କମନୱେଲଥ ଗେମ୍ସ ପୂର୍ବରୁ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି ଅଲମ୍ପିକ୍ସ ବିଜେତା ଲଭଲିନା ବୋରଗୋହେନ, ଟ୍ଵିଟ୍‌ କରି ଜଣାଇଲେ ଦୁଃଖ

ଟୋକିଓ ଅଲିମ୍ପିକ ୨୦୨୦ରେ ଭାରତ ପାଇଁ ପଦକ ଜିତିଥିବା ମହିଳା ବକ୍ସର ଲଭଲିନା ବୋରଗୋହେନ ରାଜ୍ୟଗୋଷ୍ଠୀ କ୍ରୀଡା ପୂର୍ବରୁ ବକ୍ସିଂ ଫେଡେରେସନ ଅଫ ଇଣ୍ଡିଆ ଉପରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ ଟ୍ଵିଟ୍‌ କରି କହିଛନ୍ତି , ତାଙ୍କ କୋଚଙ୍କ ସହ ଠିକ୍ ବ୍ୟବହାର କରାଯାଉ ନାହିଁ ଏବଂ ଏହି ରାଜନୀତି ଯୋଗୁଁ ସେ ମାନସିକ ଚାପରେ ଅଛନ୍ତି ।

ଲଭଲିନା ଟ୍ଵିଟ୍‌ କରି ଲେଖିଛନ୍ତି, ଆଜି ମୁଁ ବଡ଼ ଦୁଃଖର ସହ କହୁଛି ଯେ, ମୋ ସହ ଅତ୍ୟାଚାର ହେଉଛି । ପ୍ରତି ଥର ମୁଁ ଏବଂ ମୋର କୋଚ ଯିଏ ମୋତେ ଅଲିମ୍ପିକ ପଦକ ଜିତିବାରେ ସାହାଯ୍ୟ କରିଥିଲେ, ତାଙ୍କୁ ବାରମ୍ୱାର ହଟାଯାଇ ମୋର ଟ୍ରେନିଂ ପ୍ରକ୍ରିୟା ଏବଂ ପ୍ରତିଯୋଗିତାରେ ମାନସିକ ନିର୍ଯାତନା ଦେଉଛନ୍ତି । ଏଥିରେ ଜଣେ କୋଚ୍ ସଂଧ୍ୟା ଗୁରୁଙ୍ଗ ଦ୍ରୋଣାଚାର୍ଯ୍ୟ ବିଜେତା ମଧ୍ୟ ଅଛନ୍ତି । ମୋର ଦୁଇ କୋଚଙ୍କୁ କ୍ୟାମ୍ପରେ ବି ଟ୍ରେନିଂ ପାଇଁ ହଜାର ଥର ହାତ ଯୋଡିବା ପରେ ବହୁ ବିଳମ୍ୱରେ ସାମିଲ କରାଯାଉଛି । ଏହି ଟ୍ରେନିଂରେ ମୁଁ ବହୁ ଅସୁବିଧାର ସାମନା କରୁଛି ଏବଂ ମାନସିକ ନିର୍ଯାତନା ଭୋଗୁଛି ।

ଲଭଲିନା ଲେଖିଛନ୍ତି, ତାଙ୍କ କୋଚ୍ ସଂଧ୍ୟା ଗୁରୁଙ୍ଗ ରାଜ୍ୟଗୋଷ୍ଠୀ କ୍ରୀଡା ଗାଁ ବାହାରେ ରହୁଛନ୍ତି । ତାଙ୍କୁ ପ୍ରବେଶର ଅନୁମତି ନାହିଁ । ତାଙ୍କ ଅନ୍ୟ ଦୁଇ କୋଚଙ୍କୁ ଭାରତ ପଠାଇ ଦିଆଯାଇଛି । ସିବଡ୍ଲଜି ଆରମ୍ଭ ହେବାର ୮ ଦିନ ପୂର୍ବରୁ ତାଙ୍କର ଟ୍ରେନିଂ ବନ୍ଦ ହୋଇଯାଇଛି ।

ଏହତି କାରଣରୁ ସେ ନିଜ ଖେଳ ଉପରେ ଫୋକସ ରଖିପାରୁ ନାହାନ୍ତି ଏବଂ ଏହି କାରଣରୁ ୱାର୍ଲଡ ଚାମ୍ପିୟନଶିପରେ ତାଙ୍କ ପ୍ରଦର୍ଶନ ଖରାପ ରହିଥିଲା। ପୁଣି ଥରେ ଏହି କାରଣରୁ ରାଜ୍ୟଗୋଷ୍ଠୀ କ୍ରୀଡା ଖରାପ କରିବାକୁ ଚାହୁଁ ନାହିଁ ବୋଲି ସେ କହିଛନ୍ତି।
ଏହାରି ଭିତରେ ଭାରତୀୟ ଖେଳ ପ୍ରାଧିକରଣ(SAI) ଏହି ମାମଲାର ଉଚିତ ସମାଧାନ ବାହାର କରିବା ପାଇଁ ପ୍ରୟାସ କରୁଥିବା ଜଣାପଡିଛି। ସାଇ ଏହି ମାମଲାକୁ ବିଏଫଆଇ ଆଗରେ ଉଠାଇଛି। ଖେଳ ମନ୍ତ୍ରଣାଳୟ ଆଇଓଏ ସହ କଥା ହୋଇ ମାମଲାକୁ ସମାଧାନ କରିବା ଏବଂ ଲଭଲିନାକୁ ସର୍ବଶ୍ରେଷ୍ଠ ପ୍ରସ୍ତୁତି ଉପଲବ୍ଧ କରାଇବା ପାଇଁ ପ୍ରୟାସ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.