ବିସିସିଆଇର ନୂଆ ନିୟମ ଯୋଗୁଁ ଆଇପିଏଲ ଖେଳିପାରିବେନି ବେନ ଷ୍ଟୋକ୍ସ, ଜାଣନ୍ତୁ କାହିଁକି

ଆଇପିଏଲ୍ ୨୦୨୫ ମେଗା ନିଲାମୀ ଆସନ୍ତା ୨୪ ଓ ୨୫ରେ ସାଉଦି ଆରବ ଜେଦ୍ଦାରେ ହେବ । ଏଥିପାଇଁ ସାରା ବିଶ୍ୱରୁ ମୋଟ ୧୫୭୪ ଖେଳାଳି ନାମ ପଞ୍ଜୀକରଣ କରିଛନ୍ତି । ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ), ରାଜସ୍ଥାନ ରୟାଲ୍ସ (ଆରଆର) ଏବଂ ରାଇଜିଂ ପୁଣେ ସୁପର ଜାଏଣ୍ଟସ ପକ୍ଷରୁ ଖେଳିବାର ଅଭିଜ୍ଞତା ଥିବା ବେନ୍ ଷ୍ଟୋକ୍ସଙ୍କ ନାମ ଏହି ତାଲିକାରେ ନାହିଁ । ଏବେ ବେନ୍ ଷ୍ଟୋକ୍ସଙ୍କୁ ମେଗା ନିଲାମ ପାଇଁ ଏଭଳି ନାମ ନ ଦେବାର କଷ୍ଟ ଭୋଗିବାକୁ ପଡ଼ିପାରେ । ସେ ୨୦୨୭ ପର୍ଯ୍ୟନ୍ତ ଆଇପିଏଲ୍ ଖେଳିପାରିବେ ନାହିଁ ।

ଆଇପିଏଲ ମେଗା ନିଲାମ ପୂର୍ବରୁ କିଛି ନୂଆ ଗାଇଡଲାଇନ୍ସ ଜାରି କରିଛି ବିସିସିଆଇ । ଏଥିରେ ଥିବା ଏକ ନିୟମ ଅନୁଯାୟୀ, ଯଦି କୌଣସି ଖେଳାଳି ମେଗା ନିଲାମ ପାଇଁ ନିଜକୁ ପଞ୍ଜୀକରଣ କରିନଥାନ୍ତି, ତେବେ ସେ ଆଗାମୀ ଆଇପିଏଲରେ ଖେଲିପାରିବେ ନାହିଁ । ନିୟମ ମୁତାବକ ଯଦି କୌଣସି ବିଦେଶୀ ଖେଳାଳି ମେଗା ଅକ୍ସନ ପୂର୍ବରୁ ରେଜିଷ୍ଟ୍ରର ନ କରନ୍ତି, ସେ ଅଯୋଗ୍ୟ ଘୋଷିତ ହେବେ । ତେଣୁ ବେନ୍ ଷ୍ଟୋକ୍ସ ଆଇପିଏଲ୍ ୨୦୨୫ ମେଗା ନିଲାମରୁ ବଞ୍ଚିତ ହେବେ ଏବଂ ଆଇପିଏଲ୍ ୨୦୨୬ ପାଇଁ ମିନି ନିଲାମରେ ନିଜ ନାମ ଲେଖାଇପାରିବେ ନାହିଁ।

ନୂଆ ନିୟମରେ ଯଦି କୌଣସି ଖେଳାଳିଙ୍କୁ ନିଲାମରେ କିଣାଯାଏ, କିନ୍ତୁ ସିଜନ୍ ଆରମ୍ଭ ହେବା ପୂର୍ବରୁ କୌଣସି କାରଣରୁ ବାହାରକୁ ଯାଇଥାନ୍ତି। ଏଭଳି ସ୍ଥିତିରେ ସେହି ଖେଳାଳିଙ୍କୁ ୨ ବର୍ଷ ପାଇଁ ନିଷିଦ୍ଧ କରାଯିବ । ମେଗା ନିଲାମରେ ନାମ ନ ଦେବା କାରଣରୁ ବେନ୍ ଷ୍ଟୋକ୍ସ ଆଇପିଏଲର ୨୦୨୫ ଓ ୨୦୨୬ ସିଜନରେ ଭାଗ ନେଇପାରିବେ ନାହିଁ ।

କିଛି ବର୍ଷ ମଧ୍ୟରେ ଦେଖିବାକୁ ମିଳିଛି କି, ବିଦେଶୀ ଖେଳାଳି ମେଗା ଅକ୍ସନରେ ଭାଗ ନ ନେଇ ଛୋଟ ଅକ୍ସନରେ ଭାଗ ନେଇ ଭଲ ଆୟ କରୁଛନ୍ତି । ଏଥିପାଇଁ ବିସିସିଆଇ ଏଭଳି ନିୟମ ଆଣିଛି । ବେନ ଷ୍ଟୋକ୍ସ ପୂର୍ବରୁ ଫାଇଦା ଉଠାଇ ସାରିଛନ୍ତି । ୨୦୨୨ ମେଗା ଅକ୍ସନରେ ଭାଗ ନ ନେଇ ୨୦୨୩ରେ ଚେନ୍ନାଇ ସୁପରକିଙ୍ଗସ ତାଙ୍କୁ ୧୬.୨୫ କୋଟିରେ କିଣିଥିଲା । ଷ୍ଟୋକ୍ସଙ୍କ ଆଇପିଏଲରେ ଏପର୍ଯ୍ୟନ୍ତ ୪୩ ମ୍ୟାଚ୍ ଖେଳି ୯୨୦ ରନ୍ କରିବା ସହ ୨୮ ୱିକେଟ୍ ମଧ୍ୟ ନେଇଛନ୍ତି ।

You might also like