ବିସିସିଆଇ ବାର୍ଷିକ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ: ଟପ୍‌ରେ ରୋହିତ, ବିରାଟ, ବୁମରା ଏବଂ ତଳକୁ ଖସିଲେ ହାର୍ଦ୍ଦିକ ପାଣ୍ଡ୍ୟା

ବିସିସିଆଇ ତରଫରୁ ଖେଳାଳିମାନଙ୍କର ବାର୍ଷିକ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକା ଜାରି ହୋଇଛି। ବିସିସିଆଇ ଚାରିଟି ଗ୍ରେଡ କରିଛି। ଯେଉଁଥିରେA+ ଖେଳାଳିଙ୍କୁ ବାର୍ଷିକ ୭ କୋଟି ଟଙ୍କା ଏବଂ ଏ, ବି, ସି ଖେଳାଳିଙ୍କୁ ଯଥାକ୍ରମେ ୫ କୋଟି, ୩ କୋଟି, କୋଟିଏ ଟଙ୍କା ମିଳିବ। ଏହି ତାଲିକାରେ A+ ରେ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଉପ ଅଧିନାୟକ ଜଶପ୍ରୀତ ବୁମରାହ ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲି ସ୍ଥାନ ପାଇଛନ୍ତି ।

ସେହିପରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅବନତି ହୋଇଛି। A ଗ୍ରେଡରେ ସ୍ଥାନ ପାଇଥିବା ହାର୍ଦ୍ଦିକ ଏବେ ସିଧା C ଗ୍ରେଡକୁ ଖସି ଆସିଛନ୍ତି । ଅନ୍ୟ ପକ୍ଷରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡିବା ପରେ ଅଭିଜ୍ଞ ଖେଳାଳି ଅଜିଙ୍କ୍ୟ ରାହାଣେ ଏବଂ ଚେତେଶ୍ୱର ପୂଜାରା , ଈଶାନ୍ତ ଶର୍ମାଙ୍କୁ ଲାଗିଛି ବଡ ଝଟକା । ଏମାନଙ୍କୁ ଗ୍ରେଡ ବିରେ ସ୍ଥାନ ମିଳିଛି। ଗତଥର ୨୮ ଜଣ ଖେଳାଳିଙ୍କୁ ଏହି ତାଲିକାରେ ସ୍ଥାନ ମିଳିଥିଲା। କିନ୍ତୁ ଏଥର ୨୭ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି।

ଗ୍ରେଡ A+( ୭ କୋଟି ଟଙ୍କା): ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମରା

ଗ୍ରେଡ A (୫ କୋଟି ଟଙ୍କା): ରବିଚନ୍ଦ୍ରନ ଅଶ୍ୱିନୀ, ରବିନ୍ଦ୍ରଜାଡେଜା, କେଏଲ ରାହୁଏ ମହମ୍ମଦ ସାମି, ଋଷଭ ପନ୍ତ।

ଗ୍ରେଡ B (୩ କୋଟି ଟଙ୍କା): ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ଅକ୍ଷର ପଟେଲ, ଶାର୍ଦ୍ଦୁଲ ଠାକୁର, ଶ୍ରେୟସ ଆୟର, ମହମ୍ମଦ ସିରାଜ, ଈଶାନ୍ତ ଶର୍ମା।

ଗ୍ରେଡ C (୧ କୋଟି ଟଙ୍କା): ଶିଖର ଧଓ୍ଵନ, ଉମେଶ ଯାଦବ, ଭୁବନେଶ୍ୱର କୁମାର, ହାର୍ଦ୍ଦିକ ପାଣ୍ଡ୍ୟା, ଓ୍ଵାଂଶିଟନ ସୁନ୍ଦର, ଦୀପକ ଚହର, ଶୁଭମନ ଗିଲ୍‌, ହନୁମା ବିହାରୀ, ଯୁଜବେନ୍ଦ୍ର ଚହଲ, ସୂର୍ଯ୍ୟକୁମାର ଯାଦବ, ଋିଦ୍ଧିମାନ ଶାହ, ମୟଙ୍କ ଅଗଓ୍ଵାଲ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.