ଇଂଲଣ୍ଡକୁ ହରାଇ ପ୍ରଥମଥର ହକି ବଶ୍ୱ କପ୍ ଫାଇନାଲ୍ରେ ବେଲଜିୟମ୍

ଭୁବନେଶ୍ୱର (କେ ନ୍ୟୁଜ୍) : ସମ୍ପୂର୍ଣ୍ଣ ଏକତରଫା ବିଜୟ ସହ ଚତୁର୍ଦ୍ଦଶ ହକି ବିଶ୍ୱ କପ୍ ଫାଇନାଲ୍ରେ ପହଞ୍ଚିଛି ବେଲଜିୟମ ଦଳ । ଆଜି କଳିଙ୍ଗ ଷ୍ଟାଡିୟମ୍ରେ ଖେଳା ଯାଇଥିବା ପ୍ରଥମ ସେମିଫାଇନାଲ୍ରେ ପ୍ରଥମ ଓ ଶେଷ କ୍ୱାର୍ଟରରେ ଗୋଲ୍ ବର୍ଷା କରି ବେଲଜିୟମ ବିଜୟୀ ହୋଇଛି । ଏହି ବିଜୟ ସହ ଦଳ ପ୍ରଥମଥର ବିଶ୍ୱ କପ୍ ଫାଇନାଲ୍ରେ ପ୍ରବେଶ କରିଛି ।
ବେଲଜିୟମ ପକ୍ଷରୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ଟମ୍ ବୁନ୍ ଗୋଲ୍ ଅଭିଯାନ ଆରମ୍ଭ କରିଥିଲେ । ସେ ଅଷ୍ଟମ ମିନିଟ୍ରେ ପ୍ରଥମ ଗୋଲ୍ ଦେବା ପରେ ୧୯ ମିନିଟ୍ରେ ସାଇମନ୍ ଗଗ୍ନର୍ଡ ଦ୍ୱିତୀୟ ଗୋଲ୍ ଦେଇଥିଲେ । ମଧ୍ୟାନ୍ତର ପର୍ଯ୍ୟନ୍ତ ୨-୦ରେ ଆଗୁଆ ରହିଥିଲା ବେଲଜିୟମ ଦଳ । ଏହା ପରେ ୪୨ ମିନିଟ୍ରେ ସେଡ୍ରିକ୍ ଚାଲିୟର, ୪୫ ଓ ୫୦ ମିନିଟ୍ରେ ଆଲେକଜାଣ୍ଡର ହେଣ୍ଡରିକ୍ସ ଏବଂ ୫୩ ମିନିଟ୍ରେ ସେବାଷ୍ଟିଆନ୍ ଡକିୟର ଗୋଲ୍ ସ୍କୋର କରିଥିଲେ । ଇଂଲଣ୍ଡ ପକ୍ଷରୁ ଗୋଟିଏ ବି ଗୋଲ୍ ପରିଶୋଧ ହୋଇ ପାରି ନଥିଲା ।
ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ଏବେ ଅଷ୍ଟ୍ରେଲିଆ ସହିତ ନେଦରଲାଣ୍ଡସର ମୁକାବିଲା ହେବ । ବିଜେତା ଦଳ ଆସନ୍ତାକାଲି ଫାଇନାଲ୍ରେ ବେଲଜିୟମକୁ ଭେଟିବ ।