ଲମ୍ବି ଚାଲିଛି ଆହତ ଖେଳାଳିଙ୍କ ତାଲିକା, ବୁମରା ବି ଟିମ୍‌ ଇଣ୍ଡିଆରୁ ବାଦ୍‌ ପଡ଼ିଲେ

ସିଡନୀ : ଟିମ୍‌ ଇଣ୍ଡିଆ ପାଇଁ ଆଉ ଏକ ଖରାପ ଖବର । ଆହତ ତାଲିକାରେ ଯୋଡ଼ି ହେଲା ପେସ୍‌ ବୋଲର୍‌ ଯଶପ୍ରୀତ ବୁମରାଙ୍କ ନାମ । ସେ ଚତୁର୍ଥ ତଥଶ ଶେଷ ଟେଷ୍ଟରେ ଖେଳି ପାରିବେ ନାହିଁ । ତାଙ୍କ ତଳିପେଟରେ ଯନ୍ତ୍ରଣା ହେଉଛି । ଏ ସମ୍ପର୍କରେ ବିସିସିଆଇ ତରଫରୁ ସୂଚନା ଦିଆଯାଇଛି ।
ପୂର୍ବରୁ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବଂ ମଧ୍ୟଭାଗ ବ୍ୟାଟ୍‌ସମ୍ୟାନ୍‌ ହନୁମା ବିହାରୀ ଆହତ ହୋଇଥିବା ଯୋଗୁଁ ଦଳରୁ ବାଦ୍‌ ପଡ଼ି ସାରିଛନ୍ତି । ଜାଡେଜାଙ୍କ ଆଙ୍ଗୁଠି ଭାଙ୍ଗିଥିବା ବେଳେ ଗତକାଲି ତୃତୀୟ ଟେଷ୍ଟରେ ଭାରତକୁ ପରାଜୟରୁ ରକ୍ଷା କରିଥିବା ବିହାରୀଙ୍କ ଗୋଡ଼ରେ ଆଘାତ ଲାଗିଛି ।
ଏବେ ଅଧିନାୟକ ବିରାଟ କୋହଲି ଦଳରେ ନଥିବା ବେଳେ ଖେଳାଳିମାନଙ୍କର ଏଭଳି ଲଗାତାର ଇଞ୍ଜୁରୀ ଟିମ୍‌ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି । ଖେଳ ଦୃଷ୍ଟିରୁ ଚଳିତ ଅଷ୍ଟ୍ରେଲିଆ ଗସ୍ତ ଯାହା ଥିଲେ ମଧ୍ୟ ଖେଳାଳିଙ୍କ ଆହତ ତାଲିକା ଲମ୍ବା ହୋଇ ଚାଲିଛି । ତେଣୁ ଶେଷ ଗୁରୁତ୍ୱପୂର୍ଣ୍ଣ ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ କାହାକୁ ଖେଳାଯିବ ସେ ନେଇ ବିଚାର ଆଲୋଚନା ଚାଲିଛି । ଚଳିତ ଟେଷ୍ଟ ସିରିଜ୍‌ରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତି ୧-୧ ସ୍ଥିତିରେ ଅଛନ୍ତି । ତେଣୁ ଶେଷ ଟେଷ୍ଟ ଯିଏ ଜିତିବ ସେ ହେବ ବିଜେତା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.