ହସ୍ପିଟାଲରେ ଭର୍ତ୍ତି ହେଲେ ଭେଟେରାନ୍ ଫୁଟବଲ ପ୍ଲେୟାର, ଏହି ଗମ୍ଭୀର ରୋଗର ହୋଇଛନ୍ତି ଶିକାର

ବ୍ରାଜିଲର ମହାନ ଫୁଟବଲ ଖେଳାଳି ପେଲେ କ୍ୟାନ୍ସର ରୋଗର ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତିନିଥର ଫୁଟବଲ ବିଶ୍ୱକପ ବିଜେତା ପେଲେଙ୍କୁ ସାଓପୋଲୋର ଆଲବର୍ଟ ଆଇନଷ୍ଟାଇନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାର ଡାକ୍ତରମାନେ ଏ ବିଷୟରେ ସୂଚନା ଦେଇଛନ୍ତି। ଗତ ସେପ୍ଟେମ୍ବରରେ କୋଲନରୁ ଟ୍ୟୁମର ବାହାର କରାଯିବା ପରେ ୮୧ ବର୍ଷୀୟ ପେଲେ କେମୋଥେରାପିର ଅନେକ ଗମ୍ଭୀର ପରିସ୍ଥିତି ଦେଇ ଗତି କରିଥିଲେ ।

ବର୍ତ୍ତମାନ ପେଲେଙ୍କ ଅବସ୍ଥା ଭଲ ଥିବା ନେଇ ଡାକ୍ତରମାନେ କହିଛି। ଆସନ୍ତା କିଛି ଦିନ ମଧ୍ୟରେ ତାଙ୍କୁ ଡିସଚାର୍ଜ କରାଯିବ। ପେଲେ ଦୁନିଆର ସବୁଠାରୁ ବଡ ଫୁଟବଲ ଖେଳାଳି ଭାବରେ ପରିଗଣିତ ।ତାଙ୍କର ପ୍ରକୃତ ନାମ ହେଉଛି ଏଡସନ୍ ଆରାଣ୍ଟସ୍ ଡୋ ନାସିମେଣ୍ଟୋ । ନିକଟରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା, ଏହି କାରଣରୁ ସେ ଡାକ୍ତରଖାନାରେ ଦୀର୍ଘ ସମୟ ବିତାଇଥିଲେ।

ଫୁଟବଲ ଇତିହାସରେ ପେଲେ ହେଉଛନ୍ତି ପ୍ରଥମ ଖେଳାଳି ଯିଏକି ତାଙ୍କ ଦେଶ ବ୍ରାଜିଲକୁ ତିନିଥର ବିଶ୍ୱ ଚାମ୍ପିୟନ କରିଛନ୍ତି । ତାଙ୍କ ସମୟରେ ବ୍ରାଜିଲ ୧୯୫୮, ୧୯୬୨ ଏବଂ ୧୯୭୦ ରେ ବିଶ୍ୱକପ ଜିତିଥିଲା ​​। ସେ ୧୯୫୮ ବିଶ୍ୱକପ ଫାଇନାଲରେ ସୁଡାନ ବିପକ୍ଷରେ ଦୁଇଟି ଗୋଲ ସ୍କୋର କରିଥିଲେ। ପେଲେ ତାଙ୍କ ବୃତ୍ତିଗତ କ୍ୟାରିୟରରେ ମୋଟ ୧୩୬୩ ମ୍ୟାଚ୍ ଖେଳି ୧୨୮୧ ଗୋଲ୍ ସ୍କୋର କରିଥିଲେ । ବ୍ରାଜିଲ ପାଇଁ ୯୧ ଟି ମ୍ୟାଚରେ ସେ ୭୭ ଗୋଲ ସ୍କୋର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.