ବିରାଟଙ୍କ ସ୍ପେଶାଲ ମେସେଜର ମଜାଦାର ଜବାବ ଦେଲେ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ, ଜାଣନ୍ତୁ କ’ଣ

ଟିମ୍‌ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ଷ୍ଟୋକ୍ସଙ୍କ ଏପରି ନିଷ୍ପତ୍ତିରେ ଫ୍ୟାନ୍ସ ନିରାଶ ହୋଇଛନ୍ତି। ମାତ୍ର ୩୧ ବର୍ଷରେ ଭଲ ଫର୍ମରେ ଥିବା ସତ୍ତ୍ୱେ ଷ୍ଟୋକ୍ସଙ୍କ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି। ତେବେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଷ୍ଟୋକ୍ସଙ୍କ ଅବସର ନେଇ ଏକ ମେସେଜ କରିଥିଲେ। ଏବେ ଏହି ମେସେଜର ଉତ୍ତର ଦେଇଛନ୍ତି ଷ୍ଟୋକ୍ସ।

ବିରାଟ ଷ୍ଟୋକ୍ସଙ୍କ ଅବସର ପୋଷ୍ଟରେ ଲେଖିଛନ୍ତି, ଷ୍ଟୋକ୍ସ ହେଉଛନ୍ତି ସବୁଠୁ ବଡ ଖେଳାଳି ଯାହାଙ୍କ ସହ ଅଧିକ ପ୍ରତିଯୋଗିତା ହୋଇଥାଏ । ସେ ଖେଳିଥିବା ଅନେକ ଖେଳାଳିଙ୍କ ମଧ୍ୟରେ ଷ୍ଟୋକ୍ସ ହିଁ ସବୁଠୁ ବେଶି ମନେ ପକାଇବେ । ଏପରି ଖେଳାଳିଙ୍କୁ ସମ୍ମାନ କରିବା ଜରୁରୀ।ଷ୍ଟୋକ୍ସ ଦୁନିଆର ସବୁଠାରୁ ଭଲ ଅଲରାଉଣ୍ଡରର୍ସ ମଧ୍ୟରେ ଅନ୍ୟତମ। ତାଙ୍କ ବୋଲି ଏବଂ ବ୍ୟାଟିଂ ମଧ୍ୟ ଜବରଦସ୍ତ।

ବିରାଟଙ୍କ ଏହି ମେସେଜ ପରେ ଷ୍ଟୋକ୍ସ ମଧ୍ୟ ବିରାଟଙ୍କର ଖୁବ ପ୍ରଶଂସା କରିଛନ୍ତି। ଷ୍ଟୋକ୍ସ କହିଛନ୍ତି, ବିରାଟ ତିନିଟି ଫର୍ମାଟରେ ଖେଳିଥିବା ସବୁଠାରୁ ମହାନ ଖେଳାଳି ମଧ୍ୟରେ ଅନ୍ୟତମ। ସେ ଜଣେ ଭଲ ଖେଳାଳି। ଯେତେବେଳେ ବି ମୁଁ ତାଙ୍କ ବିପକ୍ଷରେ ଖେଳେ, ମୋତେ ବହୁତ ଭଲ ଲାଗେ। ମୁଁ ସବୁବେଳେ ତାଙ୍କ ଖେଳକୁ ପ୍ରଶଂସା କରେ। ଆଉ ବିରାଟ ଯାହା କହିଲେ, ତାହା ଶୁଣି ମୁଁ ବହୁତ ଖୁସି ରହିଛି।

ସୂଚନାଯୋଗ୍ୟ, ଷ୍ଟୋକ୍ସ ଦିନିକିଆରୁ ଅବସର ନେଲେ ବି ଟି୨୦ ଓ ଟେଷ୍ଟ୍ ଖେଳିବା ଜାରି ରଖିବେ । ନିକଟରେ ତାଙ୍କୁ ଟେଷ୍ଟ ଦଳର ଅଧିନାୟକ ଦାୟିତ୍ୱ ମିଳିଥିଲା । ତାଙ୍କ ନେତୃତ୍ୱରେ ଦଳ ଦକ୍ଷିଣ ଆଫ୍ରିକାକୁ ୩- ୦ ରେ ପରାସ୍ତ କରିଥିଲା ।
୨୦୨୧ରେ ବେନ ଷ୍ଟୋକ୍ସ ଆୟରଲ୍ୟାଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ। ଇଂଲଣ୍ଡରେ ୧୦୪ଟି ମ୍ୟାଚ ଖେଳି ୩୯.୪୪ ପ୍ରତିଶତରେ ୨୯୧୯ ରନ୍‌ କରିଛନ୍ତି। ଯେଉଁଥିରେ ୩ଟି ଶତକ ଏବଂ ୨୧ଟି ଅର୍ଦ୍ଧଶତକ ସାମିଲ ରହିଛି। ଏହଶଛଡା ୭୪ଟି ଓ୍ଵିକେଟ ମଧ୍ୟ ନେଇଛନ୍ତି ଷ୍ଟୋକ୍ସ। ପାକିସ୍ତାନ ବିପକ୍ଷରେ ମଧ୍ୟ ଦାୟିତ୍ୱ ସମ୍ଭାଳିଥିଲେ ଷ୍ଟୋକ୍ସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.