କ୍ରୀଡା

BCCIର ବଡ଼ ନିଷ୍ପତ୍ତି: ରୋହିତ ଶର୍ମାଙ୍କ ହାତରେ ରହିବ ଟିମ୍ ଇଣ୍ଡିଆର କମାଣ, ଦିନିକଆ ବିଶ୍ୱକପ ପାଇଁ ଚୂଡ଼ାନ୍ତ ହେଲା ୨୦ ଖେଳାଳିଙ୍କ ନାମ

ନୂଆବର୍ଷରେ ବିସିସିଆଇ ଗତକାଲି ମୁମ୍ବାଇରେ ଏକ ସମୀକ୍ଷା ବୈଠକ କରିଥିଲା। ଏହି ବୈଠକରେ ବୋର୍ଡ ଦ୍ୱାରା ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିରେ ଖେଳାଳିଙ୍କ କାର୍ଯ୍ୟଭାର ପରିଚାଳନା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। ଏହି ବୈଠକରେ ଭାରତୀୟ ଦଳର ଗତ ବର୍ଷ (2022) ର ପ୍ରଦର୍ଶନ ମଧ୍ୟ ସମୀକ୍ଷା କରାଯାଇଥିଲା। ଏହା ସହିତ କ୍ୟାପ୍ଟେନ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଉପରେ ମଧ୍ୟ ଏକ ବଡ଼ ନିଷ୍ପତ୍ତି ନିଆଯାଇଥିଲା।

ଦିନିକଆ ଓ ଟେଷ୍ଟ କ୍ରିକେଟରେ ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ୱ ନେବେ । ବର୍ତ୍ତମାନ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଉପରେ କୌଣସି ବିପଦ ନାହିଁ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ର ଅଧିକାରୀମାନଙ୍କୁ ରୋହିତ ଶର୍ମାଙ୍କ ଅଧିନାୟକତ୍ୱକୁ ନେଇ କୌଣସି ସମସ୍ୟା ନାହିଁ । ରୋହିତ ଶର୍ମା ଦିନିକିଆ ଓ ଟେଷ୍ଟ ଫର୍ମାଟରେ ଅଧିନାୟକତ୍ୱ ରହିବେ । ଏହି ଦୁଇ ଫର୍ମାଟରେ ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ବିସିସିଆଇର ବୈଠକରେ ଆଲୋଚନା କରାଯାଇଛି । ରୋହିତ ଶର୍ମାଙ୍କ ଦିନିକିଆ ଓ ଟେଷ୍ଟରେ ତାଙ୍କର ରେକର୍ଡ ବହୁତ ଭଲ ରହିଛି ।

ମୁମ୍ବାଇର ବିସିସିଆଇ କାର୍ଯ୍ୟାଳୟରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି , ସଚିବ ଜୟ ଶାହ , ଭାରତୀୟ ଅଧିନାୟକ ରୋହିତ ଶର୍ମା, ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ, ଏନସିଏ ନିର୍ଦ୍ଦେଶକ ଭିଭିଏସ ଲକ୍ଷ୍ମଣ ଏବଂ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ଉପସ୍ଥିତ ଥିଲେ । ଏହି ବୈଠକରେ ହାର୍ଦ୍ଦିକ ପାଣ୍ଡ୍ୟା ସାମିଲ ନଥିଲେ ।

୨୦୨୨ ବର୍ଷରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ କିପରି ରହିଥିଲା, ଟି-୨୦ ବିଶ୍ୱରେ ଦଳ ହାରିଲା କାହିଁକି ଏହା ଉପରେ ବୈଠକରେ ଚର୍ଚ୍ଚା ହୋଇଥିଲା । ଏଥିସହିତ କାର୍ଯ୍ୟଭାର ପରିଚାଳନା, ଫିଟନେସ ପାରାମିଟର ଓ ଦିନିକିଆ ବିଶ୍ୱକପ ୨୦୨୩ର ରୋଡମ୍ୟାପକୁ ନେଇ ପ୍ଲାନ ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ଏମର୍ଜିଂ ଖେଳାଳିଙ୍କୁ ଏଣିକି ଘରୋଇ ସିଜିନରେ ଲଗାତର ଖେଳିବାକୁ ପଡ଼ିବ । ଏହାଦ୍ୱାରା ସେ ଜାତୀୟ ଦଳରେ ଚୟନ ପାଇଁ ପ୍ରସ୍ତୁତ ହୋଇପାରିବେ । ୟୋ-ୟୋ ଟେଷ୍ଟ ଓ ଡେକ୍ସା ସିଲେକ୍ସନ ପ୍ରୋସେର ଅଂଶ ହେବ । ସିନିୟର ଟିମର ପୁଲରେ ଯେଉଁ ଖେଳାଳି ଥିବେ ସେମାନଙ୍କ ଉପରେ ଏହା ଲାଗୁ କରାଯିବ । ଦିନିକିଆ ବିଶ୍ୱକପ ୨୦୨୩ ଓ ଅନ୍ୟ ସିରିଜକୁ ଦୃଷ୍ଟିରେ ରଖି ଏନସିଏ ସମସ୍ତ ଆଇପିଏଲ ଫ୍ରାଞ୍ଚାଇଜଙ୍କ ସହିତ ଆଲୋଚନା କରିବ ଓ ଖେଳାଳିଙ୍କ କାର୍ଯ୍ୟଭାର ପରିଚାଳନା ଉପରେ ଚର୍ଚ୍ଚା କରିବ ।

ଏଥିସହିତ ବିସିସିଆଇ ବୈଠକରେ ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ୨୦ ଖେଳାଳିଙ୍କ ନାମ ଚୂଡ଼ାନ୍ତ କରାଯାଇଛି । ଏହା ମଧ୍ୟ ସ୍ଥିର କରାଯାଇଛି କି ଏହି ୨୦ ଖେଳାଳିଙ୍କ ପୁଲକୁ ୨୦୨୩ ବିଶ୍ୱକପ ପର୍ଯ୍ୟନ୍ତ ରୋଟେଟ କରିବାର ଅଛି । ଜୟ ଶାହ କହିଛନ୍ତି ଯେ, ବିସିସିଆଇ ୨୦ ଖେଳାଳିଙ୍କୁ ଚୟନ କରିଛି, ଯେଉଁମାନଙ୍କୁ ୫୦ ଓଭରର ବିଶ୍ୱକପ ପର୍ଯ୍ୟନ୍ତ ରୋଟେଟ୍ କରାଯିବ ।

Barsha

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

57 seconds ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

15 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

30 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

41 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

52 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago