ଅଲମ୍ପିକ୍ସରେ ସାମିଲ ହେବ ବ୍ରେକ୍ ଡ୍ଯାନ୍ସ, ଏହି କାରଣ ଯୋଗୁଁ ଅନ୍ତର୍ଜାତୀୟ ଅଲମ୍ପିକ୍ କମିଟି ନେଲା ନିଷ୍ପତ୍ତି

୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ନୂଆକରି ସାମିଲ୍ ହେବ ବ୍ରେକ୍ ଡ୍ୟାନ୍ସ କ୍ରୀଡ଼ା । ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର କାର୍ଯ୍ୟକାରୀ ବୋର୍ଡ଼ ବୈଠକରେ ଏହି କ୍ରୀଡ଼ାକୁ ସାମିଲ୍ କରାଯିବା ନେଇ ନିଷ୍ପତ୍ତି ହୋଇଛି । ବ୍ରେକ୍ଡ୍ୟାନ୍ସିଂ ବ୍ୟତୀତ ସ୍କେଟ୍ବୋର୍ଡ଼ିଂ, ସର୍ଫିଙ୍ଗ୍ ଏବଂ ସ୍ପୋର୍ଟ କ୍ଲାଇମ୍ବିଂ କ୍ରୀଡ଼ା ମଧ୍ୟ ସାମିଲ୍ ହେବ । ପୂର୍ବରୁ ଏହି ୩ଟି ଯାକ କ୍ରୀଡ଼ାକୁ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ସାମିଲ କରାଯାଇଥିଲା । କିନ୍ତୁ କରୋନା ମହାମାରୀ ପାଇଁ ଟୋକିଓ ଅଲିମ୍ପିକ୍ସକୁ ବର୍ଷେ ଘୁଞ୍ଚାଇ ଦିଆଯାଇଛି ।

୧୯୭୦ରେ ନ୍ୟୁୟର୍କର ସାଉଥ୍ ବ୍ରୋନ୍ସରେ ହିପ୍ ହକ୍ ଡ୍ୟାନ୍ସ ସହ ବ୍ରେକ୍ଡ୍ୟାନ୍ସର ଆରମ୍ଭ ହୋଇଥିଲା । ୨୦୧୮ ଯୁବ ଅଲିମ୍ପିକ୍ସରେ ବ୍ରେକିଂ କ୍ରୀଡ଼ା ଭାବେ ଏହାକୁ ସାମିଲ୍ କରାଯାଇଥିଲା । ରୁଷିଆର ସର୍ଗେଈ ଚେର୍ନିସେଭ୍ ବାଳକ ବିଭାଗରେ ଏବଂ ଜାପାନର ରାମୁ କାୱାଇ ବାଳିକା ବିଭାଗରେ ପ୍ରଥମ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ ।

break

ପ୍ଯାରିସ ଆୟୋଜନ ଦୁଇବର୍ଷ ପୂର୍ବରୁ ଯୁବଗୋଷ୍ଠୀ ଖେଳକୁ ସଫଳ ଟ୍ରାଏଲ କରିବା ପରେ ଏହି ପ୍ରସ୍ତାବ ରଖିଥିଲା। ଆଇଓସି ବୋର୍ଡ ଏହାକୁ ପରେ ମଞ୍ଜୁରୀ ଦେଲା। ସର୍ଫିଂର ଆୟୋଜନ ମଧ୍ୟ ୧୫୦୦୦ କିଲୋମିଟର ଦୂର ପ୍ରଶାନ୍ତ ମହାସାଗରର ତାହିତି କୂଳରେ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.