୧୬ ବର୍ଷରୁ କମ୍ ସର୍ବଭାରତୀୟ ଟେନିସ୍ ଚାମ୍ପିଅନସିପ୍ ଉଦଘାଟିତ
ବ୍ରହ୍ମପୁର(କେନ୍ଯୁଜ୍) : ବ୍ରହ୍ମପୁରରେ ଉଦଘାଟିତ ହୋଇଛି ୧୬ ବର୍ଷରୁ କମ୍ ସର୍ବଭାରତୀୟ ଟେନିସ୍ ଚାମ୍ପିଅନସିପ୍ । ଉଭୟ ବାଳକ ଓ ବାଳିକା ବର୍ଗରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି । ସ୍ଥାନୀୟ ୟୁନିଅନ୍ କ୍ଲବଠାରେ ଏହାକୁ ଉଦଘାଟନ କରିଥିଲେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର । ଓଡ଼ିଶା ଟେନିସ୍ ଆସୋସିଏସନ୍ ତତ୍ତ୍ୱାବଧାନରେ ଗଞ୍ଜାମ ଜିଲ୍ଲା ଟେନିସ୍ ଆସୋସିଏସନ୍ ଆନୁକୁଲ୍ୟାରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି । ଆସନ୍ତା ୧୯ ତାରିଖ ପର୍ଯ୍ଯନ୍ତ ଏହି ଚାମ୍ପିଅନସିପ୍ ଚାଲିବ । ଏଥିରେ ଓଡ଼ିଶା ସମେତ ଚଣ୍ଡିଗଡ଼, ମହାରାଷ୍ଟ୍ର, କେରଳ, ପଞ୍ଜାବ, ହରିଆଣା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ, ଛତିଶଗଡ଼, ମଧ୍ୟପ୍ରଦେଶ ଆଦି ରାଜ୍ୟର ବହୁ ଜଣାଶୁଣା ଖେଳାଳି ଅଂଶଗ୍ରହଣ କରିଛନ୍ତି ।