ବିଶ୍ୱକପ୍ରୁ ବିଦା ହେଲା ୫ ଥର ଚାମ୍ପିଅନ୍ ବ୍ରାଜିଲ୍: ବେଲଜିୟମ ଠାରୁ ପରାସ୍ତ

brazilନୂଆଦିଲ୍ଲୀ: ସେପଟେ ବ୍ରାଜିଲର ବିଶ୍ୱକପ୍ ସ୍ୱପ୍ନ ଚୁରମାର୍। ବିଶ୍ୱକପ୍ରୁ ବିଦା ହୋଇଛି ପାଞ୍ଚଥର ଚାମ୍ପିଅନ୍ ବ୍ରାଜିଲ୍। ଭଲ ପ୍ରଦର୍ଶନ କରି ଆସୁଥିବା ଦକ୍ଷିଣ ଆମେରିକୀୟ ଶକ୍ତି ବ୍ରାଜିଲ ଦଳ ବେଲଜିୟମ ଠାରୁ ପରାସ୍ତ ହୋଇ ମସ୍କୋ ମହାସମରରୁ ବିଦାୟ ନେଇଛି। ଗତକାଲି ଖେଳାଯାଇଥିବା ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ବ୍ରାଜିଲକୁ ୨-୧ ଗୋଲରେ ହରାଇ ଦେଇଛି ବେଲଜିୟମ। ବ୍ରାଜିଲର ବିଦାୟ ସହ ଚଳିତ ବିଶ୍ୱକପ୍ରୁ ଦକ୍ଷିଣ ଆମେରିକାର ଅଭିଯାନ ଶେଷ ହୋଇଛି।

brazilଆତ୍ମଘାତୀ ଗୋଲ୍ କରି ବ୍ରାଜିଲ ପ୍ରଥମରୁ ନିଜ ପାଇଁ ବିପଦ ସୃଷ୍ଟି କରିଥିଲା। ଖେଳର ୧୨ ମିନିଟ୍ରେ ଏହି ଆତ୍ମଘାତୀ ଗୋଲ୍ ହୋଇଥିଲା । ପରେ ବେଲଜିୟମ୍ ଗୋଟିଏ ଗୋଲ୍ କରି ପ୍ରଥମାର୍ଦ୍ଧରେ ୨-୦ରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ସେଥିରୁ ଗୋଟିଏ ଗୋଲ ପରିଶୋଧ କରିଥିଲା ବ୍ରାଜିଲ। ତେବେ ଶେଷ ୨୪ ମିନିଟ୍ରେ ବେଲଜିୟର ରକ୍ଷଣ ଭାଗକୁ ଭେଦିବା ବ୍ରାଜିଲ ପାଇଁ ସହଜ ହୋଇ ନଥିଲା । ୨-୧ ଗୋଲରେ ହାରି ବ୍ରାଜିଲ ଦଳ ବିଶ୍ୱକପ୍ ଅଭିଯାନ ଶେଷ କରିଥିବା ବେଳେ ବେଲଜିୟମ ସେମି ଫାଇନାଲରେ ପ୍ରବେଶ କରିଛି।

Leave A Reply

Your email address will not be published.