ବୁଶ୍‌ଫାୟାର କ୍ରିକେଟ୍‌: ଅଷ୍ଟ୍ରେଲିଆନ୍‌ ଟିମ୍‌ ଜର୍ସି ପିନ୍ଧି କମାଲ ଦେଖାଇଲେ ମାଷ୍ଟରବ୍ଲାଷ୍ଟର, ୫ ବର୍ଷ ପରେ ଧରିଲେ ବ୍ୟାଟ୍‌, ଦେଖନ୍ତୁ ଭିଡିଓ

ଭାରତର କ୍ରିକେଟ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର ବର୍ତ୍ତମାନ ଅଷ୍ଟ୍ରେଲିଆରେ ଅଛନ୍ତି। ସେଠାରେ ସେ ଜଙ୍ଗଲ ନିଅାଁରେ ପୀଡ଼ିତ ଲୋକଙ୍କୁ ସାହାଯ୍ୟ ନିମନ୍ତେ ଆୟୋଜିତ ‘ବୁଶ୍‌ଫାୟାର କ୍ରିକେଟ୍‌ ବ୍ୟାଶ୍‌’ରେ ବ୍ୟାଟିଂ କରିଥିବା ନଜର ଆସିଛନ୍ତି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସଚିନ୍‌ ଅଷ୍ଟ୍ରେଲିଆ ଟିମ୍‌ର ଜଣେ ମହିଳା ଖେଳାଳିଙ୍କ ୧ ଓଭର୍‌ର ସାମ୍ନା କରିଥିଲେ। ସବୁଠାରୁ ବଡ଼ କଥା ହେଉଛି, ସେ ଅଷ୍ଟ୍ରେଲିଆ ଟିମ୍‌ର ଜର୍ସି ପିନ୍ଧି ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ।

s2

ଶନିବାର ଅଷ୍ଟ୍ରେଲିଆର ମହିଳା କ୍ରିକେଟର ଏଲିସ୍‌ ପେରୀଙ୍କ ଚ୍ୟାଲେଞ୍ଜ୍‌କୁ ଗ୍ରହଣ କରିଥିଲେ ସଚିନ୍‌ ତେନ୍ଦୁଲକର। ଯେତେବେଳେ ‘କ୍ରିକେଟ୍‌ ବ୍ୟାଶ୍‌’ରେ ପେରୀଙ୍କ ବ୍ରେକ୍‌ ହେବ, ସେହି ସମୟରେ ସେ ତାଙ୍କ ପାଇଁ ୧ ଓଭର ଖେଳିବେ। ତେବେ ସଚିନ୍‌ ପ୍ରଥମ ବଲ୍‌ରେ ହିଁ ଚଉକା ମାରି ସମସ୍ତଙ୍କୁ ଚମକାଇ ଦେଇଥିଲେ। ତାଙ୍କ ପାଇଁ ବୋଲିଂ କରିଥିଲେ ଏଲିସ୍‌ ପେରୀ। ସଚିନ୍‌ ସାଢ଼େ ୫ ବର୍ଷ ପରେ ବ୍ୟାଟ୍‌ ଧରିଥିବା ନିଜେ ସ୍ୱୀକାର କରିଛନ୍ତି।

ଏବେ ସୋସିଆଲ ମିଡିଆରେ ‘ସଚିନ୍‌’ ଟ୍ରେଣ୍ଡ କରୁଛନ୍ତି। ତାଙ୍କର ଏକ ଭିଡିଓ କ୍ଲିପ୍‌ ଆଇସିସି ଶେୟାର କରିଛି। ସେ ବ୍ୟାଟିଂ କରିବାକୁ ଯେତେବେଳେ ଆସିଥିଲେ, ସେତେବେଳେ ପଡ଼ିଆରେ ଫ୍ୟାନ୍‌ମାନେ ‘ସଚିନ୍‌-ସଚିନ୍‌’ କହି ପାଟି କରିଥିଲେ। ସଚିନ୍‌ ଡେନ୍‌ କ୍ରିଷ୍ଟିୟନ୍‌ଙ୍କଠାରୁ ବ୍ୟାଟ୍‌ ମାଗି ବ୍ୟାଟିଂ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.