କୋଲକାତାକୁ ସୁପର ଓଭରରେ ହରାଇଲା ଦିଲ୍ଲୀ

ଦିଲ୍ଲୀ-କୋଲକାତା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଦେଖିବାକୁ ମିଳିଥିଲା ରୋମାଞ୍ଚକର ମୁକାବିଲା । ଆଇପିଏଲରେ ପ୍ରଥମ ସୁପର ଓଭରର ମୁକାବିଲା ଦେଖିଥିଲେ ଦର୍ଶକ । ଉଭୟ ଦିଲ୍ଲୀ ଓ କୋଲକାତା ୧୮୫ ରନ୍ କରି ମ୍ୟାଚକୁ ଟାଇ ରଖିଥିଲେ । ଦିଲ୍ଲୀ ପ୍ରଥମେ ୬ଟି ବଲରୁ ୧୦ ରନ କରିଥିଲା । ଏହାର ଜବାବରେ କୋଲକାତା କେବଳ ୭ ରନ୍ ହିଁ କରିପାରିଥିଲା । ଫଳରେ ଦିଲ୍ଲୀ ୩ ରନରେ ବିଜୟୀ ହୋଇଥିଲା । ସୁପର ଓଭରର ଶେଷ ବଲରେ ୫ ରନ୍ ଆବଶ୍ୟକ ଥିଲା । ହେଲେ କୋଲକାତା ଏକ ରନ୍ କରିବାରେ ସକ୍ଷମ ହୋଇଥିଲା । ଏହା ପୂର୍ବରୁ ଦିଲ୍ଲୀ ପକ୍ଷରୁ ପୃଥ୍ଵୀ ସ’ ୫୫ ବଲରୁ ୯୯ ରନ୍ କରିଥିଲେ । ଏହା ମଧ୍ୟରେ ଥିଲା ୩ଟି ଛକ୍କା ଓ ୧୨ ଚୌକା । ସେହିପରି କୋଲକାତା ପକ୍ଷରୁ ଦୀନେଶ କାର୍ତ୍ତିକ ଏବଂ ଆନ୍ଦ୍ରେ ରସେଲ ଅର୍ଦ୍ଧଶତକ ହାସଲ କରିଥିଲେ । ସେପଟେ ଆଜି ହାଇଦ୍ରାବାଦ-ବେଙ୍ଗାଳୁରୁ ଓ ଚେନ୍ନାଇ-ରାଜସ୍ଥାନ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ ।