କ୍ରୀଡା

ଫିଫା ବିଶ୍ୱକପ ୨୦୨୨: ନକ୍‌ଆଉଟରେ ମରକ୍କୋ ଓ କ୍ରୋଏସିଆ, ବିଦା ହେଲେ ବେଲଜିୟମ ଓ କାନାଡ଼ା

କେନ୍ୟୁଜ୍‌ ବ୍ୟୁରୋ: କତାରରେ ଚାଲିଥିବା ଫିଫା ବିଶ୍ୱକପରୁ ବିଦା ହୋଇଛି ବିଶ୍ୱ ମାନ୍ୟତାର ୨ ନମ୍ବର ସ୍ଥାନରେ ଥିବା ବେଲଜିୟମ । ତା ସହିତ କାନାଡ଼ା ବି ବିଶ୍ୱକପରୁ ତାର ଯାତ୍ରା ଶେଷ କରିଛି । ଏପଟେ ବିଶ୍ୱକପରେ ନକ୍‌ଆଉଟରେ ପ୍ରବେଶ କରିଛନ୍ତି ମରକ୍କୋ ଓ କ୍ରୋଏସିଆ । ଗୁରୁବାର ଖେଳା ଯାଇଥିବା ମ୍ୟାଚ୍‌ରେ ମରକ୍କୋ କାନାଡ଼ାକୁ ୨-୧ ଗୋଲରେ ହରାଇ ମୋଟ ୨ ବିଜୟରୁ ୭ ପଏଣ୍ଟ ହାସଲ କରି ନକ୍‌ଆଉଟରେ ପ୍ରବେଶ କରିଛି । ଅନ୍ୟପଟେ କ୍ରୋଏସିଆ ଓ ବେଲଜିୟମ ମଧ୍ୟରେ ମ୍ୟାଚ୍‌ ଅମୀମାଂସିତ ରହିଥିଲା । ଫଳରେ କ୍ରୋଏସିଆ ମୋଟ ୧ ବିଜୟ ଏବଂ ୨ ଅମୀମାଂସିତ ମ୍ୟାଚ୍‌ରୁ ୫ ପଏଣ୍ଟ ପାଇ ଏହି ପର୍ଯ୍ୟାୟକୁ ପ୍ରବେଶ କରିଛି । ଫିଫା ବିଶ୍ୱକପର ୨୦୧୮ ସଂସ୍କରଣର କାଂସ୍ୟ ବିଜେତା ବେଲଜିୟମ ଏହି ମ୍ୟାଚ୍‌ରୁ ତାର ବିଶ୍ୱକପ ଯାତ୍ରା ଶେଷ କରିଥିବା ବେଳେ କାନାଡ଼ା ଖାତା ଖୋଲି ନ ପାରି ବିଶ୍ୱକପରୁ ବାଦ ପଡ଼ିଛି ।

ଅଲ୍‌ ଥୁମାମା ଷ୍ଟାଡିୟମରେ ଖେଳ ଆରମ୍ଭ ହେବାର ମାତ୍ର ୪ ମିନିଟ୍‌ରେ ମରକ୍କୋର ହାକିମ୍‌ ଜିଏକ ପ୍ରଥମ ଗୋଲ ଦେଇଥିଲେ । ପରେ ଖେଳର ୨୪ତମ ମିନିଟ୍‌ରେ ପଡ଼ିଆର ଅଧା ଭାଗରୁ ବଲ୍‌ ନେଇ ଆସୁଥିବା ୟୁସୁଫ ଏନ୍‌ ନେସିର ପ୍ରତିପକ୍ଷ ଦଳର ୨ ଡିଫେଣ୍ଡରଙ୍କୁ ମାତ ଦେଇ ଅତି ସହଜରେ ମରକ୍କୋ ପାଇଁ ୨ୟ ଗୋଲ ଦେଇଥିଲେ । ଫଳରେ ସେ ଦୁଇଟି ବିଶ୍ୱକପରେ ଗୋଲ ଦେବାରେ ମରକ୍କୋର ପ୍ରଥମ ଖେଳାଳି ଭବେ କୀର୍ତ୍ତି ଅର୍ଜନ କରିଛନ୍ତି । ଖେଳର ୪୦ତମ ମିନିଟ୍‌ରେ କାନାଡ଼ା ଏକ ଗୋଲ ଦେଇ ବିଶ୍ୱକପରେ ଖାତା ଖୋଲିଥିଲା । ଏହି ଗୋଲରେ ସାମ୍‌ ଆଦେକୁଗ୍‌ବେ କିକ୍‌ ମାରିଥିବା ବେଳେ ବଲ୍‌ଟି ନଏଡ଼ ଅଗୁଏର୍ଡଙ୍କ ଗୋଡ଼ରେ ବାଜି ଗୋଲ୍‌ ପୋଷ୍ଟ ଭିତରକୁ ଯାଇଥିଲା ଏବଂ ବଲ୍‌କୁ ଗୋଲ ରକ୍ଷକ ୟାସିନି ବୋନୋଉ ଅଟକାଇବାରେ ବିଫଳ ହୋଇଥିଲେ । ଖେଳର ପ୍ରଥମାର୍ଦ୍ଧର ଶେଷ ବେଳକୁ (୪୫+୩)ରେ ନେସିର ଆଉ ଏକ ଗୋଲ ଦେଇଥିଲେ, କିନ୍ତୁ ଏହା ଅଫ ସାଇଡ୍‌ ହୋଇ ଯାଇଥିଲା । ଫଳରେ ଖେଳର ଶେଷ ପର୍ଯ୍ୟନ୍ତ ଆଉ କୌଣସି ଗୋଲ୍‌ ହୋଇ ନ ଥିବାରୁ ମରକ୍କୋ ମ୍ୟାଚ୍‌ ଜିତି ନକ୍‌ ଆଉଟ୍‌ରେ ପହଞ୍ଚି ଯାଇଥିଲା ।

ଅନ୍ୟପଟରେ ୨୦୧୮ ସଂସ୍କରଣର କାଂସ୍ୟ ବିଜେତା ବେଲଜିୟମ ଏହି ବିଶ୍ୱକପରୁ ଦୁଃଖଦ ବିଦାୟ ନେଇଛି । ଗୁରୁବାର ଅହମ୍ମଦ ବିନ୍‌ ଅଲ୍ଲୀ ଷ୍ଟାଡିୟମରେ ବେଲଜିୟମ ଓ କ୍ରୋଏସିଆ ମଧ୍ୟରେ ମ୍ୟାଚ୍‌ ଖେଳା ଯାଇଥିଲା । ଏହି ମ୍ୟଚ୍‌ରେ ପରସ୍ପର କେହି କାହାକୁ ଗୋଲ ଦେବାକୁ ସକ୍ଷମ ହୋଇ ନ ଥିଲେ । ଫଳରେ ମୁକାବିଲା ଅମୀମାଂସିତ ରହିଥିଲା ଏବଂ ଉଭୟ ଦଳକୁ ୧ ପଏଣ୍ଟ ଲେଖାଏ ମିଳିଥିଲା । ବିଶ୍ୱକପରେ କ୍ରୋଏସିଆ ଗୋଟିଏ ବିଜୟ ଏବଂ ୨ଟି ଅମୀମାଂସିତ ମ୍ୟାଚ୍‌ ସହିତ ୫ ପଏଣ୍ଟ ପାଇ ନକ୍‌ ଆଉଟ୍‌କୁ ପ୍ରବେଶ କରିଥିଲା ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago