Categories: କ୍ରୀଡା

ସିବିଏସଇ ଦ୍ୱାରା ଆୟୋଜିତ ସ୍କେଟିଂ ପ୍ରତିଯୋଗିତାରେ ବ୍ରହ୍ମପୁର ସ୍କେଟରଙ୍କ ସ୍ୱର୍ଣ୍ଣ ପଦକ ହାସଲ

ବ୍ରହ୍ମପୁର(କେନ୍ୟୁଜ): ଚଳିତ ମାସ ୧୨ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଛତିଶଗଡ଼ ରାୟପୁର ଠାରେ ଅନୁଷ୍ଠିତ ହେଉଥିବା ରୋଲର ସ୍କେଟିଂ ପ୍ରତିଯୋଗିତାରେ ପ୍ରଥମ ଦିନରେ ବ୍ରହ୍ମପୁର ସ୍କେଟର ସଫଳତା ହାସଲ କରିଛନ୍ତି । ୩୦୦ ମିଟର ଟାଇମ ଟ୍ରାଏଲରେ ବାଳିକା ବିଭାଗର ୮ ବର୍ଷ ବର୍ଗରେ ବ୍ରହ୍ମପୁର ଡିଏଭି ପବ୍ଲିକ ସ୍କୁଲର ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ଅନ୍ୱେଷା ବିଷୋୟୀ ମାତ୍ର ୪୬ ସେକେଣ୍ଡରେ ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିଭଳି ୩୦୦ ମିଟର ରେସରେ ଡିଏଭି ପବ୍ଲିକ୍ ସ୍କୁଲ୍ ର ଛାତ୍ର ୧୦ ବର୍ଷ ବର୍ଗ ୪୧ ସେକେଣ୍ଡ ରେ କଭର କରି ଆଶୁତୋଷ ପାଢୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ପ୍ରତିଯୋଗୀତାରେ ସିବିଏସଇର ଫାର ଇଷ୍ଟ ଜୋନର ଓଡ଼ିଶା ରାଜ୍ୟ ସମେତ ଆସାମ, ଅରୁଣାଞ୍ଚଳ ପ୍ରଦେଶ, ମିଜୋରାମ, ସିକ୍କିମ ଓ ପଶ୍ଚିମବଙ୍ଗ ଭଳି ୧୧ ଟି ରାଜ୍ୟର ବିଭିନ୍ନ ବିଦ୍ୟାଳୟର ସ୍କେଟର ମାନେ ଅଂଶ ଗ୍ରହଣ କରିଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି ।

ଏହି ସଫଳତା ପାଇଁ ନିଜ ବିଦ୍ୟାଳୟ , ଅଭିଭାବକ ଓ ସ୍କେଟିଂ ଅଭ୍ୟାସ କରୁଥିବା ବ୍ରହ୍ମପୁର କମାପଲ୍ଲୀସ୍ଥିତ ସିଲକି ରୋଲର ସ୍କେଟିଂ ଏକାଡେମୀର କୋଚ୍ ଓ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେବା ସହ ନିଜର କଠିନ ପରିଶ୍ରମ ଓ ଯୋରଦାର ଅଭ୍ୟାସ ଯୋଗୁଁ ଏହି ସଫଳତା ପାଇପାରିଥିବା ସେ ପ୍ରତିକ୍ରିୟା ଦେଇଛନ୍ତି । ଏହା ସହ ଏହି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ସଫଳତା ପାଇବା ପରେ ଆଗାମୀ ନଭେମ୍ୱର ମାସରେ କର୍ଣ୍ଣାଟକର ବେଲଗାଁରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗୀତା ପାଇଁ କୁନି ସ୍କେଟର ଅନ୍ୱେଷା ମନୋନୀତ ହୋଇଛନ୍ତି । ପ୍ରତିଯୋଗୀତାର ସଫଳତା ହାସଲ କରି ପଦକ ପାଇବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

KNews Bureau

Recent Posts

କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେବା ପରେ ୩ ସାଂସଦଙ୍କୁ ନବୀନ ଜଣାଇଲେ ଶୁଭେଚ୍ଛା, ଧର୍ମେନ୍ଦ୍ରଙ୍କ ଧନ୍ୟବାଦ

ନବୀନଙ୍କ ଶୁଭେଛା, ଧର୍ମେନ୍ଦ୍ରଙ୍କ ଧନ୍ୟବାଦ । ଓଡ଼ିଶାରୁ କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେଇଥିବା ୩ ସାଂସଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି…

8 mins ago

ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମୟ ସନ୍ଧ୍ୟା କାହିଁକି ! କଣ ରହିଛି ଏହା ପଛର କାରଣ ?

ଭାରତୀୟ ଗଣତନ୍ତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ…

12 mins ago

କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅନେକ ଅବଦାନ ରହିଛି : ସୁରେଶ ରାଉତରାୟ

କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅନେକ ଅବଦାନ ରହିଛି ।  କେଵଳ କନ୍ଧମାଳ କାହିଁକି ଭୁବନେଶ୍ୱରର ମର୍ଯ୍ୟାଦା ବଢ଼ିବାରେ…

38 mins ago

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଟିମ୍‌ ଉପରକୁ ଉଗ୍ରବାଦୀଙ୍କ ଗୁଳିମାଡ଼, ୨ ଯବାନ ଆହତ

ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂଙ୍କ ସୁରକ୍ଷା ଟିମ୍‌ ଉପରକୁ ଗୁଳିମାଡ଼ । ସନ୍ଦିଗ୍ଧ ଉଗ୍ରବାଦୀମାନେ ଏହି ଗୁଳିମାଡ଼ କରିଥିବା…

1 hour ago

କଟକ ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର

କଟକ ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର । ଜଣେ ଅଭିଜ୍ଞ, ବରିଷ୍ଠ ସାଂସଦ ହେଉଛନ୍ତି କଟକ ସାଂସଦ…

2 hours ago

ତୀର୍ଥଯାତ୍ରୀ ବସ୍‌ ଉପରେ ଆତଙ୍କୀ ଆକ୍ରମଣ : ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ; ସ୍ଥିତି ଉପରେ ଲଗାତାର ନଜର

ଜମ୍ମୁ କଶ୍ମୀର ରିଆସି ଜିଲ୍ଲାରେ ତୀର୍ଥଯାତ୍ରୀ ବସ୍‌ ଉପରକୁ ଆତଙ୍କବାଦୀ ଆକ୍ରମଣ କରିବା ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା…

2 hours ago