପିଏଲ ଟିମ୍‌ ଆରମ୍ଭ ହେବା ନେଇ ଚର୍ଚ୍ଚା ହେଉଛି। ଫ୍ରାଞ୍ଚାଇଜ୍‌ ଦୌଡରେ ରହିଛି ଜିନ୍ଦଲ ଗ୍ରୁପ୍‌ । ଇନଭିଟେସନ ଟୁ ଟେଣ୍ଡର ବା ଆଇଟିଟି ଫର୍ମ ପକାଇବା ତାରିଖ ଶେଷ ହୋଇଛି।

ଏଥିରେ ଜିନ୍ଦଲ ଭାଗ ନେଇ କଟକର ନାଁ ଉଲ୍ଳେଖ କରିଥିବା ଜଣାପଡିଛି। ଯଦି ଜିନ୍ଦଲ ଆଇପିଏଲରେ ପ୍ରାଞ୍ଚାଇଜ୍‌ ହେବା ପାଇଁ ଯୋଗ୍ୟ ହୁଏ, ତେବେ କଟକ ନାଁରେ ରହିବ ଏକ ନୂଆ ଟିମ୍‌। ଆଇପିଏଲର ଆଗାମୀ ସଂସ୍କରଣରେ ୨ଟି ନୂଆ ଟିମ୍‌ ସାମିଲ ହେବେ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି । ୨୦ଟି ପାର୍ଟି ଆଇଟିଟି ଫର୍ମ ଦାଖଲ କରିଛନ୍ତି । ସେପଟେ ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି, ଫ୍ରାଞ୍ଚାଇଜ୍‌ ଚୂଡାନ୍ତ ନହେବା ଯାଏ କଟକର ନାଁ ସାମିଲ ହେବ କି ନାହିଁ କହିହେବ ନାହିଁ । ତଥାପି ଦୁଇଟି ଫ୍ରାଞ୍ଚାଇଜ୍‌ ଆଇଟିଟି ଫର୍ମରେ କଟକର ନାଁ ଉଲ୍ଳେଖ କରିଛନ୍ତି । ଯଦି କଟକ ନାଁରେ ଟିମ୍‌ ହୁଏ ତେବେ ରାଜ୍ୟ ସରକାର ଓ ଓସିଏ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି ସଞ୍ଜୟ ବେହେରା କହିଛନ୍ତି।

ନିକଟରେ ଭାରତୀୟ କ୍ରିକେଟ ଟିମ୍‌ର ଜୁନ ୨୦୨୨ ପର୍ଯ୍ୟନ୍ତ ସିଡ୍ୟୁଲ ଜାରି କରିଥିଲା। ବିସିସିଆଇ ଟିମ ଇଣ୍ଡିଆର କାର୍ଯ୍ୟକ୍ରମ ସୂଚୀ ଜାରି କରିଛି। ଟିମ ନଭେମ୍ବର ୨୦୨୧ ଠାରୁ ଜୁନ୍ ୨୦୨୨ ପର୍ଯ୍ୟନ୍ତ ଘରୋଇ ମାଟିରେ ୪ଟି ଟେଷ୍ଟ, ୧୪ ଟି-୨୦ ଇଣ୍ଟରନ୍ୟାସନାଲ ଏବଂ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବ। ଏଥିରେ୧୫ ଫେବୃଆରୀରେ କଟକରେ ହେବ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ T-20 ମ୍ଯାଚ

BCCI ଦ୍ୱାରା ଘୋଷିତ କାର୍ଯ୍ୟକ୍ରମ ମୁତାବକ, ୮ ମାସର ଏହି ଅବଧି ମଧ୍ୟରେ ନ୍ୟୁଜଲାଣ୍ଡ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଦକ୍ଷିଣ ଆଫ୍ରିକା ଟିମ୍ ଭାରତକୁ ଆସିବେ। ଏହାମଧ୍ୟରେ ଭାରତୀୟ ଟିମ ଡିସେମ୍ବର ୨୦୨୧ରୁ ଜାନୁଆରୀ ୨୦୨୨ ମଧ୍ୟରେ ଦକ୍ଷିଣ ଆଫି୍ରକା ଗସ୍ତ କରିବ ଏବଂ ଏପ୍ରିଲ ଏବଂ ମଇରେ ଆଇପିଏଲ ଆୟୋଜନ ହେବ। ଏହିସବୁ ମ୍ୟାଚ ଜୟପୁର, ରାଞ୍ଚି, ଲକ୍ଷ୍ମୌ, ବିଶାଖାପାଟନମ, କଲିକତା, ଅହମଦାବାଦ, କଟକ, ତ୍ରିଭେନ୍ଦମ, ଚେନ୍ନାଇ, ରାଜକୋଟ, ଦିଲ୍ଲୀରେ ଆୟୋଜିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.