ଆଇପିଏଲ ଦେଖିବା ପାଇଁ ଷ୍ଟାଡିୟମରେ ପହଞ୍ଚିଲା ବିଲେଇ, କିଛି ସମୟ ବନ୍ଦ ରହିଲା ମ୍ୟାଚ୍, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୨ ରେ ପଞ୍ଜାବ କିଙ୍ଗସ୍ (PBKS) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମଧ୍ୟରେ ମ୍ୟାଚ୍ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚରେ ପଞ୍ଜାବର ବିଶାଳ ବିଜୟ ଲକ୍ଷ୍ୟକୁ ହାସଲ କରିପାରିନଥିଲା ବାଙ୍ଗାଲୋର । ଆଉ ଏହି ପରାଜୟ ସହ ଗୁଜୁରାଟ ବିପକ୍ଷ ମ୍ୟାଚ୍ ବାଙ୍ଗାଲୋର ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ଏଭଳି ପରିସ୍ଥିତିରେ ଏକ ମଜାଦାର ଘଟଣା ଘଟିଥିଲା, ମ୍ୟାଚରେ ଏକ ବିଲେଇକୁ ଦେଖିବାକୁ ମିଳିଥିଲା । ଆଉ ଉକ୍ତ ବିଲେଇଟି ସାଇଟ ସ୍କିନରେ ବସିଥିଲା । ଯେଉଁଥିପାଇଁ କିଛି ସେକେଣ୍ଡ ପାଇଁ ମ୍ୟାଚରେ ବାଧା ସୃଷ୍ଟି ହୋଇଥିଲା ।

ଏହି ପୂରା ଘଟଣା ଆରସିବି ଇନିଂସର ପ୍ରଥମ ଓଭରରେ ଘଟିଥିଲା। ଉଭୟ ଡୁ-ପ୍ଲେସିସ ଓ କୋହଲି କ୍ରିଜରେ ଥିବା ବେଳେ ସାଇଟ ସ୍କ୍ରିନରେ ବସିଥିଲା ଏକ କଳା ବିଲେଇ । ଏହାକୁ ଦେଖି ପ୍ଲେସିସ୍ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଗଲେ। ଯାହା ବାବଦରେ ଅମ୍ପାୟରଙ୍କୁ ଅବଗତ କରିଥିଲେ ଡୁପ୍ଲେସିସ । ମ୍ୟାଚ୍ କିଛି ସେକେଣ୍ଡ ପାଇଁ ଅଟକିଥିଲା । ତେବେ ଷ୍ଟାଡିୟମ କର୍ମଚାରୀ ବିଲେଇଟକୁ ଘଉଡାଇବା ପରେ ପୁଣିଥରେ ଆରମ୍ଭ ହୋଇଥିଲା ମ୍ୟାଚ୍ । ବିଲେଇ ସହ ଜଡିତ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.