୨୦୨୧ ବର୍ଷ ଲାଗି ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ବିଜେତାଙ୍କ ନାମ ଘୋଷଣା, ଲାଇଫଟାଇମ୍‌ ଆଚିଭମେଣ୍ଟ ପୁରସ୍କାର ପାଇବେ ଦେବାଶିଷ ମହାନ୍ତି

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ୨୦୨୧ ବର୍ଷ ଲାଗି ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ କ୍ରୀଡ଼ା ପ୍ରତି ଆଜୀବନ ଅବଦାନ ପାଇଁ ଲାଇଫଟାଇମ୍‌ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯିବ । ଦେବାଶିଷ ମହାନ୍ତି ବର୍ତ୍ତମାନ ଜାତୀୟ ସିନିଅର ଚୟନ କମିଟିରେ ପୂର୍ବାଞ୍ଚଳରୁ ପ୍ରତିନିଧିତ୍ୱ କରୁଛନ୍ତି ।

ମହିଳା ଭାରୋତ୍ତୋଳିକା ଝିଲ୍ଲୀ ଦଳବେହେରା ଓ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ୨୦୨୧ ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଭାବେ ଚୟନ କରାଯାଇଛି । ୨୦୨୧ରେ ଏସୀୟ ଭାରୋତ୍ତୋଳନ ଚାମ୍ପିଅନସିପରେ ସ୍ୱର୍ଣ୍ଣିମ ସଫଳତା ପାଇଥିଲେ । ସେହିପରି ଶ୍ରୀୟଙ୍କା ୨୦୧୦ରୁ ଅନ୍ତର୍ଜାତୀୟ ସୁଟିଂ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ଆସୁଛନ୍ତି । କିଟ୍‌ ଛାତ୍ରୀ ଶ୍ରୀୟଙ୍କା ହେଉଛନ୍ତି, ଓଡ଼ିଶାରୁ ଏକମାତ୍ର ଅନ୍ତର୍ଜାତୀୟ ସୁଟର । ସେହିଭଳି ବେଣୁଧର ଦାସଙ୍କୁ କ୍ରୀଡ଼ା ସାମ୍ବାଦିକ ଭାବେ ପୁରସ୍କୃତ କରାଯିବ । ଲାଇଫ ଟାଇମ୍‌ ଆଚିଭମେଣ୍ଟ ପୁରସ୍କାର ବାବଦକୁ ୩ ଲକ୍ଷ, ଶ୍ରେଷ୍ଠ କ୍ରୀଡାବିତଙ୍କୁ ୩ଲକ୍ଷ, ଶ୍ରେଷ୍ଠ କୋଚକୁ ଏକ ଲକ୍ଷ ଓ କ୍ରୀଡା ସାମ୍ବାଦିକଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.