ସ୍ଥଗିତ ରହିଲା ଚଳିତବର୍ଷ ଆଇପିଏଲ ସିଜିନ, ଏକାଧିକ ଖେଳାଳି ପଜିଟିଭ ଚିହ୍ନଟ ପରେ ବିସିସିଆଇ ନେଲା ନିଷ୍ପତ୍ତି

ଚଳିତବର୍ଷ ଆଇପିଏଲ ସିଜିନ ସ୍ଥଗିତ । ବିଭିନ୍ନ ଦଳର ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆଇପିଏଲକୁ ଘୁଞ୍ଚାଇ ଦିଆଯାଇଛି। । ଏନେଇ ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା ଟ୍ବିଟ୍ କରି ଏଏନଆଇକୁ ଜଣାଇଛନ୍ତି।

ସୋମବାର କୋଲକାତା ନାଇଟ୍ ରାଇଡର୍ସର ଦୁଇ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ଓ୍ଵାରିୟର କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସୋମବାର କେକେଆର ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବାକୁ ଥିବା ମୁକାବିଲା ସ୍ଥଗିତ ରଖା ଯାଇଥିଲା। ଏହା ବ୍ୟତୀତ ଚେନ୍ନାଇ ସୁପରକିଙ୍ଗ୍ସର ତିନି ସଦସ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ସନରାଇଜର୍ସ ହାଇଦ୍ରାବାଦର ରିଦ୍ଧିମାନ ଶାହ ମଧ୍ୟ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି।

ଦେଶରେ ବଢୁଥିବା କରୋନା ସଂକ୍ରମଣ ପରେ ମଧ୍ୟ ଆଇପିଏଲ୍ ବାତିଲ୍ ହୋଇନଥିଲା। ଅନେକ ଲୋକ ଏହି ଟୁର୍ଣ୍ଣାମେଣ୍ଟ ବନ୍ଦ କରିବାକୁ ଦାବି କରି ସାରିଛନ୍ତି। ସୂଚନାଯୋଗ୍ୟ, ଓ୍ଵାର୍ଲ୍ଡ କ୍ରିକେଟର କାରବାର ପ୍ରାୟ ୧୫ ହଜାର କୋଟି ଟଙ୍କା। ଏଥିରୁ ୩୩ ପ୍ରତିଶତ ଆଇପିଏଲ୍ରୁ ହିଁ ଆସିଥାଏ। ଅର୍ଥାତ କେବଳ ଆଇପିଏଲ୍ରୁ ବିଶ୍ଵ କ୍ରିକେଟ୍କୁ ୫ ହଜାର କୋଟି ଟଙ୍କା ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.