ବ୍ରାଜିଲ ଜ୍ୟୋତିଷଙ୍କ ଭବିଷ୍ୟବାଣୀ, ଫିଫା ବିଶ୍ୱକପ୍‌ ଫାଇନାଲରେ ଖେଳିବେ ଆର୍ଜେଣ୍ଟିନା ଏବଂ ଫ୍ରାନ୍ସ !

ଫିଫା ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଆସନ୍ତା ୧୮ ତାରିଖରେ ଖେଳାଯିବ। ଏହା ପୂର୍ବରୁ କେଉଁ ଦଳ ଫାଇନାଲ ମ୍ୟାଚ ଖେଳିବେ ତାହାକୁ ନେଇ ଭବିଷ୍ୟବାଣୀ କରିଛନ୍ତି ବ୍ରାଜିଲର ଜଣେ ଜ୍ୟୋତିଷବିତ୍‌ । ବ୍ରାଜିଲ ଜ୍ୟୋତିଷ ଆଥୋସ ସାଲୋମ କହିଛନ୍ତି, ଫିଫା ବିଶ୍ୱକପ୍‌ ୨୦୨୨ ଫାଇନାଲରେ ଆର୍ଜେଣ୍ଟିନା ଏବଂ ଫ୍ରାନ୍ସ ମ୍ୟାଚ୍‌ ଖେଳିବେ । ବ୍ରାଜିଲର ଜ୍ୟୋତିଷ ଆଥୋସ ସାଲୋମ ଏହି ଭବିଷ୍ୟବାଣୀ କରିଛନ୍ତି। ପୂର୍ବରୁ ଆଥୋସ ସାଲୋମ ରାଣୀ ଏଲିଜାବେଥଙ୍କ ମୃତ୍ୟୁ ଏବଂ କରୋନା ବିଷୟରେ ଭବିଷ୍ୟ ବାଣୀ କରିଥିଲେ। ଏଥିପାଇଁ ତାଙ୍କୁ ଜୀବନ ନୋଷ୍ଟ୍ରୋଡମସ ବୋଲି କୁହାଯାଏ ।

ଡିସେମ୍ବର ୧୮ରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ ଫାଇନାଲରେ ଆର୍ଜେଣ୍ଟିନା ଏବଂ ଫ୍ରାନ୍ସ ଖେଳିବେ ବୋଲି ଜ୍ୟୋତିଷ ଆଥୋସ ଭବିଷ୍ୟବାଣୀ କରିଛନ୍ତି । ପୂର୍ବରୁ ସେ ଆର୍ଜେଣ୍ଟିନା, ବ୍ରାଜିଲ, ଫ୍ରାନ୍ସ, ଇଂଲଣ୍ଡ ଏବଂ ବେଲଜିୟମ ସେମିଫାଇନାଲରେ ପ୍ରବେଶ କରିବେ ବୋଲି ଭବିଷ୍ୟବାଣୀ କରିଥିଲେ । ବ୍ରାଜିଲ, ଇଂଲଣ୍ଡ, ବେଲଜିୟମ ଫିଫା ବିଶ୍ୱକପରୁ ବିଦା ହୋଇଯାଇଛନ୍ତି। ତେଣୁ ଆର୍ଜେଣ୍ଟିନା ସହିତ ଫ୍ରାନ୍ସ ଫାଇନାଲ ମ୍ୟାଚ୍‌ ଖେଳିବ ।

ଫିଫା ବିଶ୍ୱକପର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ଜିତି ଫାଇନାଲରେ ପ୍ରବେଶ କରିଛି ଆର୍ଜେଣ୍ଟିନା । ପ୍ରଥମ ସେମିଫାଇନାଲରେ କ୍ରୋଏସିଆକୁ ୩-୦ ଗୋଲରେ ହରାଇ ଫାଇନାଲରେ ପ୍ରଦେଶ କରିଛି ଆର୍ଜେଣ୍ଟିନା । ଆଜି ଅଲ୍ ବାୟତ୍ ଷ୍ଟାଡିୟମରେ ଫ୍ରାନ୍ସ ଓ ମରକ୍କୋ ମଧ୍ୟରେ ଫିଫା ବିଶ୍ବକପର ଦ୍ବିତୀୟ ସେମିଫାଇନାଲ୍ ଖେଳାଯିବ। ଆଜି ରାତି ସାଢେ ୧୨ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ।

ପୂର୍ବରୁ ଏହି ଦୁଇ ଦଳ ୫ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି। ସେଥିରୁ ଫ୍ରାନ୍ସ ୩ ଓ ମରକ୍କୋ ୧ ମ୍ୟାଚରେ ବିଜୟୀ ହୋଇଛି । ୧୯୮୮ରେ ହୋଇଥିବା ପ୍ରଥମ ମୁକାବିଲାରେ ଫ୍ରାନ୍ସ ୨-୧ ଗୋଲରେ ବିଜୟୀ ହୋଇଥିଲା ବେଳେ ୧୦ ବର୍ଷ ପରେ ଅମୀମାଂସିତ (୨-୨) ମ୍ୟାଚ୍ରୁ ସୁଟ୍ଆଉଟରେ ମରକ୍କୋ ବିଜୟୀ ହୋଇଥିଲା। ପରବର୍ତ୍ତୀ ଦୁଇ ମ୍ୟାଚରେ ଫ୍ରାନ୍ସ ଯଥାକ୍ରମେ ୧-୦ ଓ ୫-୧ ଗୋଲରେ ବିଜୟୀ ହୋଇଥିଲା। ୨୦୦୭ରେ ହୋଇଥିବା ଶେଷ ମୁହାଁମୁହିଁରେ ମ୍ୟାଚ୍ ୨-୨ ଗୋଲରେ ଅମୀମାଂସିତ ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.