ଟ୍ରେଣ୍ଟ ବୋଲ୍ଟଙ୍କ ଛକାରେ ଆହତ ହେଲେ କ୍ୟାମେରାମ୍ୟାନ୍‌, ପାଖକୁ ଯାଇ ସ୍ୱାସ୍ଥ୍ୟବସ୍ଥା ବୁଝିଲେ ରାଶିଦ ଖାନ୍‌

ଛକା ସଟ୍‌କୁ ରେକର୍ଡ କରିବାକୁ ଯାଇ କ୍ୟାମେରାମ୍ୟାନ ଆହତ । ଟ୍ରେଣ୍ଟ ବୋଲ୍ଟଙ୍କ ଛକାରେ ଆହତ ହେଲେ କ୍ୟାମେରାମ୍ୟାନ୍‌ । ଆହତ କ୍ୟାମେରାମ୍ୟାନଙ୍କ କଥା ପଚାରି ବୁଝିଲେ ରାଶିଦ ଖାନ୍‌ । ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମ୍ୟାଚରେ ଦେଖିବାକୁ ମିଳିଥିଲା ଏଭଳି ଘଟଣା ।

ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଆହତ ହୋଇଛନ୍ତି କ୍ୟାମେରାମ୍ୟାନ୍‌ । ଟ୍ରେଣ୍ଟ ବୋଲ୍ଟଙ୍କ ଛକା ସିଧା ଯାଇ କ୍ୟାମେରାମ୍ୟାନଙ୍କୁ ବାଜିଥିଲା । ଫଳରେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ କ୍ୟାମେରାମ୍ୟାନ୍‌ । ତେବେ କ୍ୟାମେରାମ୍ୟାନଙ୍କୁ ଯନ୍ତ୍ରଣାରେ ଦେଖି ଗୁଜରାଟର ଉପଅଧିନାୟକ ରାଶିଦ ଖାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବାକୁ ପହଞ୍ଚିଥିଲେ । ରାଶିଦଙ୍କ ଅନ୍ଦାଜ ସମସ୍ତଙ୍କର ପସନ୍ଦ ଆସିଛି ।

ରାଜସ୍ଥାନ ରୟାଲ୍ସର ୧୬ତମ ଓଭରରେ ନୁର ଅହମଦଙ୍କ ବଲରେ ଟ୍ରେଣ୍ଟ ବୋଲ୍ଟ ଏକ ଛକା ମାରିଥିଲେ । କ୍ୟାମେରାମ୍ୟାନ୍‌ ସଟଟିକୁ ରେକର୍ଟ କରିବାକୁ ଯାଇ ନିଜ ଜାଗାରୁ ହଟିପାରିନଥିଲେ । ଫଳରେ ବଲଟି ସିଧା ଯାଇ କ୍ୟାମେରାମ୍ୟାନଙ୍କୁ ବାଜିଥିଲା । ବଲ୍‌ ବାଜିବା ପରେ କ୍ୟାମେରାମ୍ୟାନ୍‌ ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ତାଙ୍କୁ ତରନ୍ତ ଚିକିତ୍ସା କରାଯାଇଥିଲା। ତେବେ ଓଭର ସରିବା ପରେ ଗୁଜରାଟର ଉପଅଧିନାୟକ ରାଶିଦ ଖାନ କ୍ୟାମେରାମ୍ୟାନଙ୍କ ନିକଟକୁ ଯାଇ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ତେବେ ରାଶିଦଙ୍କ ଏପରି ଅନ୍ଦାଜ ସମସ୍ତଙ୍କୁ ପସନ୍ଦ ଆସିଥିଲା ।


ଜୟପୁରରେ ସବାଇ ମାନ ସିଂ ଷ୍ଟାଡିୟମରେ ଗୁଜରାଟ ଏବଂ ରାଜସ୍ଥାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ରାଜସ୍ଥାନ ପ୍ରଥମେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ରାଜସ୍ଥାନରେ ଟିମ ୧୭.୫ ଓଭରେ ୧୧୮ ରନ କରି ଅଲଆଉଟ ହୋଇଥିଲା । କେବଳ ଅଧିନାୟକ ସଞ୍ଜୁ ସାମସନ ୩୦ ରନ କରିବାରେ ସକ୍ଷମ ହୋଇଥିଲେ ।

ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ୯ ୱିକେଟ୍‌ରେ ରାଜସ୍ଥାନ ରୟାଲ୍ସକୁ ହରାଇ ସପ୍ତମ ବିଜୟ ସହ ଶୀର୍ଷ ସ୍ଥାନକୁ ମଧ୍ୟ ଦୃଢ଼ କରିଛି। ଦୁଇ ଅଫଗାନିସ୍ତାନ ବୋଲର ରାଶିଦ ଖାନ୍‌ ଓ ନୂର ଅହମ୍ମଦ ରୟାଲ୍ସ ପାଳିକୁ ୧୧୮ ରନ୍‌ରେ ରୋକି ଦେଇଥିଲେ। ରିଦ୍ଧିମାନ ସାହା (୪୧*), ହାର୍ଦିକ ପାଣ୍ଡ୍ୟା (୩୯*), ଶୁବମନ ଗିଲ୍‌ (୩୬)ଙ୍କ ପାଳି ବଳରେ ଗୁଜରାଟ ୧୩.୫ ଓଭରରେ ମାତ୍ର ଗୋଟିଏ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା।

ଶୁକ୍ରବାର ଗୁଜରାଟ ଟାଇଟନ୍ସ ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ରାଜସ୍ଥାନ ରୟାଲ୍ସକୁ ତା’ ଘରେ ଧୂଳି ଚଟାଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ରାଜସ୍ଥାନ ୧୧୮ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା।