ଅଣ୍ଡର-୧୯ ମହିଳା ଟିମ୍କୁ କୋଟି କୋଟି ଟଙ୍କାର ପୁରସ୍କାର ଦେବ ବିସିସିଆଇ, ଜୟ ଶାହା କଲେ ଘୋଷଣା

ଭାରତୀୟ ମହିଳା ଟିମ୍ କ୍ରିକେଟ ଟିମ୍ ଆଇସିସି ଅଣ୍ଡର-୧୯ ଟି୨୦ ବିଶ୍ୱକପ ଜିତିନେଇଛି । ଇଂଲଣ୍ଡକୁ ୭ ଓ୍ଵିକେଟ ହରାଇ ଇତିହାସ ରଚିଛି ଭାରତ । ପ୍ରଥମଥର ପାଇଁ ମହିଳା ଟିମ୍ ଆଇସିସି ଟ୍ରଫି ଜିତିଛି । ଟିମ୍ ଇଣ୍ଡିଆର ଏଭଳି ପ୍ରଦର୍ଶନ ଦେଖି ବିସିସିଆଇ ବହୁତ ଖୁସି ରହିଛି। ଆଉ ଟିମକୁ କୋଟି କୋଟି ଟଙ୍କାର ପୁରସ୍କାର ଦେବାକୁ ଘୋଷଣା କରିଛି ।
ଟିମର ଖେଳାଳି ଏବଂ ସହଯୋଗୀ ଷ୍ଟାଫକୁ ବିସିସିଆଇ ସଚିବ ଜୟ ଶାହା ୫ କୋଟି ଟଙ୍କା ପୁରସ୍କାର ରାଶି ଦେବାକୁ ଘୋଷଣା କରିଛି । ଏହା ସହିତ ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆଉ କହିଛନ୍ତି, ଏହା ଏକ ଅଦ୍ଭୁତପୂର୍ବ ଉପଲବ୍ଧି । ଆମ ଯୁବ କ୍ରିକେଟର ଦେଶକୁ ଗୌରାବାନ୍ଵିତ କରିଛନ୍ତି। ଯୁବ ଖେଳାଳିମାନେ ନିର୍ଭୟ ଭାବେ ସାହସ କରି ପରିଚୟ ଦେଇଛନ୍ତି ।
ଜୟ ଶାହା ଅଣ୍ଡର-୧୯ ଟିମକୁ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଥିବା ତୃତୀୟ ଟି-୨୦ ମ୍ୟାଚ ପାଇଁ ନିମନ୍ତ୍ରଣ ଦେଇଛନ୍ତି । ଏହାକୁ ନେଇ ଶାହା କହିଛନ୍ତି, ଶେଫାଳୀ ବର୍ମା ଏବଂ ତାଙ୍କ ଟିମ୍କୁ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆମ ସହିତ ୧ ଫେବୃଆରୀରେ ତୃତୀୟ ଟି-୨୦ ମ୍ୟାଚ ଦେଖିବା ପାଇଁ ଆମନ୍ତ୍ରଣ କରିଛନ୍ତି ।
Women’s Cricket in India is on the upswing and the World Cup triumph has taken the stature of women’s cricket several notches higher. I am delighted to announce INR 5 crore for the entire team and support staff as prize money. This is surely a path-breaking year.
— Jay Shah (@JayShah) January 29, 2023
ଏହାଛଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫି୍ରକାରେ ଅଣ୍ଡର-୧୯ ଟି୨୦ ବିଶ୍ୱକପ ଜିତିବା ପରେ ଶୁଭେଚ୍ଛା ଜଣାଇଛନ୍ତି ।
I invite @TheShafaliVerma and her victorious team to join us at the Narendra Modi Stadium, Ahmedabad and witness the third T20I on 1st February. This humongous achievement surely calls for a celebration.@BCCI @BCCIWomen
— Jay Shah (@JayShah) January 29, 2023
ସୂଚନାଯୋଗ୍ୟ, ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ୨୦୨୦ରେ ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୮୫ ରନର ପିଛା କରି ଭାରତ ୯୯ ରନରେ ଅଲଆଉଟ ହୋଇଥିଲା । ପ୍ରଥମଥର ଆୟୋଜିତ ହୋଇଥିବା ୧୯ ବର୍ଷରୁ କମ୍ ଆଇସିସି ମହିଳା ଟି-୨୦ ବିଶ୍ୱକପ୍ କ୍ରିକେଟରେ ଭାରତୀୟ ଦଳ ପ୍ରଥମ ଟାଇଟଲ୍ ଜିତି ଇତିହାସ ରଚିଥିଲା । ଦକ୍ଷିଣ ଆଫ୍ରିକାର ପୋଚଫଷ୍ଟୁମ ଠାରେ ଖେଳା ଯାଇଥିବା ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ମାତ୍ର ୬୮ ରନ୍ କରିବାକୁ ସକ୍ଷମ ହୋଇଥିଲା । ପରେ ଭାରତ ମାତ୍ର ୧୪ ଓଭରରେ ୩ ଓ୍ଵିକେଟ୍ ହରାଇ ୬୯ ରନ୍ କରି ବିଜୟ ହାସଲ କରିଥିଲା । ଭାରତ ପକ୍ଷରୁ ଟି. ସାଧୁ, ପାର୍ଶ୍ୱି ଚୋପଡ଼ା ଏବଂ ଅର୍ଚ୍ଚନା ଦେବୀ ୨ଟି ଲେଖାଏଁ ଓ୍ଵିକେଟ୍ ଦଖଲ କରିଥିଲେ । ସେହିପରି ବ୍ୟାଟିଂରେ ଜିତିବା ପାଇଁ ସେମାନଙ୍କୁ ବେଶି ସମୟ ଲାଗି ନଥିଲା ।