ସ୍ୱଦେଶ ପହଞ୍ଚିବା ପରେ ବିଶ୍ୱବିଜୟୀ ବେଲଜିୟମ୍ ହକି ଦଳକୁ ବିପୁଳ ସମ୍ବର୍ଦ୍ଧନା

କେନ୍ୟୁଜ୍ : ବେଲଜିୟମ୍ରେ ଓଡ଼ିଶାର ହକି ବିଶ୍ୱକପ୍ ବିଜେତାଙ୍କୁ ସ୍ୱାଗତ । ହକି ବିଶ୍ୱବିଜେତା ବେଲଜିୟମ୍ ଟିମ୍ ସ୍ୱଦେଶ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ଦିଆଯାଇଛି । ରାଜଧାନୀ ବ୍ରସେଲ୍ସରେ ଏକାଠି ହୋଇଥିଲେ ଲକ୍ଷ ଲକ୍ଷ ଜନତା ।
ଲୋକାରଣ୍ୟ ହୋଇଥିଲା ପୂରା ଅଞ୍ଚଳ । ନାଚ ଗୀତରେ ମସଗୁଲ ହୋଇଥିଲେ ସମର୍ଥକ । ଦେଶର ରାଣୀ ମାଥିଲଦେ ଓ ରାଜା ଫିଲିପ୍ ବିଶ୍ୱବିଜୟୀ ଦଳକୁ ସ୍ୱାଗତ କରିବା ସହ ଖେଳାଳିଙ୍କ ସହିତ ଫଟୋ ଉଠାଇଥିଲେ । ନେଦରଲ୍ୟାଣ୍ଡକୁ ହରାଇ ପ୍ରଥମ ଥର ପାଇଁ ବିଶ୍ୱକପ୍ ହକିରେ ଚାମ୍ପିୟନ୍ ହୋଇଛି ବେଲଜିୟମ୍।