େଓ୍ଵଷ୍ଟଇଣ୍ଡିଜର କିମ୍ବଦନ୍ତୀ କ୍ରିକେଟର ବ୍ରାଏନ୍ ଲାରା ଅସୁସ୍ଥ। ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇ ପାରେଲ ସ୍ଥିତ ଗ୍ଲୋବାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ଅପରାହ୍ଣ ସାଢ଼େ ୧୨ଟା ବେଳେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ମିଳି ପାରି ନାହିଁ।
କୁହାଯାଉଛି, ହସ୍ପିଟାଲ ପାଖରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ବେଳେ ଲାରା ଅସୁସ୍ଥ ଅନୁଭବ କରିଥିଲେ। ଗତ କିଛି ମାସ ହେବ ଲାରା ମୁମ୍ବାଇରେ ରହି ଆସୁଛନ୍ତି। ପ୍ରଥମେ ଆଇପିଏଲ୍ କମେଣ୍ଟ୍ରି କରୁଥିଲେ। ଏହାପରେ ଷ୍ଟାର ଷ୍ଟୁଡିଓରେ ଆଇସିସି ବିଶ୍ୱକପ ମ୍ୟାଚରେ କମେଣ୍ଟ୍ରି କରୁଛନ୍ତି ଲାରା।