ଋଷ ବିଶ୍ୱକପ୍ ଫୁଟବଲରେ ବଡ଼ ବିପର୍ୟ୍ୟୟ !

ଜର୍ମାନୀକୁ ୧-୦ ଗୋଲରେ ହରାଇଲା ମେକ୍ସିକୋ , ବ୍ରାଜିଲ୍-ସୁଇଜରଲ୍ୟାଣ୍ଡ ମ୍ୟାଚ୍ ୧-୧ରେ ହେଲା ଡ୍ର

ନୂଆଦିଲ୍ଲୀ : ବର୍ତ୍ତମାନ ଫୁଟବଲର ମହାକୁମ୍ଭ ଫିଫା ବିଶ୍ବକପ୍ ଚାଲୁ ରହିଛି। ଏଥିରେ ଗତକାଲି ପାଞ୍ଚ ଥର ବିଜେତା ବ୍ରାଜିଲକୁ ସ୍ୱିଜରଲାଣ୍ଡ ୧-୧ ଗୋଲରେ ଅଟକାଇ ଥିବା ବେଳେ ମ୍ୟାଚରେ ଗୋଟିଏ ଲେଖାଏଁ ଗୋଲ ଦେଇ ଉଭୟ ଦଳ ପଏଣ୍ଟ ବାଣ୍ଟି ନେଇଥିଲେ । ମ୍ୟାଚର ୨୦ ମିନିଟରେ ବ୍ରାଜିଲର ମିଡ୍ ଫିଲ୍ଡର ଫିଲିପ କଣ୍ଟିନୋଙ୍କୁ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲା । ତେବେ ୫୦ତମ ମିନିଟରେ ସୁଇଜରଲାଣ୍ଡର ରାଇଟ୍ ଉଇଙ୍ଗର ଷ୍ଟିଭେନ ଜୁବେର ଚମତ୍କାର ଗୋଲ ଦେଇ ମ୍ୟାଚକୁ ସମାନ ସ୍ଥିତିକୁ ଆଣିଥିଲେ । ବିଜୟୀ ହେବାକୁ ଉଭୟ ଦଳ ଘନ ଘନ ଆକ୍ରମଣ କରିଥିଲେ ମଧ୍ୟ କୌଣସି ଫଳ ମିଳିନଥିଲା । ବ୍ରାଜିଲ ଅଧିନାୟକ ନେମାରଙ୍କ ଏକାଧିକ ପ୍ରୟାସ କାମ ଦେଇନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.