ବୁମରାହଙ୍କ ବୋଲିଂରେ ଘାଇଲା ହେଲା ୱେଷ୍ଟଇଣ୍ଡିଜ୍, ହ୍ୟାଟ୍ରିକ୍ ଓ୍ଵିକେଟ୍ ନେଇ ଇତିହାସ ରଚିଲେ ଯଶପ୍ରୀତ

ବୁମରାହଙ୍କ ବୋଲିଂରେ ଘାଇଲା ଇଣ୍ଡିଜ୍ । ହ୍ୟାଟ୍ରିକ୍ ଓ୍ଵିକେଟ୍ ନେଇ ଇତିହାସ ରଚିଲେ ଯଶପ୍ରୀତ ବୁମରାହ। ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ହ୍ୟାଟିକ୍ ଓ୍ଵକେଟ୍ ହାସଲ କରିଛନ୍ତି ବୁମରାହ । ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିକ୍ ନେବାରେ ବୁମରାହ ହୋଇଛନ୍ତି ତୃତୀୟ ଭାରତୀୟ । ପୂର୍ବରୁ ଇରଫାନ୍ ପଠାନ୍ ଓ ହରଭଜନ ସିଂହ ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିକ୍ ଓ୍ଵିକେଟ୍ ନେଇଥିଲେ । ହ୍ୟାଟ୍ରିକ୍ ସହ ପ୍ରଥମ ଇନିଂସରେ ୬ ଓ୍ଵିକେଟ୍ ନେଇଛନ୍ତି । ଫଳରେ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୱେଷ୍ଟଇଣ୍ଡିଜ୍ ୭ ଓ୍ଵିକେଟ୍ ହରାଇ ୮୭ ରନ୍ କରିଛି । ପ୍ରଥମ ଇନିଂସରେ ଶତକ ହାସଲ କରିଥିଲେ ହନୁମା ବିହାରୀ । ହନୁମା ବିହାରୀଙ୍କ ଏହା ହେଉଛି ପ୍ରଥମ ଟେଷ୍ଟ ଶତକ । ହନୁମା ୧୧୧ ରନ୍ କରିଥିବା ବେଳେ ମୟଙ୍କ ଅଗ୍ରଓ୍ଵାଲ ୫୫ ଓ ଇଶାନ୍ତ ଶର୍ମା ୫୭ ରନ୍ କରିଛନ୍ତି । ଭାରତ ପ୍ରତମ ଇନିଂସରେ ୪୧୬ ରନ୍ କରିଥିବା ବେଳେ ୱେଷ୍ଟଇଣ୍ଡିଜ୍ ୭ ଓ୍ଵିକେଟ୍ ହରାଇ ୮୭ ରନ୍ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.