ଶ୍ରୀଲଙ୍କା ବିପକ୍ଷ ଆଗାମୀ ଟେଷ୍ଟ ସିରିଜ ଖେଳିବା ପୂର୍ବରୁ ଇଂଲଣ୍ଡକୁ ବଡ ଝଟକା ଲାଗିଛି । ଇଂଲଣ୍ଡ ଟିମର ଅଧିନାୟକ ବେନ ଷ୍ଟୋକ୍ସ ଆହତ ହୋଇଛନ୍ତି । ରବିବାର ଦିନ ଷ୍ଟୋକ୍ସ ମାଞ୍ଚେଷ୍ଟରରେ ନର୍ଦନ ସୁପରଚାର୍ଜର୍ସ ପାଇଁ ଦ ହଣ୍ଡ୍ରେଡ ମ୍ୟାଚ ଖେଳୁଥିବା ସମୟରେ ଆଘାତ ଲାଗିଛି ।
ଖବର ମୁତାବକ, ୩୩ ବର୍ଷୀୟ ଅଲରାଉଣ୍ଡର ବେନ ଷ୍ଟୋକ୍ସ ହେମଷ୍ଟ୍ରିଂ ଇନଜୁରୀ ଯୋଗୁଁ ସପୋର୍ଟ ଷ୍ଟାଫଙ୍କ ସହାୟତାରେ ବାହାରକୁ ଯାଉଛନ୍ତି । ଷ୍ଟୋକ୍ସ ଏହି ମ୍ୟାଚରେ ଏକ ରନ ନେଉଥିବା ବେଳେ ଆଘାତ ଲାଗିଛି । ସେ ନନ୍ ଷ୍ଟ୍ରାଇକର ଥିବା ବେଳେ ରନ ନେଉଥିବା ସମୟରେ ଏଭଳି ହୋଇଛି ।
ରନ ନେବା ପାଇଁ ଚେଷ୍ଟା କରୁଥିବା ବେଳେ ମାଂସପେଶୀ ଟାଣି ହୋଇଯାଇଥିଲା ଆଉ ସେ ତଳେ ପଡିଯାଇଥିଲେ । ଏହାପରେ ତାଙ୍କୁ ମେଡିକାଲ ଷ୍ଟାଫ ମଇଦାନରୁ ବାହାରକୁ ନେଇଯାଉଥିବାର ଦେଖିବାକୁ ମିଳିଛି । ପରେ ଷ୍ଟ୍ରେଚର ଆଉ ଆମ୍ବୁଲାନ୍ସରେ ନେବାକୁ ପଡିଛି ।
Ben Stokes had to be carried from the field after suffering an injury playing for Northern Superchargers in the Hundred 😭
— England's Barmy Army 🏴🎺 (@TheBarmyArmy) August 11, 2024
ତେବେ କିଛି ସମୟ ପରେ ଷ୍ଟୋକ୍ସ ଡଗଆଉଟରେ ନଜର ଆସିଥିଲେ । ଆଜି ତାଙ୍କର ଏକ ସ୍କାନ ହେବ । ରିପୋର୍ଟ ଆସିବା ପରେ ଜଣାପଡିବ କି, ସେ ଶ୍ରୀଲଙ୍କା ବିପକ୍ଷରେ ଖେଳିବେ କି ନାହିଁ ।
ଇଂଲଣ୍ଡ ଶ୍ରୀଲଙ୍କା ବିପକ୍ଷରେ ୩ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ଅଗଷ୍ଟ ୨୧ ତାରିଖରୁ ଏହି ମ୍ୟାଚ ଆରମ୍ଭ ହେବ ।